• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Cuttack New Airport
Proposed Charbatia Airport: କଟକରେ ହେବ ନୂଆ ବିମାନବନ୍ଦର; କ'ଣ ରହିଛି ବର୍ତ୍ତମାନର ସ୍ଥିତି?

ARC ଦ୍ୱାରା ପରିଚାଳିତ ଚାରବାଟିଆ ଏୟାରଷ୍ଟ୍ରିପରେ ୪.୯ କିଲୋମିଟର ରନୱେ ରହିଛି । ଯାହା ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (BPIA) ରନୱେର ଦୁଇଗୁଣ । ଫଳରେ ଏହା ବଡ଼ ବଡ଼ ବିମାନ ପରିଚାଳନା କରିବା ପାଇଁ ସମ୍ପୂର୍ଣ୍ଣ ସକ୍ଷମ ।

Zero Tolerance Policy
Zero Tolerance Policy: ‘ଆତ୍ମସମର୍ପଣ ନ କଲେ ଶୂନ୍ୟ ସହନଶୀଳତା ନୀତି ଆପଣାଇବୁ’

ଛତିଶଗଡରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତ।। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨୨ ନକ୍ସଲ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଲେ ସବୁ ସଫା କରିଦେବୁ ।

Naxal
Naxal Operations: ବଡ଼ ଏନକାଉଣ୍ଟର, ୨୨ ମାଓବାଦୀ ସଫା

ଛତିଶଗଡ଼ର ବିଜାପୁର-ଦନ୍ତେୱାଡ଼ା ସୀମା ଗାଙ୍ଗାଲୁର ଥାନା ଅଞ୍ଚଳରେ ୧୮ ନକ୍ସଲ ନିପାତ ହୋଇଥିବା ବେଳେ କାଙ୍କେରଠାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଆଉ ୪ ନକ୍ସଲ ନିହତ ହୋଇଛନ୍ତି। ୧୮ ଜଣ ନକ୍ସଲଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ଆହୁରି ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

Viral at Wedding Celebration
 Viral Wedding: ବରକୁ ବୟସ ୪୦, କନ୍ୟାକୁ ୨୪; ଭିଡ଼ିଓ ଭାଇରାଲ ପରେ...

ବିବାହକୁ ଆମେ ପବିତ୍ର ବନ୍ଧନ ବୋଲି କହିଥାଉ । କନ୍ୟା ଓ ବର ମଧ୍ୟରେ ବୟସର ପାର୍ଥକ୍ୟ ମଧ୍ୟ ଦେଖିଥାଉ । ଖାଲି ଏତିକି ନୁହେଁ, କନ୍ୟା ଘର ଲୋକେ ବରର ରୋଜଗାରକୁ ଦେଖି ତାଙ୍କ ଝିଅର ହାତକୁ ଜଣେ ଅନ୍ୟ ପୁଅର ହାତରେ ଦେଇଥା’ନ୍ତି । ହେଲେ ଏଠାରେ ସେମିତି କିଛି ଦେଖିବାକୁ ମିଳିନି । 

Mosquito
Repel mosquito: ମଶା ଘଉଡେଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ମଶାଙ୍କ ବଂଶ ବୃଦ୍ଧି ଅନେକ ରୋଗକୁ ଡାକିଥାଏ। ଘର ନିକଟରେ ମଶା ରହିଲେ ଏହାକୁ ଘଉଡେଇବା ପାଇଁ ବିଭିନ୍ନ ଉପାୟ ଆପଣେଇବାକୁ ପଡିଥାଏ। ତେବେ ମଶା ଘଉଡେଇବା ପାଇଁ ଘରୋଇ ଉପାୟ ଗୁଡ଼ିକ ଅତ୍ୟନ୍ତ ସହଜ, ସୁରକ୍ଷିତ ଏବଂ ପରିବେଶ ଅନୁକୂଳ।

Chhattisgarh Encounter
Chhattisgarh Encounter: ପୋଲିସ-ମାଓବାଦୀ ଗୁଳି ବିନିମୟ: ୨ ମାଓବାଦୀ ନିପାତ, ଜଣେ ଯବାନ ସହିଦ...

