• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

JEE ମେନ୍ସ ପାଇଁ ପ୍ରସ୍ତୁତ ହେଉଥିଲା ୧୮ ବର୍ଷୀୟ ଝିଅ । ହେଲେ ହଠାତ୍‌ ମାନସିକ ଭାରସାମ୍ୟ ହରାଇ ରଶି ଲଗାଇ କଲା ଆତ୍ମହତ୍ୟା । ନିଜକୁ JEE ପଢ଼ିବାରେ ଅସମର୍ଥ ଦର୍ଶାଇ ଏପରି ପଦକ୍ଷେପ ନେଇଛି ଛାତ୍ରୀ ଜଣକ । ଛୋଟ ବୟସରେ ଏପରି ଚିନ୍ତାଧାରା ଜଣେ ବାପା-ମା’ଙ୍କ କୋଳ ଖାଲି କରିଦେଇଛି ।

ମୃତ ଛାତ୍ରୀଙ୍କ ନିକଟରୁ ଏକ ସୁଇସାଇଡ୍‌ ନୋଟ୍‌ ଜବତ ହୋଇଛି । ଛାତ୍ରୀ ଜଣକ ତାଙ୍କ ସୁଇସାଇଡ୍‌ ନୋଟ୍‌ରେ ଲେଖିଛି, ‘ମା-ବାପା, ମୁଁ JEE କରିପାରିବି ନାହିଁ... ତେଣୁ ମୁଁ ଆତ୍ମହତ୍ୟା କରୁଛି... ମୁଁ ଯାଉଛି... ମୁଁ ସବୁଠାରୁ ଖରାପ ଝିଅ... ମା’-ବାପା ମୁଁ ବହୁତ ଦୁଃଖିତ... ଆତ୍ମହତ୍ୟା ଛଡ଼ା ମୋ ପାଖରେ ଆଉ କିଛି ବାଟ ନାହିଁ ।’ ...

ରାଜସ୍ଥାନର କୋଟାରୁ ଏପରି ଏକ ଦୁଃଖଦ ଖବର ଆସିଛି । ଜଣେ ୧୮ ବର୍ଷୀୟ ଯୁବତୀ JEE ପାଇଁ ପ୍ରସ୍ତୁତ ହେଉଥିବାବେଳେ ଆତ୍ମହତ୍ୟା କରିଛନ୍ତି । କେବଳ JEE କାରଣରୁ ସେ ଏଭଳି ପଦକ୍ଷେପ ନେଇଥିବା ସୁଇସାଇଡ୍‌ ନୋଟ୍‌ରେ ତାଙ୍କ ବାପା-ମା’ଙ୍କୁ ଜଣାଇଛନ୍ତି । ପରୀକ୍ଷା ହେବାର ଦୁଇ ଦିନ ପୂର୍ବରୁ ସେ ଏହିପରି ଚରମ ନିଷ୍ପତ୍ତି ନେଇଛନ୍ତି ।

ମୃତ ଛାତ୍ରୀ ଜଣକଙ୍କ ନାଁ ହେଉଛି ନିହାରିକା । ନିଜ ରୁମ୍‌ରେ ଫାଶୀ ଲଗାଇ ସେ ଆତ୍ମହତ୍ୟା କରିଛନ୍ତି । ତାଙ୍କ ପରୀକ୍ଷା ଜାନୁଆରୀ ୩୧ ତାରିଖ ହେବାର ଥିଲା । ହେଲେ ପରୀକ୍ଷା ଦେବା ପୂର୍ବରୁ ନିହାରିକା ନିଜକୁ ଶେଷ କରିଦେଇଛନ୍ତି ।

କୋଟା ଇଞ୍ଜିନିୟରିଂ ଏବଂ ମେଡିକାଲ ପ୍ରବେଶିକା ପରୀକ୍ଷା କୋଚିଂ ପ୍ରତିଷ୍ଠାନ ପାଇଁ ବେଶ୍‌ ଜଣାଶୁଣା । ୨୦୨୩ ମସିହାରେ ଏହି ସମାନ କାରଣରୁ ୨୯ ଜଣ ଛାତ୍ର ଆତ୍ମହତ୍ୟା କରିଥିଲେ । ପାଠପଢ଼ାକୁ ନେଇ ଉଚ୍ଚ ଚାପ ଯୋଗୁ ଛାତ୍ରଛାତ୍ରୀମାନେ ଏଭଳି ପଦକ୍ଷେପ ନେଉଥିବା ଅଧିକାରୀମାନେ କହିଛନ୍ତି । ପରୀକ୍ଷା ଚାପ ସେମାନଙ୍କ ମାନସିକ ସ୍ଥିତି ଉପରେ କୁପ୍ରଭାବ ପକାଉଥିବା କୁହାଯାଉଛି ।