ପୁଣି ଭାଇରାଲ୍ ହେଲା ମୋନାଲିସାଙ୍କ ନୂଆ ଭିଡିଓ। ମୋନାଲିସା ହାତରେ ସିଲଟ୍-ଖଡି ଧରିଛନ୍ତି ଆଉ ପାଠ ପଢୁଛନ୍ତି। ସେ ଶିଖୁଛନ୍ତି ଅ-ଆ। ତାଙ୍କ ଗୁରୁ ସାଜିଛନ୍ତି ସିନେମା ନିର୍ମାତା। ଆସନ୍ତୁ ପୂରା ଜାଣିବା…
ଅଭିନେତ୍ରୀ ଏକଥା ମଧ୍ୟ କହିଛନ୍ତି ଯେ ଅଭିଭାବକ ନିଜ ପିଲାଙ୍କ ଦକ୍ଷତାକୁ ଚିହ୍ନନ୍ତୁ । ରୁଚି ଅନୁସାରେ ଆଗକୁ ବଢ଼ିବାକୁ ପ୍ରୋତ୍ସାହନ ଦିଅନ୍ତୁ।
ଭ୍ରାମ୍ୟମାଣ ବାଥରୁମ୍ ସୁବିଧାର ପରିକଳ୍ପନା ମହାରାଷ୍ଟ୍ର ଦକ୍ଷତା ବିକାଶ ମନ୍ତ୍ରୀ ମଙ୍ଗଳ ପ୍ରଭାତ ଲୋଧା କରିଥିଲେ ଏବଂ ଜିଲ୍ଲା ଯୋଜନା କମିଟି ଏବଂ ନଗର ନିଗମ ଦ୍ୱାରା ଏହା କାର୍ଯ୍ୟକାରୀ କରାଯାଇଥିଲା। ଏହି ଭ୍ରାମ୍ୟମାଣ ବାଥରୁମ ସୁବିଧାଟି ତିନି ଭଉଣୀଙ୍କ ଦ୍ୱାରା ପରିଚାଳିତ ହେଉଛି, ଯେଉଁମାନେ 'ବି ଦି ଚେଞ୍ଜ' ନାମକ ଏକ ସଂଗଠନ ଚଳାଉଛନ୍ତି।
ସୂର୍ଯ୍ୟକୁମାର ଯାଦବ ଟି-୨୦ ଆନ୍ତର୍ଜାତିକରେ ପୂର୍ଣ୍ଣକାଳୀନ ଅଧିନାୟକ ହେବା ପରଠାରୁ ୧୫ରୁ ୧୩ ମ୍ୟାଚ୍ ଜିତିଛି ଟିମ୍ ଇଣ୍ଡିଆ । କିନ୍ତୁ ଜଣେ ବ୍ୟାଟର୍ ଭାବେ ତାଙ୍କ ପ୍ରଦର୍ଶନରେ ଘଟିଛି ଅବନତି । ଏହା ତାଙ୍କ ଅଧିନାୟକତ୍ୱର ଭବିଷ୍ୟତ ଉପରେ ଲଗାଇଦେଇଛି ପ୍ରଶ୍ନଚିହ୍ନ ।
ଅଯୋଧ୍ୟା ରାମ ମନ୍ଦିର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ପରଲୋକ । ଲକ୍ଷ୍ନୌ ଏସଜିପିଜିଆଇରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ।
ଆଜି ରାଜଧାନୀରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ରହିଛି ୭୯ ହଜାର ୪ଶହ ଟଙ୍କା। ବିବାହ ଋତୁ ଆରମ୍ଭରୁ ସୁନା ଦରରେ ଅଚାନକ ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇଦେଇଛି।
ଦୁଇଦିନିଆ ପ୍ୟାରିସ ଗସ୍ତ ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ଆଜି ରାତିରେ ଆମେରିକା ଅଭିମୁଖେ ଯାତ୍ରା କରିବେ । ସେଠାରେ ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରିବେ । ୨୦୨୪ ରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ଓ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଏହା ପ୍ରଥମ ଭେଟଘାଟ୍ ।
କେଉଁ ତେଲରେ ପିଲାକୁ ମାଲିସ୍ କରିବାକୁ ନେଇ ଅନେକ ଲୋକ ଦ୍ୱନ୍ଦ୍ୱରେ ପଡନ୍ତି। ସୋରିଷ ତେଲ ପିଲା ପାଇଁ ସର୍ବୋତ୍ତମ, କିନ୍ତୁ ଯଦି ଆପଣ ଚାହାଁନ୍ତି, ତେବେ ଆପଣ ଅନ୍ୟ ତେଲରେ ମଧ୍ୟ ପିଲାକୁ ମସାଜ୍ କରିପାରିବେ। ତେବେ ଏହିସବୁ ତେଲ ପାଣିପାଗ ଅନୁଯାୟୀ ବ୍ୟବହାର କଲେ ଏହାର ଲାଭ ମିଳିଥାଏ।