ଛତିଶଗଡ଼ରେ ପୋଲିସ-ମାଓବାଦୀ ଗୁଳି ବିନିମୟ । ବିଜାପୁର ଜିଲ୍ଲା ଗଙ୍ଗଲୁର ଜଙ୍ଗଲରେ ଗୁଳି ବିନିମୟ  । 

rr
IPL 2025: ଆଇପିଏଲ ୨୦୨୫, ରାଜସ୍ଥାନ ରୟାଲ୍ସର ଶକ୍ତି ଓ ଦୁର୍ବଳତା

ଆଇପିଏଲ ୨୦୨୫ରେ ୧୦ଟି ଦଳ ଅଂଶଗ୍ରହଣ କରୁଥିବା ବେଳେ ପ୍ରତ୍ୟେକ ଦଳ ଟାଇଟଲ ଜିତିବାକୁ ପ୍ରୟାସ କରିବେ। ଆଜି ଆସନ୍ତୁ ନଜର ପକାଇବା ପ୍ରଥମ ସିଜିନର ଟାଇଟଲ ବିଜେତା ରାଜସ୍ଥାନ ରୟାଲ୍ସ ଦଳର କଣ ରହିଛି ଶକ୍ତି ଓ ଦୁର୍ବଳତା ।

MI
Mumbai Indians: ବ୍ୟାଟିଂ ଓ ପେସ ବୋଲିଂ ମୁମ୍ବାଇ ଇଣ୍ଡିଆନ୍ସର ଶକ୍ତି

ଯଶପ୍ରୀତ ବୁମରା, ଟ୍ରେଣ୍ଟ ବୋଲ୍ଟ ଓ ଦୀପକ ଚହରଙ୍କ ବୋଲିଂ ତ୍ରିମୂର୍ତ୍ତି ପେସ୍ ଆକ୍ରମଣକୁ ଅତ୍ୟନ୍ତ ପ୍ରଭାବଶାଳୀ କରିଛି। ବୁମରାଙ୍କ ଡେଥ ଓଭର ଦକ୍ଷତା, ବୋଲ୍ଟଙ୍କ ସୁଇଙ୍ଗ ଓ ଚହରଙ୍କ ପାୱାର ପ୍ଲେର ବୋଲିଂ ପ୍ରତିପକ୍ଷ ଦଳ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ। ହାର୍ଦ୍ଦିକ ପାଣ୍ଡ୍ୟା ଚତୁର୍ଥ ପେସର ଭାବେ ବିଭିନ୍ନତା ଯୋଗ କରନ୍ତି।

Why you should marry your friend
Relationship Tips: ସାଙ୍ଗକୁ ବିବାହ କରିବାର ୪ ବଡ ଫାଇଦା; ହୁଏନି ଝଗଡା କି ଛାଡପତ୍ର

ସାଙ୍ଗକୁ ବିବାହ କରିବାର ଅନେକ ଲାଭ ଅଛି। ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ଏଭଳି ବିବାହରେ ଛାଡପତ୍ର ବହୁତ କମ ହୋଇଥାଏ, କାରଣ ଏହି ସମ୍ପର୍କରେ କୌଣସି ଛଳନା ନ ଥାଏ କିମ୍ବା ପାର୍ଟନର୍‌ଙ୍କୁ କେହି ଜଜ୍ କରନ୍ତି ନାହିଁ।

Sunita Williams
Sunita Williams Latest News: ସୁନୀତାଙ୍କ ଅନ୍ତରୀକ୍ଷ କାହାଣୀକୁ ନେଇ ଚର୍ଚ୍ଚା; ପ୍ରଥମେ ନାସା ଗ୍ରହଣ କରିନଥିଲା ଆବେଦନ

