ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ଦୀର୍ଘ ୯ ମାସ କଳ୍ପନାଜଳ୍ପନାର ଅନ୍ତଘଟାଇ ପୃଥିବୀ ପୃଷ୍ଠକୁ ଛୁଇଁବେ ସୁନୀତା ୱିଲିୟମ୍ସ। ଆଜି ଦିନ ୧୦ଟା ୩୫ରେ କ୍ରୁ ଡ୍ରାଗନ୍ ସ୍ପେଶ୍ କ୍ୟାପସୁଲ ସୁନୀତାଙ୍କ ସମେତ ୪ ମହାକାଶଚାରୀଙ୍କୁ ଧରି ପୃଥିବୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ବେଳେ, ଭାରତୀୟ ସମୟ ଭୋର୍ ୩ଟା ୨୭ରେ ଆମେରିକାର ଫ୍ଲୋରିଡ଼ା ତଟରେ ହେବ ଅବତରଣ।
ଏହି ଜିଦ୍ ଯୋଗୁଁ ସମସ୍ତ ୨୧୪ ଜଣ ବନ୍ଧକଙ୍କୁ ହତ୍ୟା କରାଯାଇଛି ବୋଲି ବିଏଲ୍ଏ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ପାକିସ୍ତାନ ସେନା ଓ ସରକାରଙ୍କ ଘୋଷଣାର ବିପରୀତ ବଲୋଚ୍ ବିଦ୍ରୋହୀ ସଂଗଠନ ବଲୋଚ୍ ଲିବରେସନ୍ ଆର୍ମି (ବିଏଲ୍ଏ) ଦାବି କରିଛି ଯେ, ସେମାନେ ବନ୍ଧକ ଥିବା ୨୧୪ ପାକ୍ ସୈନିକଙ୍କୁ ହତ୍ୟା କରିଛନ୍ତି । ଏହାକୁ ସାରା ବିଶ୍ବ ନିନ୍ଦା କରୁଛି। ଏହା ପାକିସ୍ତାନର ପୁରୁଣା ଖୋଇ ବୋଲି ରାଜନୈତିକ ବିଶେଷଜ୍ଞ ମତ ଦେଇଛନ୍ତି।
ଟି୨୦ କ୍ରିକେଟର ମହାକୁମ୍ଭ ତଥା ବିଶ୍ବର ଧନଶାଳୀ କ୍ରିକେଟ ଲିଗ ଆଇପିଏଲ୍ (IPL)ର ୧୮ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଆଇପିଏଲ ଇତିହାସରେ ଅନେକ ଶ୍ରେଷ୍ଠ ଇନିଂସ ଦେଖିବାକୁ ମିଳିଛି। ଅନେକ ରେକର୍ଡ ସୃଷ୍ଟି ହୋଇଥିବା ବେଳେ ଆଗାମୀ ଦିନରେ ମଧ୍ୟ ଆହୁରି ଅନେକ ନୂଆ ରେକର୍ଡ ଦେଖିବାକୁ ମିଳିବ। ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇଥିବା ଆଇପିଏଲ ଇତିହାସର ଶ୍ରେଷ୍ଠ ୫ ଇନିଂସ ଉପରେ ଏକ ନଜର।
‘ଜାଟ୍’ରେ ସନ୍ନି ଦେଓଲଙ୍କ ନିଦ ହଜାଇବାକୁ ଯାଉଥିବା ରଣଦୀପ ହୁଡାଙ୍କ ଲୁକ୍କୁ ବହୁତ ପ୍ରଶଂସା କରାଯାଉଛି। ଏହି ଚଳଚ୍ଚିତ୍ରରେ ସେ ଏକ ଭୟଙ୍କର ଗ୍ୟାଙ୍ଗଷ୍ଟର ଭୂମିକାରେ ଅଭିନୟ କରୁଛନ୍ତି ଏବଂ ଏହି ଚରିତ୍ରକୁ ପ୍ରକୃତ ରୂପ ଦେବା ପାଇଁ ସେ ନିଜକୁ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ କରିଛନ୍ତି।