ମାଘ ପୂର୍ଣ୍ଣିମା ଅବସରରେ ବୁଡ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ। ମହାକୁମ୍ଭ ମେଳା ଅଂଚଳ ସହ ସାରା ପ୍ରୟାଗରାଜରେ ଲାଗୁ ହୋଇଛି ନୋ ଭେୟିକିଲ୍ ଜୋନ୍
ବାସ୍ତୁଶାସ୍ତ୍ର ଅନୁଯାୟୀ ପୃଥିବୀ, ଜଳ, ଅଗ୍ନି, ଆକାଶ ଓ ବାୟୁ ଏବଂ ବାସ୍ତୁ ତଥା ବାସ୍ତୁର ଆଠଟି କୋଣକୁ ସନ୍ତୁଳିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ନ ହେଲେ ଅନେକ ସମସ୍ୟାକୁ ସମ୍ମୁଖିନ ହେବାକୁ ପଡେ। ସେଥିରୁ ମଧୁମେହ ଗୋଟିଏ।
ରାଜଧାନୀରେ ଆଜି ୨୨ କ୍ୟାରେଟ୍ ସୁନା ଦର ୮୦ ହଜାର ପାର କରିଯାଇଥିଲା ବେଳେ ଖାଣ୍ଟି ସୁନା ବା ୨୪ କ୍ୟାରେଟ୍ ଦର ପାଖାପାଖି ୮୮ ହଜାରରେ ପହଞ୍ଚିଛି। ଏପରିକି ବିଶେଷଜ୍ଞଙ୍କ ଆକଳନ ମାସକ ଭିତରେ ଖାଣ୍ଟି ସୁନା ଲକ୍ଷେ ମଧ୍ୟ ଟପିଯାଇ ପାରେ।
ପାଖରେ ୨୦ ବର୍ଷର ପୁରୁଣା ଗାଡ଼ି ଥିଲେ RC ରିନ୍ୟୁ ବାବଦକୁ ପଡ଼ିପାରେ ଦୁଇ ଗୁଣା ଫି'। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ଆସିଥିବା ଚିଠା ବିଜ୍ଞପ୍ତି ଅନୁସାରେ, ଏଣିକି ଦୁଇ ଚକିଆରୁ ଭାରି ଯାନ ଯାଏଁ ପୁରୁଣା ଗାଡ଼ି ଉପରେ ଅଧିକ ଫି’ ଲାଗିବ।
ମହାକୁମ୍ଭରୁ ଏକ ଭିଡିଓ ସାମ୍ନାକୁ ଆସିଛି ଯାହା କାହାକୁ ବି ନାଚିବାକୁ ବାଧ୍ୟ କରିବ। ଏହି ଭିଡିଓରେ ଜଣେ ସାଧୁ ବାବା ଭୋଜପୁରୀ ଗୀତରେ ବହୁତ ଉତ୍ସାହର ସହ ନାଚୁଥିବାର ନଜର ଆସିଛନ୍ତି।
ମଙ୍ଗଳବାର ଜେଇଇ ମେନ୍ ସେସନ-୧ ୨୦୨୫ର ପରୀକ୍ଷା ଫଳ ପ୍ରକାଶ ପାଇଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ସୁମଦାୟ ୧୪ ଜଣ ଛାଚ୍ରଛାତ୍ରୀ ଶତ ପ୍ରତିଶତ ମାର୍କ ସ୍କୋର କରିବା ସହତ ଟପ୍ପର ରହିଛନ୍ତି। ୧୪ ଜଣଙ୍କ ମଧ୍ୟରେ ୧୩ ଜଣ ଛାତ୍ର ଓ ଜଣେ ଛାତ୍ରୀ ରହିଛନ୍ତି। ଓଡ଼ିଶାର ନବନୀତ ପ୍ରିୟଦର୍ଶୀ ୨୬ ତମ ସ୍ଥାନରେ ରହିଛନ୍ତି।
ଆସନ୍ତୁ ଜାଣିବା ଯେଉଁମାନଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ବୋଲି ବିବେଚନା କରାଯାଉଛି। ଏମାନଙ୍କ ମଧ୍ୟରେ ଥୋକଚୋମ ସତ୍ୟବ୍ରତ ସିଂ, ବସନ୍ତ କୁମାର ସିଂ, ୟୁମନାମ ଖେମଚାନ୍ଦ ସିଂ, ଥୋଙ୍ଗାମ ବିଶ୍ୱଜିତ ସିଂ ଏବଂ ରାଧେଶ୍ୟାମ ସିଂ ଅନ୍ତର୍ଭୁକ୍ତ।
ଭାରତୀୟ ଡାକ ବିଭାଗରେ ଚାକିରି ସୁଯୋଗ। ଏନେଇ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
ପ୍ରତ୍ୟେକ ଟ୍ରେନରେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ରହୁଥିବା ବେଳେ ଏହା ବର୍ତ୍ତମାନ ବଡ ସମସ୍ୟା ସୃଷ୍ଟି କରିଛି। ସୋମବାର ବିହାରର ମଧୁବନୀ ଠାରେ ଏଭଳି ଏକ ଆକ୍ରମଣ ଘଟଣା ଦେଖିବାକୁ ମିଳିଛି।
