Advertisment

Hardik Pandya: ନୂଆ ପ୍ରେମିକା ପାଇଁ ଖୁସିରେ ହାର୍ଦ୍ଦିକ ପାଣ୍ଡ୍ୟା; ଭାବପ୍ରବଣ ପୋଷ୍ଟ୍ କଲେ ନତାଶା ଷ୍ଟାନ୍‌କୋଭିକ୍‌

ଆଇସିସି ଚାମ୍ପିଅନ୍ସ ଟ୍ରଫି ସମୟରେ ହାର୍ଦ୍ଦିକଙ୍କ ଚର୍ଚ୍ଚିତ ଗର୍ଲଫ୍ରେଣ୍ଡ ଜସ୍ମିନ ୱାଲିଆ ଦୁବାଇ ଷ୍ଟାଡିୟମରେ ମ୍ୟାଚ୍‌ ଦେଖୁଥିବାର ନଜର ଆସିଥିଲେ। ସେବେଠାରୁ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି ଯେ ପୂର୍ବତନ ପତ୍ନୀ ନତାଶା ଷ୍ଟାନକୋଭିକ୍‌ଙ୍କ ସହ ଛାଡପତ୍ର ପରେ ହାର୍ଦ୍ଦିକଙ୍କ ଜୀବନରେ ପରିବର୍ତ୍ତନ ଆସିଛି।

author-image
Pramod Behera
ଅଦ୍ୟତନ ହୋଇଛି
Hardik pandya ex-wife natasa stankovic shared emotional post

Hardik pandya ex-wife natasa stankovic shared emotional post

ଆଜିକାଲି ଜସ୍ମିନ୍ ୱାଲିଆଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାଁ ଯୋଡି ଚର୍ଚ୍ଚା ହେଉଛି। ଆଇସିସି ଚାମ୍ପିଅନ୍ସ ଟ୍ରଫି ସମୟରେ ହାର୍ଦ୍ଦିକଙ୍କ ଚର୍ଚ୍ଚିତ ଗର୍ଲଫ୍ରେଣ୍ଡ ଜସ୍ମିନ ୱାଲିଆ ଦୁବାଇ ଷ୍ଟାଡିୟମରେ ମ୍ୟାଚ୍‌ ଦେଖୁଥିବାର ନଜର ଆସିଥିଲେ। ସେବେଠାରୁ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି ଯେ ପୂର୍ବତନ ପତ୍ନୀ ନତାଶା ଷ୍ଟାନକୋଭିକ୍‌ଙ୍କ ସହ ଛାଡପତ୍ର ପରେ ହାର୍ଦ୍ଦିକଙ୍କ ଜୀବନରେ ପରିବର୍ତ୍ତନ ଆସିଛି।

Advertisment

କିନ୍ତୁ ନତାଶାଙ୍କ ଲାଟେଷ୍ଟ୍ ପୋଷ୍ଟ ଦେଖିଲେ ଲାଗୁଛି ଯେ ସେ ତାଙ୍କ ଜୀବନରେ ଆଉ ନୂଆ ପ୍ରେମ ପାଇ ନାହାଁନ୍ତି। ଅଭିନେତ୍ରୀ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଷ୍ଟୋରୀ ଶେୟାର କରିଛନ୍ତି ଯେଉଁଥିରେ ସେ ପ୍ରେମ ଏବଂ ବିଶ୍ୱାସକୁ ନେଇ କିଛି କହିଛନ୍ତି। ତାଙ୍କର ଏହି କ୍ରିପ୍ଟିକ୍ ପୋଷ୍ଟ ପ୍ରଶଂସକଙ୍କ ଚିନ୍ତା ବଢାଇ ଦେଇଛି।

ଅଧିକ ପଢ଼ନ୍ତୁ: ଭିଲେନ ହେବାକୁ ରଣଦୀପ ହୁଡା ପରିବର୍ତ୍ତନ କରିଦେଲେ ଶରୀର ଆଉ ସ୍ୱର; ଦେଖିଲେ ବିଶ୍ୱାସ କରିପାରିବେନି