ଆଜି ଯେଉଁ ସୁନୀତାଙ୍କୁ ସାରା ବିଶ୍ବ ସାବାସୀ ଦେଉଛି ଓ ପ୍ରଶଂସାରେ ପୋତି ପକାଉଛି ଦିନେ ତାଙ୍କ ମହାକାଶ ଯାତ୍ରା ଆବେଦନକୁ ଗ୍ରହଣ କରିନଥିଲା ନାସା । ଏଥର ୨୮୬ ଦିନ ମହାକାଶ ରହଣିରେ ୧୧ ଘଣ୍ଟା ୨୬ ମିନିଟ୍ ସ୍ପେସ ୱାକ୍ କରି ରେକର୍ଡ କରିଛନ୍ତି ସୁନୀତା ।

Sunita Williams
Sunita Williams: ସୁନୀତାଙ୍କ ଘରବାହୁଡ଼ା ପରେ ଆଶ୍ୱସ୍ତ ବିଶ୍ୱ; ଏମିତି କଟିବ ସୁନୀତାଙ୍କ ଆଗାମୀ ୪୫ ଦିନ

ସୁନୀତା ୱିଲିୟମ୍ସ ଓ ଅନ୍ୟ ୩ ମହାକାଶଚାରୀଙ୍କୁ ଧରି ଉଲ୍‌କା ଭଳି ଖସିଥିଲା କ୍ରୁ ଡ୍ରାଗନ୍ ସ୍ପେଶ୍ କ୍ୟାପସୁଲ୍ । ଆକାଶର ଛାତି ଚିରି କ୍ଷୀପ୍ର ଗତିରେ ଅଗ୍ନିପିଣ୍ଡ ଭଳି ଖସିଥିଲା ପ୍ରାୟ ୧ ଟନ୍ ଓଜନର ମହାକାଶଯାନ ।

Uttar Pradesh Murder Case
Wife And Lover Kill Husband: ପତି ପତ୍ନୀଙ୍କ ସମ୍ପର୍କ ଆଗରେ ଭାରି ପଡିଲା ପ୍ରେମ ନିଶା ଆଉ ତା'ପରେ...

ସୌରଭ ଜାଣିବାକୁ ପାଇଥିଲେ ତାଙ୍କ ପତ୍ନୀ ନିଜ ବନ୍ଧୁ ସାହିଲଙ୍କ ସହିତ ପ୍ରେମ ସମ୍ପର୍କରେ ଅଛନ୍ତି । ଏହାପରେ ଉଭୟଙ୍କ ମଧ୍ୟରେ ଝଗଡା ହେବା ସହିତ କଥା ଛାଡପତ୍ର ପର୍ଯ୍ୟନ୍ତ ପହଞ୍ଚିଥିଲା । କିନ୍ତୁ, ଶେଷରେ ସୌରଭ ତାଙ୍କ ଝିଅର ଭବିଷ୍ୟତ ବିଷୟରେ ଚିନ୍ତା କରି ନିଜର ନିଷ୍ପତ୍ତି ବଦଳାଇ ଦେଇଥିଲେ ।

It is not good to sleep after exercise know why
Health Tips: ବ୍ୟାୟାମ କରିବା ପରେ ଶୋଇ ପଡୁଛନ୍ତି କି… ଯେତେ ଖଟିଲେ ବି କିଛି ଲାଭ ହେବନି

ସାଧାରଣତଃ ବ୍ୟାୟାମ କରିବା ପରେ ଶରୀର କ୍ଳାନ୍ତ ହୋଇଯାଏ। ଏଭଳି ପରିସ୍ଥିତିରେ ଅନେକ ଲୋକ ଘରକୁ ଆସି ବେଡରେ ପଡିଯାଆନ୍ତି ଏବଂ ବେଳେବେଳେ ଗଭୀର ନିଦରେ ଶୋଇପଡନ୍ତି। କିନ୍ତୁ ବ୍ୟାୟାମ ପରେ ଶୋଇବା ଠିକ୍ କି ନୁହେଁ ଆସନ୍ତୁ ଜାଣିବା।

AI
Grok AI: ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛି ଏଲନ ମସ୍କଙ୍କ ଗ୍ରୋକ AI, ୱର୍କିଂ ମଡେଲରେ ଲୁଚିଛି ରହସ୍ୟ ?

