Advertisment

ମସ୍କଙ୍କ ‘ନ୍ୟୁରାଲିଙ୍କ୍‌’ କମ୍ପାନୀର ବଡ଼ ଉପଲବ୍ଧି, ପ୍ରଥମ ଥର ମାନବ ମସ୍ତିଷ୍କରେ ଲଗାଇଲା ‘ଚିପ୍‌’

ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ପୋଷ୍ଟ କରି ଏଲନ୍ ମସ୍କ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, 'ଗତକାଲି ଜଣେ ବ୍ୟକ୍ତିଙ୍କ ମସ୍ତିଷ୍କରେ ‘ନ୍ୟୁରାଲିଙ୍କ’ ପ୍ରତ୍ୟାରୋପଣ କରାଯାଇଥିଲା ଏବଂ ଚିପ୍‌ ପ୍ରତ୍ୟାରୋପଣ ପରେ ସେ ଶୀଘ୍ର ସୁସ୍ଥ ହେଉଛନ୍ତି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
First Brain Chip in Human

Neuralink

ମାନବ ମସ୍ତିଷ୍କରେ ଲାଗିଲା ଚିପ୍‌। ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ଏହା ସତ। ଆପଣ ପୂର୍ବରୁ ଫିଲ୍ମରେ ଦେଖିଥିବେ କି ମଣିଷର ମସ୍ତିଷ୍କରେ ଏକ ନ୍ୟୁରୋ ଚିପ୍‌ ଲାଗିଯାଇଥିବ। ଏବଂ ସେ ରୋବଟ୍‌ ଭଳି ଅନେକ କାର୍ଯ୍ୟ କରିବାକୁ ସକ୍ଷମ ହେଉଛି, ଯାହା ସାଧାରଣ ମଣିଷ କରିବାରେ ବିଫଳ ହୁଏ। ତେବେ ଏହା ଏବେ ଆଉ କେବଳ ଫିଲ୍ମରେ ଦେଖିବାକୁ ମିଳିବନି। ବାସ୍ତବରେ ମଧ୍ୟ ଏହା ହୋଇଛି। ବିଜ୍ଞାନ ଜଗତରେ ଏଭଳି ଏକ ବିରଳ ଉପଲବ୍ଧି ହାସଲ କରିଛି ଏଲନ୍‌ ମସ୍କଙ୍କ ଷ୍ଟାର୍ଟଅପ୍‌ କମ୍ପାନୀ ନ୍ୟୁରାଲିଙ୍କ୍‌। ମସ୍କଙ୍କ ଏହି କମ୍ପାନୀ ପ୍ରଥମ କରି ମାନବ ମସ୍ତିଷ୍କରେ ଏକ ଚିପ୍‌ ଲଗାଇବାରେ ସଫଳ ହୋଇଛି।

Advertisment

ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ପୋଷ୍ଟ କରି ଏଲନ୍ ମସ୍କ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, 'ଗତକାଲି ଜଣେ ବ୍ୟକ୍ତିଙ୍କ ମସ୍ତିଷ୍କରେ ‘ନ୍ୟୁରାଲିଙ୍କ’ ପ୍ରତ୍ୟାରୋପଣ କରାଯାଇଥିଲା ଏବଂ ଚିପ୍‌ ପ୍ରତ୍ୟାରୋପଣ ପରେ ସେ ଶୀଘ୍ର ସୁସ୍ଥ ହେଉଛନ୍ତି। ଏହାର ପ୍ରାରମ୍ଭିକ ଫଳାଫଳ ଆଶାବାଦୀ ରହିଛି ବୋଲି ମସ୍କ କହିଛନ୍ତି। ତେବେ ଯଦି ଏହାର ମାନବ ପରୀକ୍ଷଣ ସଫଳ ହୁଏ ତେବେ ଭିନ୍ନକ୍ଷମମାନେ ଚିପ୍ ମାଧ୍ୟମରେ ଏକ ନୂଆ ଜୀବନ ପାଇପାରିବେ।

Advertisment

ଅଧିକ ପଢ଼ନ୍ତୁ: ‘X’ରେ ହେଲା ବଡ଼ ପରିବର୍ତ୍ତନ, ବିନା ନମ୍ବରରେ କରିହେବ କଲ୍-ଭିଡିଓ କଲ୍

ଏଲନ୍ ମସ୍କ ୨୦୧୬ରେ ନ୍ୟୁରାଲିଙ୍କ ଷ୍ଟାର୍ଟଅପ୍ କମ୍ପାନୀ ଆରମ୍ଭ କରିଥିଲେ। ତେବେ ଗତବର୍ଷ ସେପ୍ଟେମ୍ବରରେ ନ୍ୟୁରାଲିଙ୍କକୁ ମାନବ ପରୀକ୍ଷଣ ପାଇଁ ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ(FDA) ପକ୍ଷରୁ ସ୍ୱୀକୃତି ମିଳିଥିଲା। ଅନୁମୋଦନ ମିଳିବା ପରେ ଏହାର ପରୀକ୍ଷଣ ଆରମ୍ଭ ହୋଇଥିଲା। ସର୍ବାଇକଲ ସ୍ପାଇନଲକର୍ଡରେ ଆଘାତ କାରଣରୁ କ୍ୱାଡ୍ରିପ୍ଲେଜିଆରେ ପୀଡିତ ବ୍ୟକ୍ତି ଏବଂ ALS ରୋଗୀଙ୍କୁ ନେଇ ଏହି ପରୀକ୍ଷଣ କରାଯାଉଛି। ମସ୍କଙ୍କ ଏହି ନ୍ୟୁରାଲିଙ୍କ୍‌ ଷ୍ଟାର୍ଟଅପ୍‌ କମ୍ପାନୀର ଲକ୍ଷ୍ୟ ହେଉଛି ମସ୍ତିଷ୍କ ଏବଂ କମ୍ପ୍ୟୁଟର ମଧ୍ୟରେ ସିଧାସଳଖ ଯୋଗାଯୋଗ ଚ୍ୟାନେଲ ସୃଷ୍ଟି କରିବା।

Elon Musk Neuralink Human Brain
Advertisment
Advertisment