ନଭେମ୍ବର ୨୪ ଓ ୨୫ରେ ଆଇପିଏଲ ମେଗା ନିଲାମ ଅନୁଷ୍ଠିତ ହେବ । ଏଥିରେ ସମସ୍ତ ୧୦ ଫ୍ରାଞ୍ଚାଇଜ୍ ଖେଳାଳିଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ବିଡ୍ ଲଗାଇବେ ।
ପ୍ରେମରେ କଣ୍ଟା ସାଜିଥିଲା ପ୍ରେମିକାଙ୍କ ପଡ଼ୋଶୀ। ରାସ୍ତାରୁ ହଟାଇବାକୁ ପାର୍ସଲ ବୋମା ପଠାଇଲା ପ୍ରେମିକ । ତେବେ ପଡୋଶୀଙ୍କ ବଦଳରେ ପ୍ରେମିକା ଖୋଲିଲେ ପାର୍ସଲ, ହେଲା ଭୟଙ୍କର ବିସ୍ଫୋରଣ।
ଏକ ଅଜବ ଘଟଣା ଘଟିଛି ପାକିସ୍ତାନରେ । ଭିକ ମାଗି ଚଳୁଥିବା ଓ ପାଖରେ ପଇସା ନାହିଁ ବୋଲି କହି ଆସୁଥିବା ଗୋଟିଏ ପରିବାର ଭୋଜିରେ ୩୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ପାକିସ୍ତାନ ଗୁଜରନୱାଲାର ଏହି ପରିବାର ୨୦ ହଜାର ଅତିଥିଙ୍କୁ ଡାକି ଭବ୍ୟ ଭୋଜିରେ ଆପ୍ୟାୟିତ କରିଛନ୍ତି ।
ବାୟୁ ପ୍ରଦୂଷଣ ପାଇଁ ପଞ୍ଜାବ ଏବଂ ହରିୟାଣାର ନଡ଼ା ଜାଳିବାକୁ ଦାୟୀ କରାଯାଏ। ମାତ୍ର ଚଳିତ ବର୍ଷ ଏହାକୁ ଜଳିବା ଉପରେ କଟକଣା ଲଗାଯାଇଛି। ଏହାସତ୍ତ୍ୱେ ବି ଦିଲ୍ଲୀର ପ୍ରଦୂଷଣସ୍ତର ଚଳିତ ବର୍ଷ ରେକର୍ଡ ଭାଙ୍ଗୁଛି।
କୀଟନାଶକ ନେଲା ଶହେ ମାଙ୍କଡ଼ଙ୍କ ଜୀବନ । କୀଟନାଶକ ଶୁଙ୍ଘି ଦେବାପରେ ମରିଗଲେ । ଘଟଣାକୁ ଲୁଚେଇବାକୁ ଯାଇ ଗୋଦାମ କର୍ମଚାରୀ ପୋତି ଦେଇଥିଲେ ମାଙ୍କଡ଼ଙ୍କ ମୃତଦେହ । ଖୋଳି ବାହାର କଲା ପୋଲିସ୍ ।
କିଛିଦିନ ତଳେ ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳି ମାଡ଼ ହୋଇଥିବା ବେଳେ ପୁଣି ଥରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଉପରକୁ ପଥର ମାଡ଼ ହୋଇଛି। ସବୁଥର ଆକ୍ରମଣକାରୀ ଖସି ଯାଉଥିବା ବେଳେ ଏଥର କିନ୍ତୁ ପୋଲିସ ହାବୁଡ଼ରେ ପଡିଛି।
ବୁଥ୍ ବାହୁଡ଼ାର ମତ ଅନୁସାରେ ମହାରାଷ୍ଟ୍ରରେ ‘ମହାୟୁତି’କୁ ସ୍ପଷ୍ଟ ବହୁମତ ମିଳୁଥିବା ଅଧିକାଂଶ ଏଗଜିଟ ପୋଲରେ ଜଣାପଡିଛି।
ଆଜିର ଦିନରେ ଟମାଟୋ ଏକ ଅତି ଜରୁରୀ ପରିବା ହୋଇଥିବାରୁ ଅନେକ ଲୋକ ଏହାକୁ ଛାତ ଉପରେ କରିବାକୁ ପସନ୍ଦ କରନ୍ତି। ଯଦି ଆପଣ ମଧ୍ୟ ନିଜ ଛାତ, ଟେରାସ କିମ୍ବା ବାଲକୋନୀରେ ଟମାଟୋ ଗଛ ଲଗାଇଛନ୍ତି, ତେବେ କିଛି ଘରୋଇ ଉପଚାର ସହିତ ସେସବୁର ଉନ୍ନତି କରି ଶୀତଦିନେ ମଧ୍ୟ ପ୍ରଚୁର ଫଳ ପାଇପାରିବ।