କାହିଁକି ଅର୍ଜୁନ ଇନ୍ଦ୍ରପୁରୀ ଯାତ୍ରା କଲେ? କାହିଁକି ସୁନ୍ଦରୀ ଅପ୍ସରୀ ଉର୍ବଶୀ ଅର୍ଜୁନଙ୍କ ପ୍ରଣୟ ଭିକ୍ଷା କଲେ? ଶେଷରେ ଉର୍ବଶୀ କ'ଣ ଅଭିଶାପ ଦେଲେ ଅର୍ଜୁନଙ୍କୁ? ଅର୍ଜୁନ ପାଇଥିବା ଅଭିଶାପ କେଵେ ତାଙ୍କ ପାଇଁ ଆଶୀର୍ବାଦ ହେବ ବୋଲି ଇନ୍ଦ୍ର ଦେବ କହିଲେ? ଏଇପରି ଆହୁରି ଅନେକ ଅଜଣା ପ୍ରଶ୍ନର ଉତ୍ତର ପାଇଁ ପଢ଼ନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
ନବାବ ବଜିର ଖାନଙ୍କ ଦରବାରରେ ଦେୱାନ ଥିବା ଜୈନ ପଣ୍ଡିତ ଟୋଡରମଲ ଏଠାରେ ଚାରିଗଜ ଜମିକୁ କିଣିଥିଲେ । ସେ ଏହି ଜମି ଉପରେ ୭୮,୦୦୦ ସ୍ୱର୍ଣ୍ଣ ମୁଦ୍ରା ରଖି ମୋଗଲ ବାଦଶାହଙ୍କଠାରୁ ଏହି ଜମି କିଣିଥିଲେ । ଏହି ଜମିରେ ଗୁରୁ ଗୋବିନ୍ଦ ସିଂହଙ୍କ ଛୋଟ ପୁତ୍ର ୬ ବର୍ଷର ଜୋରାବର ସିଂହ, ୯ ବର୍ଷର ଫତେହ ସିଂହ ଏବଂ ମା’ ଗୁଜରୀ ଦେବୀଙ୍କ ଅନ୍ତିମ ସଂସ୍କାର କରିଥିଲେ ।
ଭାରତୀୟ ହକି ତାରକା ମନଦୀପ ସିଂ ଏବଂ ଉଦିତା ଦୁହାନ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏହି ଦମ୍ପତି ମାର୍ଚ୍ଚ ୨୧, ୨୦୨୫ରେ ଜଳନ୍ଧରର ମଡେଲ ଟାଉନ୍ସ୍ଥିତ ଶ୍ରୀ ଗୁରୁଦ୍ୱାରରେ ବିବାହ କରିବେ।
ରିଲିଜ୍ ହୋଇଛି 'ସିକନ୍ଦର ନାଚେ'ର ପୂରା ଗୀତ। ଏହି ଟ୍ରାକ୍ରେ ସଲମାନ ଖାନ ତାଙ୍କ ସିଗ୍ନେଚର୍ ଷ୍ଟାଇଲ୍ ଏବଂ ଦମଦାର ଡ୍ୟାନ୍ସ ମୁଭ୍ସ ସହିତ ପୂରା ସ୍କ୍ରିନ୍ରେ ଛାଇ ଯାଇଛନ୍ତି। ଜମୁଛି ଭାଇଜାନ୍ ଆଉ ରଶ୍ମିକାଙ୍କ କେମେଷ୍ଟ୍ରୀ।
ଜିଡବ୍ଲ୍ୟୁଆର୍ରେ ସ୍ଥାନ ପାଇ ହାକୋଇଶି କହିଛନ୍ତି, ନିଜ ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇ ତାଙ୍କୁ ଆଶ୍ୱସ୍ତି ମିଳିଥାଏ । ଏହି ସମୟକୁ ସେ ଖୁବ୍ ଉପଭୋଗ କରିଥାନ୍ତି । ତେଣୁ ବର୍ତ୍ତମାନ ସେ ଏହି ସେବାରୁ ନିବୃତ୍ତ ରହିବା ନେଇ ଚିନ୍ତା କରିନାହାନ୍ତି ।
ପୁଣି ଥରେ ରିଲିଜ୍ ହେବ ସନ୍ନି ଦେଓଲ୍ଙ୍କ ୨୮ ବର୍ଷର ପୁରୁଣା ଫିଲ୍ମ। ଲୋକେ ପୁଣି ସେ ଅଢେଇ କିଲିଆ ହାତର ମାଡ ଦେଖିବେ। ଜାଣନ୍ତୁ କେବେ ହେବ ରିଲିଜ୍।
ଧୂମପାନ କରିବା କିମ୍ବା ସିଗାରେଟ୍ ପିଇବା ଆମ ସମସ୍ତଙ୍କ ସ୍ଵାସ୍ଥ୍ୟ ପାଇଁ କ୍ଷତିକାରକ। ସିଗାରେଟ୍ ଧୂଆଁ ଧୀରେ ଧୀରେ ସମଗ୍ର ଶରୀରକୁ ବିଷ ପରି କ୍ଷତି ପହଞ୍ଚାଏ ।
