Advertisment

Mumbai Indians: ବ୍ୟାଟିଂ ଓ ପେସ ବୋଲିଂ ମୁମ୍ବାଇ ଇଣ୍ଡିଆନ୍ସର ଶକ୍ତି

ଯଶପ୍ରୀତ ବୁମରା, ଟ୍ରେଣ୍ଟ ବୋଲ୍ଟ ଓ ଦୀପକ ଚହରଙ୍କ ବୋଲିଂ ତ୍ରିମୂର୍ତ୍ତି ପେସ୍ ଆକ୍ରମଣକୁ ଅତ୍ୟନ୍ତ ପ୍ରଭାବଶାଳୀ କରିଛି। ବୁମରାଙ୍କ ଡେଥ ଓଭର ଦକ୍ଷତା, ବୋଲ୍ଟଙ୍କ ସୁଇଙ୍ଗ ଓ ଚହରଙ୍କ ପାୱାର ପ୍ଲେର ବୋଲିଂ ପ୍ରତିପକ୍ଷ ଦଳ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ। ହାର୍ଦ୍ଦିକ ପାଣ୍ଡ୍ୟା ଚତୁର୍ଥ ପେସର ଭାବେ ବିଭିନ୍ନତା ଯୋଗ କରନ୍ତି।

author-image
Saroj Kumar Jena
ଅଦ୍ୟତନ ହୋଇଛି
MI

MI

ଆଇପିଏଲ ଇତିହାସର ଅନ୍ୟତମ ଶକ୍ତିଶାଳୀ ଦଳ ମୁମ୍ବାଇ ଇଣ୍ଡିଆନ୍ସ। ୫ ଥର ଟ୍ରଫି ଜିତି ସାରିଥିବା ଏହି ଦଳ ସୁପରଷ୍ଟାର ମାନଙ୍କର ଘର କହିଲେ ଭୁଲ ହେବ ନାହିଁ। ଗତ ସିଜନରେ ଏହା ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଥିଲା। ଚଳିତ ସିଜନରେ ଦଳ ଜବରଦସ୍ତ ପ୍ରତ୍ୟାବତ୍ତନ ସହିତ ଟ୍ରଫି ଜିତିବାକୁ ଚାହିଁବ। ଆଜି ଆସନ୍ତୁ ନଜର ପକାଇବା ଚଳିତ ସିଜନରେ ମୁମ୍ବାଇ ଦଳର ଶକ୍ତି ଓ ଦୁର୍ବଳତା ଉପରେ। ଇଣ୍ଡିଆନ ପ୍ରିମିଅର ଲିଗ (IPL)ର ସବୁଠାରୁ ସଫଳ ଦଳମାନଙ୍କ ମଧ୍ୟରୁ ଅନ୍ୟତମ ମୁମ୍ବାଇ ଏକ ସନ୍ତୁଳିତ ଦଳ ହିସାବରେ ନିଜର ପୁରୁଣା ଗୌରବ ଫେରି ପାଇବାକୁ ପ୍ରସ୍ତୁତ ରହିଛି।

Advertisment

ଶକ୍ତି:ଦମଦାର ବ୍ୟାଟିଂ ଲାଇନଅପ୍: ବ୍ୟାଟିଂ ମୁମ୍ବାଇ ଇଣ୍ଡିଆନ୍ସର ପ୍ରମୁଖ ଶକ୍ତି ରହି ଆସିଛି । ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଓ ତିଲକ ବର୍ମାଙ୍କ ଭଳି ଖେଳାଳି ଦଳର ମୁଖ୍ୟ ବ୍ୟାଟର। ରୋହିତଙ୍କ ଆକ୍ରମଣାତ୍ମକ ଆରମ୍ଭ, ସୂର୍ଯ୍ୟଙ୍କ ୩୬୦ ଡିଗ୍ରୀ ଓ ତିଲକଙ୍କ ସ୍ଥିରତା ଦଳକୁ ମଜବୁତ କରିଥାଏ। ଏହାଛଡ଼ା ରାୟାନ ରିକେଲଟନ୍ ଓ ୱିଲ୍ ଜ୍ୟାକ୍ସଙ୍କ ଭଳି ବିଦେଶୀ ଖେଳାଳି ମଧ୍ୟ ବ୍ୟାଟିଂ ଗଭୀରତାରେ ସହାୟକ ରହିବ। ୱାଙ୍ଖେଡ଼େ ଷ୍ଟାଡିୟମର ହାଇ ସ୍କୋରିଂ ପିଚ୍ ଏହି ବ୍ୟାଟିଂ ଶକ୍ତିକୁ ଆହୁରି ବଢ଼ାଇଥାଏ।