ନିଜର ବୋଲ୍ଡ ଫିଗର ଏବଂ ଷ୍ଟାଇଲିସ୍ ଡ୍ରେସିଂ ସେନ୍ସ କାରଣରୁ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ମଧ୍ୟରେ ମଲାଇକା ଆରୋରା ସବୁବେଳେ ଚର୍ଚ୍ଚିତ। ମଲାଇକା ତାଙ୍କ ସୋସିଆଲ ମିଡିଆରେ ବହୁତ ସରଳ ୱାର୍କଆଉଟ୍ ରୁଟିନ୍ ଶେୟାର କରନ୍ତି, ଯାହା ତାଙ୍କ ପ୍ରଶଂସକମାନେ ଘରେ ସହଜରେ କରିପାରିବେ।
ଆପଣ AI ବ୍ୟବହାର କରୁଛନ୍ତି କି? ତେବେ ଆପଣଙ୍କୁ ବହୁତ ସତର୍କ ହେବା ଆବଶ୍ୟକ। ନଚେଇ ଆପଣଙ୍କ ଏହି ଏହି ପାଗଳାମି ଆପଣଙ୍କୁ ବହୁତ କ୍ଷତି କରିପାରେ, ଜାଣନ୍ତୁ…
ସାମ୍ନାକୁ ଆସିଛି ନବଜ୍ୟୋତ ସିଂ ସିଦ୍ଧୁଙ୍କ ପତ୍ନୀଙ୍କ କ୍ୟାନସର୍ ସହ ସଂଘର୍ଷର ପ୍ରେରଣାଦାୟୀ କାହାଣୀ । ଯେଉଁଠି ପ୍ରାୟ ଦୁଇ ବର୍ଷ ଧରି କ୍ୟାନସର ସହ କେମିତି ମୁହୂର୍ତ୍ତ ଲଢ଼ିଥିଲେ ସିଦ୍ଧୁ ।
ନୋରା ଫତେହୀଙ୍କ ନୂଆ ମ୍ୟୁଜିକ୍ ଭିଡିଓ ସାମ୍ନାକୁ ଆସିଛି। ଏହି ମ୍ୟୁଜିକ୍ ଭିଡିଓ ରିଲିଜ୍ ହେବା ପରଠାରୁ ହଙ୍ଗାମା ସୃଷ୍ଟି କରୁଛି, ଏବଂ ନୋରା ଫତେହୀଙ୍କ ପ୍ରଦର୍ଶନ ଦେଖି ସମସ୍ତେ କହୁଛନ୍ତି – ଚମତ୍କାର।
ଭୋଟଗଣତି ସରୁସରୁ ଦଳର ନିର୍ବାଚିତ ପ୍ରାର୍ଥୀମାନେ କେମିତି ଶୀଘ୍ର ମୁମ୍ବାଇରେ ପହଞ୍ଚିପାରିବେ, ସେ ନେଇ ବ୍ୟବସ୍ଥା କରାଯାଇଛି । ଏପରିକି ଅନେକଙ୍କ ପାଇଁ ହେଲିକପ୍ଟର ବ୍ୟବସ୍ଥା କରାଯାଇଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।
କଦଳୀର ଦାମ୍ ଶୁଣିଲେ ଆପଣଙ୍କ ହୋଶ୍ ଉଡ଼ିଯିବ । କୁହାଯାଉଛି ବିଶ୍ବର ସବୁଠୁ ଦାମୀ କଦଳୀ । ଦାମ୍ ହେଉଛି ୫୨ କୋଟି ୭୦ ଲକ୍ଷ ଟଙ୍କା ।
ପ୍ରମୁଖ କର୍ପୋରେଟ୍ ସଂସ୍ଥାରେ ଚାକିରି କରିଥିଲେ । ହେଲେ ଆଧ୍ୟାତ୍ମିକତା ଆଡକୁ ସେ ଅଧିକ ଆକର୍ଷିତ ହେଲେ । ଜୀବନକୁ ଖୋଜିବାକୁ ଲାଗିଲେ । ସତ୍ୟର ଅନ୍ୱେଷଣ କରିବାକୁ ଲାଗିପଡିଲେ । ବଦଳିଗଲା ତାଙ୍କ ଜୀବନର ମୋଡ଼ । ହଠାତ୍ ଅଧିକ ଦରମାର ଚାକିରି ଛାଡି ସନ୍ୟାସ ନେଲେ ।
୨୦୩୦ ସୁଦ୍ଧା ନେଟ୍-ଜିରୋ କାର୍ବନ୍ ଏମିସନ୍ ବା ଶୂନ୍ୟ-ଅଙ୍ଗାରକ ନିର୍ଗମନ ଲକ୍ଷ୍ୟ ହାସଲ ଦିଗରେ ଭାରତ ଏହି ବଡ଼ ପଦକ୍ଷେପ ନେବାକୁ ଯାଉଛି ।
ଛତିଶଗଡ଼ ସୁକମାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୦ ମାଓବାଦୀ । ଖସି ପଳାଉଥିବା ବେଳେ ଏନକାଉଣ୍ଟର୍ କରିଥିଲେ ଡିଆର୍ଜି ଯବାନ ।