ୟୁରୋପର ସ୍ୱିଡେନରେ ଏସକିଲଷ୍ଟୁନା ନାମକ ଏକ ସ୍ଥାନରେ ଭିକାରୀଙ୍କ ପାଇଁ ଲାଇସେନ୍ସ ଫି ବାଧ୍ୟତାମୂଳକ କରାଯାଇଛି ।
ଫୋଷ୍ଟରଙ୍କ ମତ ଅନୁସାରେ ବିଶ୍ୱର ଦ୍ରୁତ ବର୍ଦ୍ଧିତ ଜନସଂଖ୍ୟା, ଖାଦ୍ୟ ସୁରକ୍ଷା, ସହରୀକରଣ, ଜଙ୍ଗଲ କ୍ଷୟ ଏବଂ ଜଳବାୟୁ ପରିବର୍ତ୍ତନ ଭଳି କାରଣଗୁଡ଼ିକ ମିଳିତ ଭାବରେ ୨୦୨୬ରେ ମାନବଜାତି ପାଇଁ ଗମ୍ଭୀର ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ।
ଚାମ୍ପିୟନନ୍ସ ଟ୍ରଫି ସରିବା ପରେ ପାକିସ୍ତାନୀ କ୍ରିକେଟ ବୋର୍ଡ ଖେଳାଳିଙ୍କ ମ୍ୟାଚ ଫି ୭୫ ପ୍ରତିଶତ କାଟିବା ପାଇଁ ନିଷ୍ପତ୍ତି ନେଇଛି ।
ଆଜି ୪୪୦ ଟଙ୍କା ବଢ଼ି ୨୪ କ୍ୟାରେଟ୍ ସୁନା ଦର ୯୦ ହଜାର ଛୁଇଁଛି । ସେହିପରି ୨୨ କ୍ୟାରେଟ୍ ସୁନା ମୂଲ୍ୟ ୪୦୦ ଟଙ୍କା ବଢ଼ି ୮୨,୫୦୦ରେ ପହଞ୍ଚିଛି ।
ଏମିତି କିଛି ସ୍ୱପ୍ନ ଅଛି ଯାହା ଆପଣଙ୍କ ଜୀବନରେ ବହୁତ ଖୁସି ଆଣିପାରେ। କିନ୍ତୁ ଯଦି ଏହାକୁ ଅନ୍ୟ କାହା ପାଖରେ କହି ଦିଆଯାଏ ତେବେ ଏହା ଦୁଃଖର କାରଣ ହୋଇଯାଏ। ଏହାକୁ ନେଇ ବାସ୍ତୁ ବିଜ୍ଞାନ କ’ଣ କୁହେ ଆସନ୍ତୁ ଜାଣିବା।
ଆସନ୍ତାକାଲି ଭାରତୀୟ ସମୟ ମାର୍ଚ୍ଚ ୧୯ ଭୋର୍ ୩ଟା ୨୭ରେ ଆମେରିକାର ଫ୍ଲୋରିଡ଼ା ତଟରେ ମହାକାଶରୁ ସମୁଦ୍ରରେ ଓହ୍ଲାଇବେ ସୁନୀତା। ଏହାର ୧୭ ଘଣ୍ଟା ପୂର୍ବରୁ ହେବ ଡ୍ରାଗନ୍ ସ୍ପେଶକ୍ରାଫ୍ଟର ଅନ୍-ଡକିଂ।
କହୁଣୀ ଏବଂ ଆଣ୍ଠୁ କଳା ପଡିବା ଏକ ସାଧାରଣ ସମସ୍ୟା। କିନ୍ତୁ ଏହାକୁ ନେଇ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ। ଆପଣଙ୍କ ରୋଷେଇ ଘରେ ଏମିତି କିଛି ସାଧାରଣ ଜିନିଷ ଅଛି, ଯାହାକୁ ବ୍ୟବହାର କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।
ଏହି ଭାଇରାଲ୍ ଭିଡିଓରେ ଦେଖାଯାଏ ଯେ ଏକ ମାଙ୍କଡର ଖଣ୍ଡିଆ ହେବାରୁ ସେ ଗୋଟିଏ ଫାର୍ମାସୀକୁ ଆସିଛି ଆଉ ଏହାର କ୍ଷତ ପାଇଁ ଚିକିତ୍ସା ସହାୟତା ମାଗିଛି। ସୋସିଆଲ ମିଡିଆ ଅନୁଯାୟୀ ଏହି ଭାଇରାଲ ଭିଡିଓ ବାଂଲାଦେଶର ବୋଲି କୁହାଯାଉଛି।