ଗ୍ରୋକ୍ AIକୁ ଇଣ୍ଟିଲିଜେନ୍ସ ସହିତ ପ୍ରଶ୍ନର ଉତ୍ତର ଦେବାପାଇଁ ଡିଜାଇନ୍ କରାଯାଇଛି ଏବଂ ଏଥିରେ ଆକ୍ରମଣାତ୍ମକ ଆଚରଣ ମଧ୍ୟ ସାମିଲ ରହିଛି । ତେଣୁ ୟୁଜରଙ୍କୁ ପରାମର୍ଶ ଦିଆଯାଇଛି, ଆପଣ ଥଟ୍ଟାମଜା ଇତ୍ୟାଦିକୁ ପସନ୍ଦ କରୁନଥିଲେ, ଏହାକୁ ବ୍ୟବହାର କରନ୍ତୁ ନାହିଁ ।

Rishabh Pant
Indian Cricketer Rishabh Pant: ଦିନିକିଆରେ ରିଷଭ ପନ୍ତଙ୍କ ପାଇଁ ସବୁଠୁ ବଡ଼ ଚାଲେଞ୍ଜ୍ କିଏ?

ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ୱିକେଟ୍‌କିପର୍‌-ବ୍ୟାଟର୍ ଭାବେ ରିଷଭ ପନ୍ତଙ୍କ ଠାରୁ ଲୋକେଶ ରାହୁଲଙ୍କୁ ଦିଆଯାଇଥିଲା ଅଗ୍ରାଧିକାର । ସେ ମଧ୍ୟ ନିଜ ପ୍ରଦର୍ଶନ ବଳରେ ତାଙ୍କ ଚୟନକୁ ସଠିକ୍ ସାବ୍ୟସ୍ତ କରିଥିଲେ । ଏପରି ସ୍ଥଳେ ପ୍ରଶ୍ନ ଉଠୁଛି ଯେ ଦିନିକିଆରେ ପନ୍ତଙ୍କ ପାଇଁ ବଡ଼ ଚାଲେଞ୍ଜ୍ ହୋଇଛନ୍ତି କି ରାହୁଲ?

Sunita Williams
Sunita Williams: ମହାଶୂନ୍ୟରୁ ଫେରୁଥିଲେ ସୁନୀତା; କାହିଁକି ପଢ଼ାଗଲା ହନୁମାନ ଚାଲିଶା

ସୁନୀତାଙ୍କ ଫେରିବା ପରେ ଭାରତରେ ସେଲିବ୍ରେସନ୍ କରାଯାଇଥିଲା। ସୁନୀତା ଫେରିବା ପରେ ବାଣ ଫୁଟାଇ, ମିଠା ଖାଇ ଖୁସି ମନାଇଛନ୍ତି ଗୁଜରାଟ ମେହସାନ୍ ବାସିନ୍ଦା। ସେହିପରି ଉଜୈନରେ ରାତିସାରା ଯଜ୍ଞ କରିଥିଲେ ଲୋକେ।

Hardik pandya ex-wife natasa stankovic shared emotional post
Hardik Pandya: ନୂଆ ପ୍ରେମିକା ପାଇଁ ଖୁସିରେ ହାର୍ଦ୍ଦିକ ପାଣ୍ଡ୍ୟା; ଭାବପ୍ରବଣ ପୋଷ୍ଟ୍ କଲେ ନତାଶା ଷ୍ଟାନ୍‌କୋଭିକ୍‌

ଆଇସିସି ଚାମ୍ପିଅନ୍ସ ଟ୍ରଫି ସମୟରେ ହାର୍ଦ୍ଦିକଙ୍କ ଚର୍ଚ୍ଚିତ ଗର୍ଲଫ୍ରେଣ୍ଡ ଜସ୍ମିନ ୱାଲିଆ ଦୁବାଇ ଷ୍ଟାଡିୟମରେ ମ୍ୟାଚ୍‌ ଦେଖୁଥିବାର ନଜର ଆସିଥିଲେ। ସେବେଠାରୁ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି ଯେ ପୂର୍ବତନ ପତ୍ନୀ ନତାଶା ଷ୍ଟାନକୋଭିକ୍‌ଙ୍କ ସହ ଛାଡପତ୍ର ପରେ ହାର୍ଦ୍ଦିକଙ୍କ ଜୀବନରେ ପରିବର୍ତ୍ତନ ଆସିଛି।