ଜଣେ ବ୍ୟକ୍ତି ବର ଓ କନ୍ୟାଙ୍କୁ ଶୁଭକାମନା ଓ ଗିଫ୍ଟ ଦେବା ସମୟରେ ମଞ୍ଚରେ ହୃଦଘାତର ଶିକାର ହୋଇଥିଲେ । ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ପର୍ଥରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ଆରମ୍ଭରୁ ହିଁ ଭାରତ ବ୍ୟାଟିଂ ବିପର୍ଯ୍ୟୟ ସାମ୍ନା କରିଛି । ଅଷ୍ଟ୍ରେଲିଆ ଦ୍ରୁତ ବୋଲିଂ ଆଗରେ ଅଧିକ ସମୟ ତିଷ୍ଠି ପାରି ନାହାନ୍ତି ଟିମ୍ ଇଣ୍ଡିଆର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ।
ମହାରାଷ୍ଟ୍ରର ୨୮୮ ଆସନ ପାଇଁ ନଭେମ୍ବର ୨୦ରେ ଭୋଟିଂ ହୋଇଥିଲା । ୨୦୧୯ ନିର୍ବାଚନରୁ ମହାରାଷ୍ଟ୍ର ତିନିଟି ସରକାର, ତିନି ଜଣ ମୁଖ୍ୟମନ୍ତ୍ରୀ ଏବଂ ୪ ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ଦେଖିଲାଣି ।
ରୁଷ୍ କିନ୍ତୁ RS-26 ରୁବେଜ୍ ନାମକ ବାଲିଷ୍ଟିକ ମିଜାଇଲ ନିକ୍ଷେପ କରିଥିବା କୁହାଯାଉଛି । ରାଷ୍ଟ୍ରପତି ପୁଟିନ କହିଛନ୍ତି, ୟୁକ୍ରେନ୍ ଉପରେ ଅନ୍ତଃ ମହାଦେଶୀୟ ବାଲିଷ୍ଟିକ୍ ମିଜାଇଲ ନୁହେଁ ବରଂ ନୂଆ ହାଇପରସୋନିକ ବାଲିଷ୍ଟିକ୍ ମିଜାଇଲ୍ ମାଡ କରିଛୁ ।
ମହାରାଷ୍ଟ୍ରରେ ଭୋଟଗଣତି ହୋଇନାହିଁ । କିଏ କେତେ ଆସନ ପାଇବ ଜଣାପଡିନାହିଁ । ତା ପୂର୍ବରୁ ଦୁଇ ଦଳ ମଧ୍ୟରେ ଆରମ୍ଭ ହୋଇଗଲାଣି ବୟାନବାଜି । ସରକାରର ନେତୃତ୍ୱ ନେବ କିଏ ? କିଏ ପିନ୍ଧିବ ମୁଖ୍ୟମନ୍ତ୍ରୀ ମୁକୁଟ ?
ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବେ ଆଉ ଆମ୍ ଆଦମୀ ହୋଇ ରହିନାହାନ୍ତି । ତେଣୁ ଦିଲ୍ଲୀରେ ଏଥର ବିଜେପି ସରକାର ଗଠନ ପାଇଁ କାମ କରିବି ବୋଲି କହିଛନ୍ତି ପୂର୍ବତନ ପରିବହନ ମନ୍ତ୍ରୀ କୈଳାଶ ଗେହଲଟ୍ ।
ଗତ କିଛିଦିନ ଧରି ବିଶ୍ୱ ବଜାରରେ ଅସ୍ଥିରତା ପାଇଁ ଭାରତୀୟ ସେୟାର ମାର୍କେଟ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଆଜି ମଧ୍ୟ ଆଦାନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିବା ପରେ ସେୟାର ମାର୍କେଟରେ ଝଡ଼ ସୃଷ୍ଟି ହୋଇଛି ।
ଲୋକ ଟଙ୍କା ରୋଜଗାର ପାଇଁ ସହର ମୁହାଁ ହେଉଥିବା ବେଳେ ଭାରତର ଏପରି ଏକ ଗାଁ ରହିଛି ଯେଉଁଠି କୋଟିପତି ବାସ କରନ୍ତି। ୩୦୫ ପରିବାର ମଧ୍ୟରୁ ୮୦ ଜଣ କୋଟିପତି । ଅଧିକନ୍ତୁ, ୫୦ ପରିବାର ବାର୍ଷିକ ଆୟ ୧୦ ଲକ୍ଷରୁ ଅଧିକ ।