ସେମାନେ ଉବୈଶ ଏବଂ ତାଙ୍କ ଭାଇ ଅବଦୁଲ୍ଲାଙ୍କୁ ଥାନାରେ ଗୋଇଠା ମାରିଥିଲେ। ଏହି ଘଟଣା ବିବାଦକୁ ଅଧିକ ବଢ଼ାଇ ଦେଇଥିଲା। ଏହାକୁ କେନ୍ଦ୍ର କରି ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ ଥାନାରେ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଶେଷରେ ଉବୈଶ ରାଗି ଯାଇ ଥାନା ସାମନାରେ ଗୁଲିସ୍ତାଙ୍କୁ ତିନି ତଲାକ ଦେଇଥିଲେ।
ନିଜ ଆତଙ୍କରେ ସାରା ବିଶ୍ୱକୁ ଆତଙ୍କିତ କରିଥିବା ଓସାମା ବିନ୍ ଲାଡେନ୍ ଜଣେ ଭାରତୀୟ ଗାୟିକାଙ୍କ ସ୍ୱର ଶୁଣିବାକୁ ପାଗଳ ହୋଇଯାଉଥିଲା। ସେ ତାଙ୍କ ଗୀତକୁ ନେଇ ଏତେ ମାତ୍ରାରେ ପାଗଳ ଥିଲେ ଯେ, ନିଜ କମ୍ପ୍ୟୁଟରରେ ତାଙ୍କର ୧୦୦ରୁ ଅଧିକ ଗୀତର ରେକର୍ଡ ରଖିଥିଲେ।
ଗୌରୀ ସ୍ପ୍ରାଟ ବଲିଉଡ୍ ଚଳଚ୍ଚିତ୍ରକୁ ପସନ୍ଦ କରନ୍ତି ନାହିଁ ଏବଂ ଆମିରଙ୍କ କେବଳ ଦୁଇଟି ଫିଲ୍ମ ଦେଖିଛନ୍ତି। ତେବେ ଏକ ଗଣମାଧ୍ୟମ ସାକ୍ଷାତକାରରେ ଗୌରୀ କହିଛନ୍ତି ଯେ, ସେ ତାଙ୍କ ପାର୍ଟନର୍ ଭାବେ କ’ଣ ଚାହୁଁଛନ୍ତି ଏବଂ ଆମିରଙ୍କୁ କାହିଁକି ବାଛିଲେ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ଶେଷ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀସ୍ଥିତ ବାସଭବନରେ ପହଞ୍ଚି ଅନ୍ତିମ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜଣାଇଲେ ।
ଭାରତର ସ୍ୱାଧୀନତା ପ୍ରକ୍ରିୟା ଏକ ଲମ୍ବା ଅଭିଯାନ ଥିଲା । ଅହିଂସାକୁ ମାଧ୍ୟମ କରି ଭାରତ ଆନ୍ଦୋଳନ କରିଥିଲା ସତ ହେଲେ ମିଳିଥିଲା ଏକ ରକ୍ତାକ୍ତ ସ୍ୱାଧୀନତା । ଦ୍ୱିଖଣ୍ଡିତ ଭାରତମାତାର ଲହୁଲୁହରେ ଭିଜି ଯାଇଥିଲା ମାଟି । ଭାରତ ସ୍ୱାଧୀନତା ପାଇଥିଲା କିନ୍ତୁ ବିଭାଜିତ ହୋଇଥିଲା ।
ଅନେକ ସମୟରେ ଲୋକମାନେ ଭାବି ନିଅନ୍ତି ଯେ, ସେମାନେ ସଠିକ୍ ଦିଗରେ ଏବଂ ଠିକ୍ ସ୍ଥାନରେ ଘର କିଣିଛନ୍ତି, ତଥାପି ପରିବାରରେ ଅସୁବିଧା, ଅସୁସ୍ଥତା, ଆର୍ଥିକ ସଙ୍କଟ ଏବଂ ଦୁର୍ଘଟଣା ଭଳି ସମସ୍ୟା ଦେଖାଦେଉଛି। ଏହା ପଛରେ ଅନେକ ଜ୍ୟୋତିଷ ଏବଂ ବାସ୍ତୁ ସମ୍ବନ୍ଧୀୟ କାରଣ ମଧ୍ୟ ଥାଇପାରେ। ଆସନ୍ତୁ ସେ ବିଷୟ ଜାଣିବା।