• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ଜବରଦସ୍ତ ଲୁକ୍‌, ଜବରଦସ୍ତ ଡିଜାଇନ୍‌ । ସମ୍ପୂର୍ଣ୍ଣ ନୂଆ ରୂପରେ ଆସୁଛି ନୂଆ ନାନୋ । ଦିନେ ମଧ୍ୟବିତ୍ତଙ୍କ ସୁରକ୍ଷା ଯାତ୍ରା ପାଇଁ ସ୍ୱପ୍ନ ଦେଖୁଥିବା ରତନ ଟାଟା , ନାନୋ ରୂପରେ ସେ ସ୍ୱପ୍ନକୁ ସତ କରିଥିଲେ । ହେଲେ ରତନଙ୍କ ସେହି ସତ ସ୍ୱପ୍ନକୁ ଏବେ ଟାଟା ମଟର୍ସ ସୁନେଲି ସକାଳର ସହ ବାସ୍ତବରେ ପରିଣତ କରିବାକୁ ଯାଉଛି । କାରଣ ଖୁବ୍‌ ଶୀଘ୍ର ବଜାରକୁ ଆସିବାକୁ ଯାଉଛି ଟାଟାର ଇଭି ନାନୋ । ଯାହାକି ସୁଲଭ ମୂଲ୍ୟରେ ଭାରତୀୟ ବଜାରରେ ଉପଲବ୍ଧ ହେବ ବୋଲି କୁହାଯାଉଛି ।

୨୦୦୮ରେ ଟାଟା ଏହି କାରକୁ ବଜାରକୁ ଛାଡ଼ିଥିଲା । ଛୋଟିଆ କାର୍‌, ଆକର୍ଷଣୀୟ ଡିଜାଇନ୍‌ ଓ ଅଳ୍ପ ମୂଲ୍ୟ ପାଇଁ ଏହା ଅନେକ ଲୋକଙ୍କ ନିକଟରୁ ଭଲପାଇବା ସାଉଁଟିଥିଲା । ତା’ ସହ ଭଲ ବ୍ୟବସାୟ ବି କରିଥିଲା । ଲକ୍ଷେ ଟଙ୍କିଆ କାର୍‌ ଭାବେ ନାନୋ ପାଇଥିଲା ନୂଆ ପରିଚୟ । ନାନୋକୁ ଦେଖିବା ମାତ୍ରେ ସମସ୍ତଙ୍କ ମୁହଁରୁ ହସ ଫୁଟୁଥିଲା । 

Also Read

ମଧ୍ୟବିତ୍ତଟିଏ ନାନୋକୁ ନିଜର ଘରର ସଦସ୍ୟ କରିବାପରେ ଖୁବ୍‌ ଖୁସି ହେଉଥିଲେ । ହେଲେ ଟାଟା ଠିକ୍‌ ୧୦ ବର୍ଷର ବ୍ୟବସାୟ ପରେ ନାନୋକୁ ୨୦୧୮ରେ ବଜାରରେ ବିକ୍ରିକୁ ବନ୍ଦ କରିଥିଲା । ଆଉ ଏବେ ସେହି ନୋନୋ ନୂଆ ରୂପ ଓ ଷ୍ଟାଇଲିସ୍‌ ମଡେଲରେ ମାର୍କେଟ୍‌କୁ ଆସୁଛି । ଇଲେକ୍ଟ୍ରିକ୍‌ ଭେଇକିଲ୍‌ ହୋଇ ପେଟ୍ରୋଲ ଡିଜେଲ ଚିନ୍ତାରୁ ମୁକ୍ତ କରିବାକୁ ଯାଉଛି ।

ବର୍ତ୍ତମାନ, ଟାଟା ମୋଟର୍ସ ସର୍ବାଧିକ ବୈଦ୍ୟୁତିକ ଯାନ କାର୍‌ର ନିର୍ମାଣ କରୁଛି । ଏବେ ନାନୋ EV ଲଞ୍ଚ ସହିତ ସେଗମେଣ୍ଟକୁ ଆହୁରି ମଜବୁତ୍ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି । ଯଦି ନାନୋ EV ଭାରତରେ ଲଞ୍ଚ ହୁଏ, ତେବେ ଏହା ପ୍ରମୁଖ ଅପଗ୍ରେଡ୍ ପାଇବ । ନୂତନ ନାନୋ ଅପଗ୍ରେଡ୍ କ୍ୟାବିନ୍ ବୈଶିଷ୍ଟ୍ୟ ସହିତ ଏକ ନୂତନ ପ୍ଲାଟଫର୍ମ ପାଇପାରେ ।

ନାନୋର ପୂର୍ବ ଡିଜାଇନ୍‌ ସହ ଆହୁରି କିଛି ନୂଆ ନୂଆ ଡିଜାଇନ୍‌ ବଜାରକୁ ଆସିପାରେ । ଚର୍ଚ୍ଚା ଅନୁସାରେ ଅନ୍ୟ କାର୍‌ ଗୁଡ଼ିକ ତୁଳନାରେ ନନୋର ଇଭି ଡିଜାଇନ୍‌ ଛୋଟ ରହିବ । ଆଉ ବ୍ୟାଟେରି କାପାସିଟି ୨ଶହ କିମି ରହିବ । ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ନାନୋର ୧୦ଟି ମଡେଲ୍ ଲଞ୍ଚ କରିବାକୁ କମ୍ପାନୀ ପକ୍ଷରୁ ପୂର୍ବରୁ ଘୋଷଣା ହୋଇସାରିଛି ।

ଅଧିକ ପଢ଼ନ୍ତୁ: ଭାୟାକମ ୧୮ରେ ଅର୍ଥ ବିନିଯୋଗ କରିବ ରିଲାଏନ୍ସ, କିଣିବ ୧୩ ପ୍ରତିଶତ ଅଂଶଧନ