/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742452953.jpg)
Viral at Wedding Celebration
ଗୀତର ତାଳେ ତାଳେ ଠୁମ୍କା ଲଗାଉଥିଲେ କନ୍ୟା । ବର ବି କନ୍ୟାର ସାଥ୍ ଦେଇ ଚାଲିଥିଲେ । ଗୀତ ବାଜୁଥିଲା ଦୁହେଁ ବିବାହ ଖୁସିରେ ନାଚି ଚାଲିଥିଲେ । ଆପଣ ଭାବୁଥିବେ ଏଥିରେ କ’ଣ ଅଛି ଯେ’ ଏମିତି କହୁଛନ୍ତି । ଆଉ ବର ଓ କନ୍ୟାଙ୍କ ବିଷୟରେ ଏତେ ସବୁ କହୁଛନ୍ତି । ବିବାହକୁ ଆମେ ପବିତ୍ର ବନ୍ଧନ ବୋଲି କହିଥାଉ । କନ୍ୟା ଓ ବର ମଧ୍ୟରେ ବୟସର ପାର୍ଥକ୍ୟ ମଧ୍ୟ ଦେଖିଥାଉ । ଖାଲି ଏତିକି ନୁହେଁ, କନ୍ୟା ଘର ଲୋକେ ବରର ରୋଜଗାରକୁ ଦେଖି ତାଙ୍କ ଝିଅର ହାତକୁ ଜଣେ ଅନ୍ୟ ପୁଅର ହାତରେ ଦେଇଥା’ନ୍ତି ।
ହେଲେ ଏଠାରେ ସେମିତି କିଛି ଦେଖିବାକୁ ମିଳିନି । ଯଦି କିଛି ଦେଖିବାକୁ ମିଳିଛି କେବଳ ଏହି ଦୁହିଁଙ୍କ ବୟସର ତାରତମ୍ୟ । ଯାହାକି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।
ଅଧିକ ପଢ଼ନ୍ତୁ: ଏମିତି ଖାଇଲେ ଯେ ଫୁଲିଗଲା ପେଟ; ଶେଷରେ ଫାଟିଲା ଆଉ ମୃତ୍ୟୁ ହେଲା
ଏଠି ବରର ବୟସ ୪୦ ବର୍ଷ । ଆଉ କନ୍ୟାର ବୟସ ମାତ୍ର ୨୪ । ଉଭୟଙ୍କ ମଧ୍ୟରେ ୧୬ ବର୍ଷ ବୟସର ବ୍ୟବଧାନକୁ ନେଇ ଏହି ଭିଡିଓଟି ଏବେ ଖୁବ୍ ଚର୍ଚ୍ଚାକୁ ଆସିଛି । ସୋସିଆଲ ମିଡିଆରେ ଅନେକ ୟୁଜର୍ସ ଏହି ଭିଡିଓର କମେଣ୍ଟ ବକ୍ସରେ ନିଜର ମତାମତ ଦେଉଥିବା ଦେଖିବାକୁ ମିଳୁଛି । ଭିଡିଓଟିକୁ ପାଖାପାଖି ୨ ମିଲିୟନ୍ ଲୋକ ଦେଖି ସାରିଥିବାବେଳେ ହଜାର ହଜାର ଲୋକ ଲାଇକ୍ ଓ ସେୟାର କରିଛନ୍ତି ।
ସୋସିଆଲ ଇନ୍ଷ୍ଟାଗ୍ରାମ୍ରେ ଏହି ଭିଡିଓଟିକୁ ପୋଷ୍ଟ କରାଯାଇଛି । ମୟଙ୍କ କୁମାର ପଟେଲ୍ ନାମକ ଜଣେ ୟୁଜର୍ସ ତାଙ୍କ ଆକାଉଣ୍ଟରେ ଭିଡିଓଟିକୁ ସେୟାର କରିଛନ୍ତି । ଭିଡିଓଟି ବିହାର ହୋଇଥିବା ଜଣାପଡ଼ିଛି । ଭିଡିଓଟିରେ ଅନେକ ୟୁଜର୍ସ ଏହି ବାହାଘର କେବଳ ଟଙ୍କା ପାଇଁ ହୋଇଥିବା ଲେଖିଛନ୍ତି । ସେହିପରି ଅନେକ ଲୋକ ଆହୁରି ଅନେକ ମତାମତ ଦେଇଥିବା ଦେଖିବାକୁ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)