Astronaut
Astronaut: ସୁନୀତା ୱିଲିୟମ୍ସଙ୍କ ପରି ଆଷ୍ଟ୍ରୋନଟ ହେବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କ’ଣ ପଢିବେ ଏବଂ କେମିତି ପ୍ରସ୍ତୁତି କରିବେ

ସୁନୀତା ୱିଲିୟମ୍ସଙ୍କ ଏପରି ସଫଳତା ଦେଖି ତାଙ୍କ ପରି ମହାକାଶଚାରୀ ବା ଆଷ୍ଟ୍ରୋନଟ ହେବାକୁ ଚାହୁଁଛନ୍ତି କି ? ଯଦି ଚାହୁଁଛନ୍ତି ତେବେ ଏଥିପାଇଁ ପରିଶ୍ରମ, ପାଠ ଏବଂ ପ୍ରତିବଦ୍ଧତା ଦରକାର । ଯଦି ଏହି ତିନୋଟି ଜିନିଷ ରହିଛି ତେବେ ଆପଣ ବି ଚାହିଁଲେ ଆଷ୍ଟ୍ରୋନଟ ଭାବେ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନରେ ପହଞ୍ଚି ପାରିବେ । ଜହ୍ନ ରାଇଜରେ ବୁଲି ପାରିବେ ।

Yoga poses to get rid of gastric problem
Yogasana: ଆପଣ ଗ୍ୟାସ୍ ଏବଂ ବଦହଜମୀ ଭଳି ସମସ୍ୟାରେ ଘାଣ୍ଟି ହେଉଛନ୍ତି କି… କରନ୍ତୁ ଏହି ୩ ଆସନ

ଅନେକ ଲୋକ ଗ୍ୟାସ୍, ହାକୁଡି ଏବଂ ବଦହଜମୀ ଭଳି ସମସ୍ୟାରେ ପୀଡିତ। ଯଦି ଆପଣ ପେଟରେ ଭାରୀପଣ, ଗ୍ୟାସ୍ ଏବଂ ଦିନସାରା ହାକୁଡି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ କେବଳ ଯୋଗ ହିଁ ଆପଣଙ୍କୁ ସାହାଯ୍ୟ କରିପାରିବ।

Sunita Williams
Sunita Williams: ୮ ଦିନରୁ ୯ମାସ ; ମହାଶୂନ୍ୟରେ କ’ଣ ଖାଉଥିଲେ ସୁନୀତା

ସୁନୀତା ୮ ଦିନ ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ନେଇ ମହାକାଶକୁ ଯାଇଥିଲେ। ହେଲେ ତାଙ୍କୁ ମହାକାଶରେ ୯ ମାସ ରହିବାକୁ ପଡ଼ିଥିଲା। ମିଳିଥିବା ସୂଚନା ଅନୁସାରେ ସୁନୀତା ସେଠାରେ ବଭିନ୍ନ ପ୍ରକାରର ଖାଦ୍ୟ ଖାଉଥିଲେ।

posting reels avoid these mistakes unless lose followers
Technology: ରିଲ୍ସ ପୋଷ୍ଟ୍ କରିବା ବେଳେ କେବେ ବି କରନ୍ତୁନି ଏହି ୫ ଭୁଲ୍; କମିଯିବ ଫଲୋର୍ସ

କଣ୍ଟେଣ୍ଟ୍ କ୍ରିଏଟରମାନେ ରିଲ୍ସ ତିଆରି କରି ଲକ୍ଷ ଲକ୍ଷ ଫଲୋର୍ସ ପାଆନ୍ତି । ଯଦି ଆପଣ ରିଲ୍ସ ମାଧ୍ୟମରେ ଫଲୋର୍ସ ସଂଖ୍ୟା ବଢାଇବାକୁ ଚାହାଁନ୍ତି, ତେବେ ଏପରି ୫ଟି ଭୁଲ୍ ବିଷୟରେ ବିଷୟରେ ଜାଣନ୍ତୁ ଯାହାକୁ ଆପଣ କେବେ ବି କରିବେ ନାହିଁ ।

