Advertisment

Sunita Williams: ୮ ଦିନରୁ ୯ମାସ ; ମହାଶୂନ୍ୟରେ କ’ଣ ଖାଉଥିଲେ ସୁନୀତା

ସୁନୀତା ୮ ଦିନ ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ନେଇ ମହାକାଶକୁ ଯାଇଥିଲେ। ହେଲେ ତାଙ୍କୁ ମହାକାଶରେ ୯ ମାସ ରହିବାକୁ ପଡ଼ିଥିଲା। ମିଳିଥିବା ସୂଚନା ଅନୁସାରେ ସୁନୀତା ସେଠାରେ ବଭିନ୍ନ ପ୍ରକାରର ଖାଦ୍ୟ ଖାଉଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Sunita Williams

Sunita Williams

୮ ଦିନ ପାଇଁ ଯାଇ ମହାକାଶରେ ୯ମାସ ମହାକାଶରେ ଫସି ରହିଥିଲେ ସୁନୀତା ୱିଲିୟମ୍ସ ତାଙ୍କ ସହଯୋଗୀ ବୁଚ୍ ୱିଲମୋର। ୯ମାସ ସୁନୀତାଙ୍କ ପାଇଁ ଥିଲା କଠିନ ଯାତ୍ରା। ତେବେ ୮ ଦିନ ପାଇଁ ପ୍ରସ୍ତତି କରି ଯାଇଥିବା ସୁନୀତା ୱିଲିୟମ୍ସ ଓ ତାଙ୍କ ସହଯୋଗୀ ମହାଶୂନ୍ୟରେ କ’ଣ ଖାଉଥିଲେ, କ’ଣ ପିଉଥିଲେ ଓ କିପରି ରହୁଥିଲେ ଆସନ୍ତୁ ସେ ବିଷୟରେ ଜାଣିବା।

Advertisment

ଅଧିକ ପଢ଼ନ୍ତୁ: ସୁନୀତା ପୃଥିବୀକୁ ଫେରିଲେ, ସାଥୀ ବୈଜ୍ଞାନିକଙ୍କୁ ଦେଖି ହସି ଦେଲେ

ସୁନୀତା ୮ ଦିନ ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ନେଇ ମହାକାଶକୁ ଯାଇଥିଲେ। ହେଲେ ତାଙ୍କୁ ମହାକାଶରେ ୯ ମାସ ରହିବାକୁ ପଡ଼ିଥିଲା। ମିଳିଥିବା ସୂଚନା ଅନୁସାରେ ସୁନୀତା ସେଠାରେ ବଭିନ୍ନ ପ୍ରକାରର ଖାଦ୍ୟ ଖାଉଥିଲେ। ବ୍ରେକଫାଷ୍ଟରେ ଗହମଜାତୀୟ ଖାଦ୍ୟ ସହ ପାଉଡର କ୍ଷୀର ଖାଉଥିଲେ ବୋଲି ସୂଚନା ମିଳିଛି। ଏଥିସହ ପିଜା, ଫଳ,ଓ ପନିପରିବା ଖାଉଥିଲେ ସୁନୀତା। ସ୍ପେସ୍ ଷ୍ଟେସନରେ ପିଇବା ପାଇଁ ୫୩୦ ଗ୍ୟାଲନର ପାଣି ଟ୍ୟାଙ୍କ ଥିଲା। ମ୍ୟାଗନେଟିକ୍ ଟ୍ରେରେ ଖାଦ୍ୟ ପ୍ରସ୍ତୁତ କରୁଥିଲେ ସୁନୀତା ଓ ତାଙ୍କ ସହଯୋଗୀ।

ଉଲ୍ଲେଖଯୋଗ୍ୟ, ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବୁଚ ୱିଲମର, ୮ ଦିନର ମିଶନ ବଦଳରେ ପ୍ରାୟ ୯ ମାସ ମହାକାଶରେ ଫସି ରହିଥିଲେ। ଗତ ବର୍ଷ ଜୁନ୍ ୫ ତାରିଖରେ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର ବୋଇଂ ଷ୍ଟାର୍ ଲାଇନର୍ ମହାକାଶ ଯାନରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିଥିଲେ। କିନ୍ତୁ ମହାକାଶଯାନର ପ୍ରପଲ୍ସନ ସିଷ୍ଟମରେ ତ୍ରୁଟି ଓ ହିଲିୟମ ଗ୍ୟାସ୍ ଲିକ୍ ଯୋଗୁ ସେମାନଙ୍କ ପ୍ରତ୍ୟାବର୍ତ୍ତନ ବିଳମ୍ବ ହୋଇଥିଲା। ଶେଷରେ ଆଜି ଭୋରରୁ ସ୍ପେସ୍ ଏକ୍ସ କ୍ୟାପସୁଲରେ ପୃଥିବୀ ପୃଷ୍ଠକୁ ଫେରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଫେରିଲେ ସୁନୀତା; ଖୁସିରେ ନାଚିଲେ ଡଲଫିନ୍

Sunita Williams NASA
Advertisment
Advertisment