Advertisment

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ଯୋଗାଉଥିଲା ଚୋରି ଗାଡ଼ି, ମାଡ଼ି ବସିଲା ପୋଲିସ୍‌

ସାହାରା ଓଭରବ୍ରିଜ୍‌ ତଳୁ ସତ୍ୟେନ୍ଦ୍ର ସିଂ ଶେଖାୱତକୁ ଗିରଫ କରାଯାଇଥିଲା। ତା’ ନିକଟରୁ ନଗଦ ୨.୪୭ ଲକ୍ଷ ଟଙ୍କା, ମହିନ୍ଦ୍ରା ସ୍କର୍ପିଓ, ୧୧ଟି କାରର ଇଲୋକ୍ଟ୍ରୋନିକ୍‌ ଚାବି ଓ ନକଲି ନମ୍ବର ପ୍ଲେଟ୍‌ ଆଦି ଜବତ କରାଯାଇଛି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Car Thief

Car Thief

କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗଙ୍କୁ ଯୋଗାଉଥିଲେ ଚୋରି ଗାଡ଼ି। ଅଭିଯୁକ୍ତକୁ ଗିରଫ କଲା ପୋଲିସ୍‌। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ଚୋରି ଗାଡ଼ି ବିକ୍ରି କରୁଥିବା ଅଭିଯୋଗରେ ଏକ ବାଇକ୍‌ ଚୋରକୁ ଗିରଫ କରିଛି ଲକ୍ଷ୍ନୌର ଗୋମତିନଗର ପୋଲିସ। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଉଛନ୍ତି ସତ୍ୟେନ୍ଦ୍ର ସିଂ ଶେଖାୱତ। ୨୦୦୨ ମସିହାରୁ ସତେନ୍ଦ୍ର ସିଂ ୧୦୦ରୁ ଅଧିକ କାର ଚୋରି କରି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ବିକ୍ରି କରିଛି ବୋଲି ପୋଲିସ୍‌ କହିଛି।

Advertisment

ସତ୍ୟେନ୍ଦ୍ର ବିଳାସପୂର୍ଣ୍ଣ ଗାଡ଼ି ଚୋରି କରି ରାଜସ୍ଥାନର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ଯୋଗାଉଥିଲା। ଗିରଫ ଅଭିଯୁକ୍ତ ଲକ୍ଷ୍ନୌ, ପାଟନା ଓ ରାୟପୁରର ସର୍ଭିସ୍‌ ସେଣ୍ଟରରୁ ଡୁପ୍ଲିକେଟ୍‌ ଚାବି ତିଆରି କରି ସେଥିରେ GPS ଲଗାଇ ଦିଏ। ଏହାପରେ ଅଭିଯୁକ୍ତ ସେହି ଗାଡ଼ିକୁ ଟ୍ରାକ୍‌ କରିଥାଏ। ଯେତେବେଳେ ବି ତାକୁ ସୁଯୋଗ ମିଳେ, ସେ ଏହାକୁ ଚୋରି କରି ରାଜସ୍ଥାନର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟମାନଙ୍କୁ ବିକ୍ରି କରୁଥିଲା।

ଏନେଇ ଇଷ୍ଟ-ଡିସିପି ଆଶିଷ ଶ୍ରୀବାସ୍ତବ କହିଛନ୍ତି ଯେ ଗିରଫ ହୋଇଥିବା ଅଭିଯୁକ୍ତ ହେଉଛି ରାଜସ୍ଥାନ ଜୟପୁରର କରଜନୀ ନାଙ୍ଗଲ ୩୩ ହନୁମାନ ନାଗର ବାସିନ୍ଦା ସତେନ୍ଦ୍ର ସିଂ ଶେଖାୱାତ । ଅଭିଯୁକ୍ତ ଲକ୍ଷ୍ନୌ, ପାଟନା ଓ ରାୟପୁରରୁ ଫର୍ଚୁନର ଗାଡ଼ି ଉପରେ ନଜର ରଖୁଥିଲା। ସେହି ଗାଡ଼ିକୁ ଚୋରି କରି ସେ ଲରେନ୍ସ ବିଷ୍ଣୋଇଙ୍କୁ ଯୋଗାଉଥିଲା।

Advertisment

ଡିସିପିଙ୍କ ଅନୁଯାୟୀ, ଡିସେମ୍ବର ୨୮, ୨୦୨୩ରେ ଭିପୁଲଖଣ୍ଡର ବାସିନ୍ଦା ନରେନ୍ଦ୍ର ନାଥ ଶୁକ୍ଲା ଗୋମତିନଗର ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ଯେ ତାଙ୍କ ଘର ବାହାରୁ ଏକ ଫର୍ଚୁନର କାର ଚୋରି ହୋଇଛି। ଏହି ଅଭିଯୋଗ ଆଧାରରେ ଇନ୍ସପେକ୍ଟର ଦୀପକ କୁମାର ପାଣ୍ଡେଙ୍କ ନେତୃତ୍ୱରେ ଏକ ଟିମ୍‌ ଚୋରକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଥିଲେ। ସୂଚନା ମୁତାବକ ସାହାରା ଓଭରବ୍ରିଜ୍‌ ତଳୁ ସତେନ୍ଦ୍ର ସିଂ ଶେଖାୱତକୁ ଗିରଫ କରାଯାଇଥିଲା। ତା’ ନିକଟରୁ ନଗଦ ୨.୪୭ ଲକ୍ଷ ଟଙ୍କା, ମହିନ୍ଦ୍ରା ସ୍କର୍ପିଓ, ୧୧ଟି କାରର ଇଲୋକ୍ଟ୍ରୋନିକ୍‌ ଚାବି ଓ ନକଲି ନମ୍ବର ପ୍ଲେଟ୍‌ ଆଦି ଜବତ କରାଯାଇଛି।

Loot Lucknow Lawrence Bishnoi Gang
Advertisment
Advertisment