Advertisment

'ପୁଷ୍ପା-୨’ ସେଟ୍‌ରୁ ଅନ୍‌ଲାଇନ୍ ଲିକ୍; ସୋସିଆଲ ମିଡିଆରେ ହେଉଛି ଭାଇରାଲ୍‌

ଅଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା: ଦ ରୁଲ୍' ୨୦୨୪ ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହାର ସୁଟିଂ ଚାଲିଛି। ଏହି ସମୟରେ ଫିଲ୍ମର ସୁଟିଂ ସେଟ୍‌ରୁ କିଛି ସିନ୍‌ ଅନ୍‌ଲାଇନ୍‌ ଲିକ୍ ହୋଇଛି।

author-image
Pramod Behera
ଅଦ୍ୟତନ ହୋଇଛି
allu arjun pushpa 2 gangamma talli look leaked

allu arjun gangamma talli avatar leaked from pushpa 2

ଅଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା: ଦ ରୁଲ୍' ୨୦୨୪ ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହାର ସୁଟିଂ ଚାଲିଛି। ଏହି ସମୟରେ ଫିଲ୍ମର ସୁଟିଂ ସେଟ୍‌ରୁ କିଛି ସିନ୍‌ ଅନ୍‌ଲାଇନ୍‌ ଲିକ୍ ହୋଇଛି। 'ପୁଷ୍ପା ୨'ର ସେଟ୍‌ରୁ ଅଲୁ ଅର୍ଜୁନଙ୍କ ଫଟୋ ଇଣ୍ଟର୍‌ନେଟ୍‌ରେ ଭାଇରାଲ ହୋଇଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋରେ ଅଭିନେତା ଶାଢୀ ପିନ୍ଧିଥିବାର ନଜର ଆସିଛନ୍ତି।

Advertisment

ଅନ୍‌ଲାଇନ୍‌ରେ ଲିକ୍ ହେବା ପରେ ଅଭିନେତା ଆଲୁ ଅର୍ଜୁନ ଏବେ ଟ୍ରେଣ୍ଡ୍‌ କରୁଛନ୍ତି। ଫଟୋରେ ଅଲୁ ଅର୍ଜୁନଙ୍କୁ 'ଗଙ୍ଗମା ଥଲି' ଅବତାରରେ ଦେଖିବାକୁ ମିଳେ, ଯାହାର ପ୍ରଥମ ଲୁକ୍ ପୋଷ୍ଟର୍ ମଧ୍ୟ ଶେୟାର କରାଯାଇଥିଲା। ସୁକୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ଅଗଷ୍ଟ ୨୦୨୪ରେ ପ୍ରେକ୍ଷାଳୟରେ ଏକ ବଡ ଧରଣରେ ମୁକ୍ତିଲାଭ କରିବ ବୋଲି ସ୍ଥିର ହୋଇଛି।

ଅଧିକ ପଢ଼ନ୍ତୁ: ପୁଷ୍ପା-୨ ପାଇଁ ପାରିଶ୍ରମିକ ନେବାକୁ ମନାକରିଦେଲେ ଅଲୁ ଅର୍ଜୁନ; ହେଲେ କହିଲେ ଏମିତି…

Advertisment

ପ୍ରକାଶଥାଉଯେ ଫିଲ୍ମର ପ୍ରଥମ ଲୁକ୍ ପୋଷ୍ଟର୍‌ରେ ଅଲୁ ଅର୍ଜୁନ ଜଣେ ମହିଳାଙ୍କ ପରି ପୋଷାକ ପିନ୍ଧିଛନ୍ତି। ତିରୁପତିଠାରେ ପ୍ରଚଳିତ ଏକ 'ପରମ୍ପରା' ଅନୁଯାୟୀ ଅଭିନେତା 'ଗଙ୍ଗମା ଥଲ୍ଲୀ ଯାତ୍ରା'ରେ ଭାଗ ନେଉଛନ୍ତି ବୋଲି କୁହାଯାଉଛି। ପ୍ରତିବର୍ଷ ଏହି ଯାତ୍ରା ଏକ ସପ୍ତାହ ଧରି ପାଳନ କରାଯାଏ। ଶେଷ ଦିନରେ ପୁରୁଷମାନେ ମହିଳାଙ୍କ ପରି ପୋଷାକ ପିନ୍ଧନ୍ତି ଏବଂ ଗଙ୍ଗାମାଙ୍କ ପରି ଦେଖାଯାଆନ୍ତି।

ନିର୍ଦ୍ଦେଶକ ସୁକୁମାରଙ୍କ 'ପୁଷ୍ପା: ଦି ରାଇଜ୍' ଡିସେମ୍ବର ୨୦୨୧ରେ ମୁକ୍ତିଲାଭ କରିଥିଲା ​​ଏବଂ ସେହି ବର୍ଷର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ହୋଇଥିଲା। ଏହି ଚଳଚ୍ଚିତ୍ରରେ ଅଲୁ ଅର୍ଜୁନ, ଫହଦ ଫସିଲ ଏବଂ ରଶ୍ମିକା ମନ୍ଦନା ପ୍ରମୁଖ ଭୂମିକାରେ ଥିଲେ। ଏହାର ସଂଗୀତକୁ ଜାତୀୟ ପୁରସ୍କାର ବିଜେତା ଦେବୀ ଶ୍ରୀ ପ୍ରସାଦ ପ୍ରଦାନ କରିଥିଲେ। ଏହି ଟିମ୍‌କୁ ନେଇ ଫିଲ୍ମର ଦ୍ୱିତୀୟ ଭାଗ ସୁଟିଂ ଚାଲିଛି।

ପୂର୍ବରୁ ନିର୍ମାତାମା ଫିଲ୍ମର ରିଲିଜ୍ ତାରିଖକୁ ଆଉଥରେ ନିଶ୍ଚିତ କରିଥିଲେ। ଏହି ଚଳଚ୍ଚିତ୍ର ୧୫ ଅଗଷ୍ଟ ୨୦୨୪ ରେ ପ୍ରେକ୍ଷାଳୟକୁ ଆସିବ। ଏହା ତାମିଲ, ତେଲୁଗୁ ଏବଂ ହିନ୍ଦୀ ବ୍ୟତୀତ ଅନ୍ୟ ଭାଷାରେ ମୁକ୍ତିଲାଭ କରିବ। ଏହା ଏକ ପାନ୍‌ ଇଣ୍ଡିଆ ଚଳଚ୍ଚିତ୍ର ହେବ ଏବଂ ଏହା ୫୦୦ କୋଟି ଟଙ୍କା ବଜେଟରେ ପ୍ରସ୍ତୁତ କରାଯାଉଛି। ଏହି ଫିଲ୍ମରେ ଅନେକ ନୂଆ ଟେକ୍ନୋଲୋଜି ମଧ୍ୟ ବ୍ୟବହାର କରାଯାଉଛି ବୋଲି କୁହାଯାଇଛି।

ଅଧିକ ପଢ଼ନ୍ତୁ: Pushpa 2: ଆସିଲା 'ପୁଷ୍ପା ୨'ର ରିଲିଜ୍ ଡେଟ୍; ପୋଷ୍ଟର୍ କହିଲା ଅନେକ କଥା

Allu Arjun Pushpa Viral News
Advertisment
Advertisment