Advertisment

ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ତାଙ୍କ ଫଟୋ ଶେୟାର କରିବାବେଳେ ନତାଶା ଲେଖିଛନ୍ତି, “ନିଜ ମନରେ କିମ୍ବା କୌଣସି ମଣିଷ ରୂପରେ ଶୈତାନକୁ ମିଛ କହିବାକୁ ଦିଅନ୍ତୁ ନାହିଁ। ତାଙ୍କୁ ନିଜର ସଫଳତା ଏବଂ ଗୁରୁତ୍ୱ ଉପରେ ପ୍ରଶ୍ନ କରିବାକୁ ଦିଅନ୍ତୁ ନାହିଁ। ଆପଣ ବି ଜଣେ ଅଦ୍ଭୁତ ମଣିଷ ଯାହାକୁ ଭଗବାନ କୌଣସି ଏକ ଉଦ୍ଦେଶ୍ୟ ପାଇଁ ଏହି ଜଗତକୁ ପଠାଇଛନ୍ତି। ତାଙ୍କ ଉପରେ ବିଶ୍ୱାସ କରନ୍ତୁ ଏବଂ ଜାଣନ୍ତୁ ଯେ ଭଗବାନ ଆପଣକୁ ଭଲ ପାଆନ୍ତି। ଭଗବାନ ଆପଣଙ୍କୁ କେବେ ବି ଛାଡିବେ ନାହିଁ କି ତ୍ୟାଗ କରିବେ ନାହିଁ। ବିଶ୍ୱାସର ସହିତ ଚାଲନ୍ତୁ। ପ୍ରେମ ଏବଂ ଭରସାର କଥା କହିବାକୁ ଭୁଲନ୍ତୁ ନାହିଁ। ଶୈତାନ ଆପଣଙ୍କୁ ଛୁଇଁ ପାରିବ ନାହିଁ। ଆପଣଙ୍କ ଦିନ ଭଲରେ କଟିବ।”

Hardik pandya ex-wife natasa stankovic shared emotional postନୂଆ ପ୍ରେମିକା ପାଇଁ ଖୁସିରେ ହାର୍ଦ୍ଦିକ ପାଣ୍ଡ୍ୟା; ଭାବପ୍ରବଣ ପୋଷ୍ଟ୍ କଲେ ନତାଶା

ଗତ ବର୍ଷ ଅଲଗା:

ନତାଶା ତାଙ୍କ କ୍ରିକେଟର ସ୍ୱାମୀ ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେବାର ପ୍ରାୟ ଏକ ବର୍ଷ ପରେ ଏହି ଖବର ଆସିଛି। ହାର୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକ୍ ୨୦୨୦ ମସିହାରେ ଏକ ଇଣ୍ଟିମେଣ୍ଟ୍ ଫଙ୍କସନ୍‌ରେ ବିବାହ କରିଥିଲେ ଯେଉଁଥିରେ କେବଳ ସେମାନଙ୍କ ପରିବାର ଉପସ୍ଥିତ ଥିଲେ।

ଏହା ପରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ଫେବୃଆରୀ ୨୦୨୩ ରେ ଏହି ଦମ୍ପତି ପୁନର୍ବାର ବିବାହ କରିଥିଲେ, କିନ୍ତୁ ଗତ ବର୍ଷ ଏହି ଦମ୍ପତି ପରସ୍ପରର ହାତ ଛାଡିଥିଲେ।

ନତାଶା ପୁଅ ସହିତ ସର୍ବିଆ ଯାଇଥିଲେ:

ଗତ ବର୍ଷ ନଭେମ୍ବରରେ, ନତାସା ଷ୍ଟୋନ୍‌କୋଭିକ୍ ପୂର୍ବତନ ସ୍ୱାମୀ ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠାରୁ ଅଲଗା ହେବା ପରେ ତାଙ୍କ ଜୀବନକୁ ନେଇ କହିଥିଲେ। ସେ କହିଥିଲେ ଯେ, କେବଳ ପୁଅ କାରଣରୁ ସେ ଏବେ ବି ପାଣ୍ଡ୍ୟାଙ୍କ ସହ 'ପରିବାର'ରେ ଅଛନ୍ତି ।

ଅଭିନେତ୍ରୀ କହିଥିଲେ, “ଆମେ (ହାର୍ଦ୍ଦିକ ଏବଂ ମୁଁ) ଏକ ପରିବାର। ଆମର ଏକ ସନ୍ତାନ ଅଛି ଏବଂ ପିଲାଟି ସବୁବେଳେ ଆମକୁ ଏକ ପରିବାରରେ ରଖିବ। ମୁଁ ଏମିତି ଏଥିପାଇଁ ଏଠୁ ଛାଡି ଯାଇ ନାହିଁ କାରଣ ଅଗସ୍ତ୍ୟଙ୍କୁ ଉଭୟ ବାପାମାଆଙ୍କ ସହିତ ରହିବା ଉଚିତ। ମୁଁ ଭାରତରେ ରହିବା ୧୦ ବର୍ଷ ହୋଇଗଲା ଏବଂ ମୁଁ ପ୍ରତିବର୍ଷ ଏହି ସମୟରେ ସର୍ବିଆକୁ ଯାଇଥାଏ।”

ଅଧିକ ପଢ଼ନ୍ତୁ: ଇଣ୍ଟର୍‌ନେଟ୍‌ରେ ହଇଚଇ ସୃଷ୍ଟିକରୁଛି ‘ସିକନ୍ଦର’ର ଟିଜର; ସଲମାନଙ୍କ ଡାଏଲଗ ଲଗଉଛି ନିଆଁ

Hardik Pandya Natasa Stankovic Indian Cricketer
Advertisment
Advertisment