/sunita williams
Sunita Williams: ଫେରିଲେ ସୁନୀତା; ଖୁସିରେ ନାଚିଲେ ଡଲଫିନ୍

ସବୁ ପ୍ରତୀକ୍ଷାର ଘଟିଲା ଅବସାନ। ସଫଳତାର ସହ ପୃଥିବୀ ପୃଷ୍ଠକୁ ଫେରିଲେ ସୁନୀତା ୱିଲିୟମ୍ସ। ମହାକାଶ ପରୀ ସୁନୀତାଙ୍କ ସମେତ ସାଥୀ ବୁଚ୍ ୱିଲମୋର ଏବଂ ଅନ୍ୟ ୨ ମହାକାଶଚାରୀ ସଫଳତାର ସହ ପୃଥିବୀ ପୃଷ୍ଠରେ ଅବତରଣ କରିଛନ୍ତି

Sunita Williams
Sunita Williams: ସୁନୀତା ପୃଥିବୀକୁ ଫେରିଲେ, ସାଥୀ ବୈଜ୍ଞାନିକଙ୍କୁ ଦେଖି ହସି ଦେଲେ

ଆମେରିକାର ଫ୍ଲୋରିଡ଼ା ତଟରେ ନିର୍ଦ୍ଧାରିତ ଭାରତୀୟ ସମୟ ଭୋର୍ ୩ଟା ୨୭ ମିନିଟରେ ସଫଳ ଲାଣ୍ଡିଂ କରିଛି ଡ୍ରାଗନ୍ କ୍ୟାପସୁଲ୍ । ନାସା ଏବଂ ସ୍ପେଶ୍ ଏକ୍ସର ମିଳିତ ଉଦ୍ୟମରେ ସଫଳତାର ସହ ମହାକାଶ ଛାଡ଼ି ପୃଥିବୀରେ ପହଞ୍ଚିଛନ୍ତି ୪ ମହାକାଶଚାରୀ ।

ipl
IPL Best Bowling: ଏହି ଖେଳାଳିଙ୍କ ନାମରେ ରହିଛି ଆଇପିଏଲର ସର୍ବଶ୍ରେଷ୍ଠ ବୋଲିଂ ରେକର୍ଡ

ଆଇପିଏଲ୍ ଇତିହାସରେ ଅନେକ ଅବିସ୍ମରଣୀୟ ବୋଲିଂ ପ୍ରଦର୍ଶନ ରହିଛି। ବୋଲିଂ ବଳରେ ହିଁ ଟୁର୍ନାମେଣ୍ଟ ଜିତିବା ସମ୍ଭବ ହୋଇଥାଏ। ଆସନ୍ତୁ ନଜର ପକାଇବା ଆଇପିଏଲର ୫ ଶ୍ରେଷ୍ଠ ବୋଲିଂ ଫିଗର ଉପରେ ଯାହା ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲା।

gold
Gold Rate: ସର୍ବକାଳୀନ ରେକର୍ଡ ଛୁଇଁଲା ସୁନା ଦର

ରେକର୍ଡ ଭାଙ୍ଗିଲା ସୁନା ଦର। ପ୍ରଥମ ଥର ପାଇଁ ୯୦ ହଜାର ଛୁଇଁଛି ଖାଣ୍ଟି ସୁନା। ବଜାରରେ ୨୪ କ୍ୟରେଟ୍ ସୁନା ୧୦ ଗ୍ରାମକୁ ୪୪୦ ଟଙ୍କା ବଢି ୯୦ ହଜାରରେ ପହଁଚିଥିବା ବେଳେ ୨୨ କ୍ୟାରେଟ୍ ସୁନା ୮୨ ହଜାର ୫୦୦ ଟଙ୍କା ହୋଇଛି।