ଇଂଲଣ୍ଡ ବିପକ୍ଷ ସିରିଜରେ ଶାମି ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଚାମ୍ପିୟନ୍ସ ଟ୍ରଫି ଦଳରେ ମଧ୍ୟ ତାଙ୍କୁ ସ୍ଥାନ ମିଳିଛି। ତେବେ ଇଂଲଣ୍ଡ ବିପକ୍ଷ ଦିନିକିଆ ମ୍ୟାଚ ଗୁଡିକରେ ଶାମିଙ୍କ ପ୍ରଦର୍ଶନକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ପୂର୍ବତନ ଖେଳାଳି।
'ଛାଭା ରିଲିଜ୍ ହେବାକୁ ଆଉ କେଇଟା ଦିନ ବାକି ଅଛି, କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ପ୍ରେକ୍ଷାଳୟକୁ ଆସିବା ପୂର୍ବରୁ 'ଛାଭା' କୋଟି କୋଟି ଟଙ୍କା ରୋଜଗାର କରୁଛି। ନିକଟରେ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି ଏବଂ ଲୋକମାନେ ବହୁ ସଂଖ୍ୟାରେ ଟିକେଟ୍ ବୁକିଂ କରୁଛନ୍ତି।
ଅଜଣା ସ୍ଥାନରେ ଅଜଣା ଲୋକଙ୍କୁ ସ୍ୱପ୍ନରେ ଦେଖିଲେ ଏହା ଶୁଭ ସୂଚନା ଦେଇଥାଏ। ଏହାର ଅର୍ଥ ଆପଣ ଖୁବ୍ ଶୀଘ୍ର ବିଦେଶ ଯାତ୍ରାରେ ଯାଇ ପାରନ୍ତି। ଏଥିସହ ଏହି ସ୍ୱପ୍ନ ଆପଣଙ୍କ ପୂର୍ବର ମନୋସ୍କାମନା ପୂର୍ଣ୍ଣ ହେବା ଆଡ଼କୁ ବି ଇଶାରା କରିପାରେ।
''ଦୟାକରି ମୋତେ ରାତିରେ ଏଠି ରହିବାକୁ ଦିଅନ୍ତୁ । ନହେଲେ ମୁଁ ଏବେ କୁଆଡେ ଯିବି'', ଇନଫୋସିସରୁ ଛଟେଇ ପରେ ଏମିତି କାନ୍ଦି କାନ୍ଦି ନେହୁରା ହେଲେ ମହିଳା କର୍ମଚାରୀ ।
ଚାଷୀ, ଗରିବ, ଯୁବକକୁ ବିଶେଷ ଗୁରୁତ୍ବ ଦିଆଯାଇଛି। ଡାଲି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ, ଜଳବାୟୁ ଅନୁସାରେ ବିହନ ବିକଶିତ କରିବା ଏବଂ ଉତ୍ପାଦିତ ଦ୍ରବ୍ୟର ସଂରକ୍ଷଣ ଉପରେ ଧ୍ୟାନ ଦେବା ପାଇଁ ଏକ ପଦକ୍ଷେପ ନିଆଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ କମାଇବା ପାଇଁ ବିଶେଷ ଯୋଜନା ପ୍ରସ୍ତୁତ କରାଯାଇଛି।
ବୁଦ୍ଧିମାନ ସ୍ୱାମୀ ନିଜ ସ୍ତ୍ରୀକୁ ଭୁଲରେ ବି ୪ଟି କଥା କହିବା ଅନୁଚିତ୍ । ନହେଲେ ବୈବାହିକ ଜୀବନ ଅଶାନ୍ତି ଓ କଳହରେ କଟିବ।
ଗାଁ ପାଖରେ ବନ ବିଭାଗ ପକ୍ଷରୁ ମହାବଳକୁ କାବୁ କରିବାକୁ ୨ଟି ଯନ୍ତା ରଖାଯାଇଥିଲା। ଯନ୍ତା ଭିତରେ ଛେଳି ରଖି ବାଘକୁ ଧରିବା ପାଇଁ ବନ ବିଭାଗ ଯୋଜନା କରିଥିଲା।
ଦିଲ୍ଲୀ ହାରିବା ପରେ ଏବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବାକୁ ଷଡଯନ୍ତ୍ର କରୁଛନ୍ତି ଅରବିନ୍ଦ କେଜ୍ରିୱାଲ । ବଡ ଅଭିଯୋଗ ଆଣିଲା ବିଜେପି ଓ କଂଗ୍ରେସ । ପଢନ୍ତୁ ପୁରା ଖବର