Advertisment

୯ମ ପଢ଼ା ଉପମୁଖ୍ୟମନ୍ତ୍ରୀଙ୍କୁ ଚକମା ଦେଲେ, ମୁଖ୍ୟମନ୍ତ୍ରୀ ଭାବେ ୯ମ ଥର ଶପଥ ନେଲେ

ଏ ଚର୍ଚ୍ଚାଟି ନୀତୀଶଙ୍କ ପାଇଁ ନୁହେଁ ବରଂ ତାଙ୍କ ପୂର୍ବ ସରକାରରେ ଉପ ମୁଖ୍ୟମନ୍ତ୍ରୀ ଥିବା ତେଜସ୍ୱୀ ଯାଦବଙ୍କ ପାଇଁ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Nitish-Tejashwi

Nitish-Tejashwi

ବିହାର ରାଜନୀତିରେ ଏବେ ୯ ଅଙ୍କକୁ ନେଇ ପ୍ରବଳ ଚର୍ଚ୍ଚା । କାରଣ ନିକଟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ୯ମ ଥର ପାଇଁ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ବାବୁଙ୍କ ରାଜନୖତିକ ପଟ୍ଟ ପରିବର୍ତ୍ତନକୁ ନେଇ ସବୁଠି ଚର୍ଚ୍ଚା । କାରଣ ନିଜର ରାଜନୈତିକ ପଟୁତା ପାଇଁ ସେ ୯ ଥର ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସାରିଲେଣି । ଯାହା ତାଙ୍କ ଜୀବଦ୍ଦଶାର ସବୁଠାରୁ ବଡ ଉପଲବ୍ଧି କହିଲେ ଆଦୌ ଭୁଲ ହେବନି। ତେବେ ଆପଣମାନେ ଆମ ଶୀର୍ଷକ ପଢି ୯ ଅଙ୍କ କଥା ଭାବୁଥିବେ। ଭାବୁଥିବେ ୯ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ବ୍ୟତୀତ ଏହି ସଂଖ୍ୟାକୁ ନେଇ ଅନ୍ୟ କ’ଣ ଚର୍ଚ୍ଚା ହୋଇପାରେ।

Advertisment

ଦର୍ଶକବନ୍ଧୁ ଏ ଚର୍ଚ୍ଚାଟି ନୀତୀଶଙ୍କ ପାଇଁ ନୁହେଁ ବରଂ ତାଙ୍କ ପୂର୍ବ ସରକାରରେ ଉପ ମୁଖ୍ୟମନ୍ତ୍ରୀ ଥିବା ତେଜସ୍ୱୀ ଯାଦବଙ୍କ ପାଇଁ। ତେଜସ୍ୱୀ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ-ରାବେରୀଙ୍କ ସୁପୁତ୍ର । ଯାହାଙ୍କୁ ମାତ୍ର ୩୨ ବର୍ଷ ବୟସରରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ମିଳିଥିଲା । ହେଲେ ୯ ନଭେମ୍ବର ୧୯୮୯ରେ ଜନ୍ମଗ୍ରହଣ କରିଥିବା ତେଜସ୍ୱୀଙ୍କ ଶିକ୍ଷାଗତ ଯୋଗ୍ୟତା ଜାଣିଛନ୍ତି ? ତେଜସ୍ୱୀ ମାତ୍ର ୯ମ କ୍ଲାସ ଯାଏଁ ପାଠ ପଢିଛନ୍ତି। କ୍ରିକେଟରେ ମନୋନିବେଶ କରିବାରୁ ତାଙ୍କ ପାଠ ସମାପ୍ତ ହୋଇପାରି ନାହିଁ।

ଯାହାକୁ ନେଇ କିଛି ମିମ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ନୀତିଶ ଓ ତେଜସ୍ୱୀଙ୍କ ଫଟେୋ ରହିଛି। ଆଉ ଲେଖା ହୋଇଛି, ବେଟେ ତୁମ ଯାହାଁ ତମ ପଢେ ହୋ…ହମ ଉତନି ବାର ଶପଥ ଲେ ଚୁକେ ହୈ..।

Advertisment

କଥାଟା କେହି ଥଟ୍ଟାରେ ଲେଖିଥାଇ ପାରନ୍ତି। କିନ୍ତୁ ଏହା ମିଛି ବି ନୁହେଁ। ଏହି କଥାକୁ ନେଇ ଅନେକ ଥର ପ୍ରଶ୍ନ ବି ଉଠିଛି। ଯାହାକୁ ସୁନ୍ଦର ଉତ୍ତରଟିଏ ଦେଇ ବିରୋଧିଙ୍କ ମୁହଁ ବନ୍ଦ କରିଛନ୍ତି ତେଜସ୍ୱୀ । ଆଉ କହିଛନ୍ତି, ମୋ ବାପା ଆଉ ମା’ ଉଭୟ ମୁଖ୍ୟମନ୍ତ୍ରୀ ଥିଲେ, ମୁଁ ଚାହିଁଥିଲେ ଫର୍ଜି ସାର୍ଟିଫିକେଟ ଯୋଗାଡ କରି ପାରିଥାନ୍ତି। ହେଲେ ସେମିତି କରିନି। କାରଣ ମୁଁ ପାଠପଢାର ଗୁରୁତ୍ୱ ବୁଝିଛି।

Bihar Tejashwi Yadav India News Nitish Kumar
Advertisment
Advertisment