ପେସ୍ ବୋଲିଂ:ଯଶପ୍ରୀତ ବୁମରା, ଟ୍ରେଣ୍ଟ ବୋଲ୍ଟ ଓ ଦୀପକ ଚହରଙ୍କ ବୋଲିଂ ତ୍ରିମୂର୍ତ୍ତି ପେସ୍ ଆକ୍ରମଣକୁ ଅତ୍ୟନ୍ତ ପ୍ରଭାବଶାଳୀ କରିଛି। ବୁମରାଙ୍କ ଡେଥ ଓଭର ଦକ୍ଷତା, ବୋଲ୍ଟଙ୍କ ସୁଇଙ୍ଗ ଓ ଚହରଙ୍କ ପାୱାର ପ୍ଲେର ବୋଲିଂ ପ୍ରତିପକ୍ଷ ଦଳ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ। ହାର୍ଦ୍ଦିକ ପାଣ୍ଡ୍ୟା ଚତୁର୍ଥ ପେସର ଭାବେ ବିଭିନ୍ନତା ଯୋଗ କରନ୍ତି।

Advertisment

ଅଭିଜ୍ଞ ନେତୃତ୍ୱ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଚଳିତ ବର୍ଷ ଭଲ ପ୍ରଦର୍ଶନ କରିବା ନେଇ ଆଶା କରାଯାଉଛି। ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବ ବର୍ତ୍ତମାନ ଭାରତୀୟ ଦଳର ଅଧିନାୟକ ରହିଛନ୍ତି। ଉଭୟଙ୍କ ଅନ୍ତର୍ଜାତୀୟ ଅଭିଜ୍ଞତା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ସହାୟକ ହେବ।

ଦୁର୍ବଳତା:ସ୍ପିନର ଅଭାବ: ମୁମ୍ବାଇ ଇଣ୍ଡିଆନ୍ସର ସ୍ପିନ ବିଭାଗ ଦୁର୍ବଳ ରହିଛି। ମିଚେଲ ସାଣ୍ଟନର ଓ ମୁଜିବ ଉର ରହମାନ ଭଳି ବିଦେଶୀ ସ୍ପିନର ଉପରେ ଦଳ ନିର୍ଭର କରିବ। ତେବେ କୌଣସି ଭାରତୀୟ ସ୍ପିନର ନ ଥିବା ବେଳେ କର୍ନ ଶର୍ମା ଏକ ମାତ୍ର ବିକଳ୍ପ ଭାବେ ଉପଲବ୍ଧ । ସ୍ପିନ ଅନୁକୂଳ ପିଚରେ ଏହା ସମସ୍ୟା ସୃଷ୍ଟି କରିପାରେ।

ଓପନିଂ: ରୋହିତ ଶର୍ମାଙ୍କ ସାମ୍ପ୍ରତିକ ଫର୍ମ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଚିନ୍ତାର କାରଣ। ତେବେ ତାଙ୍କ ସହ କିଏ ଓପନ କରିବ ତାହା ସ୍ପଷ୍ଟ ହୋଇନାହିଁ। ୱିଲ ଜ୍ୟାକ୍ସ ଓ ରାୟାନ ରିକେଲଟନଙ୍କ ମଧ୍ୟରୁ କେହି ଜଣେ ଓପନ କରିବେ।

ବେଞ୍ଚ ଷ୍ଟ୍ରେନ୍ଥ: ପ୍ରାରମ୍ଭିକ ଏକାଦଶ ଶକ୍ତିଶାଳୀ ହେଲେ ମଧ୍ୟ ବେଞ୍ଚରେ ଅଭିଜ୍ଞ ବିକଳ୍ପର ଅଭାବ ରହିଛି। ଆଘାତ କିମ୍ବା ଖରାପ ଫର୍ମ ରହିଲେ ଦଳ ସମସ୍ୟାରେ ପଡ଼ିପାରେ। ଭାରତୀୟ କୋର ବ୍ୟାଟିଂ ଲାଇନ ଅପକୁ ଛାଡିଲେ ଦଳ ନିକଟରେ ଅନ୍ୟ ଖେଳାଳି ଉପଲବ୍ଧ ନାହାନ୍ତି।

ମୁମ୍ବାଇ ଇଣ୍ଡିଆନ୍ସର ଶକ୍ତି ଏହାର ବ୍ୟାଟିଂ ଓ ପେସ୍ ବୋଲିଂରେ ରହିଛି। ଚଳିତ ସିଜନରେ ପ୍ଲେ-ଅଫ ରେସ ପାଇଁ ଏହି ଦଳକୁ ଅନ୍ୟତମ ଫେବରିଟ ଭାବେ ବିବେଚନା କରାଯାଉଛି। କିନ୍ତୁ ସ୍ପିନ ଓ ବେଞ୍ଚ ଦୁର୍ବଳତା ଦୂର ନ କଲେ ମୁମ୍ବାଇ ପାଇଁ ଟାଇଟଲ ଜିତିବା କଷ୍ଟକର ହୋଇପଡ଼ିବ।

ଅଧିକ ପଢ଼ନ୍ତୁ: ଦ୍ବିତୀୟ ଇନିଂସ ଆରମ୍ଭ କରିବେ ମନଦୀପ-ଉଦିତା

Mumbai Indians IPL IPL 2025
Advertisment
Advertisment