• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଇଂଲଣ୍ତ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଭାରତକୁ ଲାଗିପାରେ ବଡ଼ ଝଟକା । ଦଳର ଟପ୍‌ ଅଲରାଉଣ୍ତର ଦ୍ୱିତୀୟ ଟେଷ୍ଟରେ ଖେଳିବା ନେଇ ବଢ଼ିଲା ଆଶଙ୍କା । ଆହତ ସମସ୍ୟା କାରଣରୁ ଦ୍ୱିତୀୟ ଟେଷ୍ଟ ଖେଳିନପାରନ୍ତି ରବିନ୍ଦ୍ର ଜାଡେଜା । ଇଂଲଣ୍ତ ବିପକ୍ଷ ପ୍ରଥମ ଟେଷ୍ଟରେ ଦ୍ୱିତୀୟ ଇନିଂସରେ ହାମଷ୍ଟ୍ରିଙ୍ଗର କାରଣରୁ ଜାଡେଜା ରନ୍‌ଆଉଟ୍‌ ହୋଇଯାଇଥିଲେ । ତେବେ ଦ୍ୱିତୀୟ ଟେଷ୍ଟରେ ସେ ଖେଳିବେ କି ନାହିଁ, ଏବେ ପ୍ରଶ୍ନ ଉଠିଛି ।

କ୍ରିକେଟ ଜଗତର ବେଷ୍ଟ ଅଲରାଉଣ୍ତର ତଥା ଟପ୍‌ ଫିଲ୍ଡର ରବିନ୍ଦ୍ର ଜାଡେଜା ହାମଷ୍ଟ୍ରିଙ୍ଗ ସମସ୍ୟା ସହ ଲଢ଼େଇ କରୁଛନ୍ତି । ପ୍ରଥମ ଟେଷ୍ଟରେ ଆହତ ହେବା ପରେ ଡାକ୍ତର ତାଙ୍କୁ ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଛନ୍ତି । ସେ ଏବେ ଠିକ୍‌ ଭାବରେ ଚାଲିପାରୁନଥିବା ସୂଚନା ମିଳିଛି । ତେବେ ଦଳ ଦ୍ୱିତୀୟ ଟେଷ୍ଟ ପାଇଁ ଭାଇଜାଗ୍‌ରେ ପହଞ୍ଚିଛି । ଟିମ୍‌ ଇଣ୍ତିଆର କୋଚ୍‌ ରାହୁଲ ଦ୍ରାଭିଡ୍‌ କହିଛନ୍ତି ଯେ, ‘ମୁଁ ଏବେ ଯାଏଁ ଡାକ୍ତରଙ୍କ ସହ କଥା ହେବାକୁ ସୁଯୋଗ ପାଇନି । ମୁଁ ଶୀଘ୍ର କଥା ହୋଇ କଣ ହୋଇଛି, ନିଶ୍ଟୟ ଜଣାଇବି’।

ଅଧିକ ପଢ଼ନ୍ତୁ: AUS Open 2024: ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଓପନ୍‌ ଜିତିଲେ ୟାନିକ୍‌ ସିନର୍‌

ଇଂଲଣ୍ତ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଦମଦାର ବ୍ୟାଟିଂ କରିଥିଲେ ଜାଡେଜା । ଜାଡେଜାଙ୍କ ୮୭ ରନ୍‌ ବଳରେ ଭାରତ ୪୩୬ ରନ୍‌ର ବିଶାଳ ସ୍କୋର ଠିଆ କରିଥିଲା । କିନ୍ତୁ ଦ୍ୱିତୀୟ ଇନିଂସରେ ହାମଷ୍ଟ୍ରିଙ୍ଗରେ ସମସ୍ୟା କାରଣରୁ ୨ ରନ୍‌ ନେବା ବେଳେ ରନ୍‌ଆଉଟ୍‌ ହୋଇଯାଇଥିଲେ ।

ପ୍ରଥମ ଟେଷ୍ଟରେ ବାଜି ମାରିଲା ଇଂଲଣ୍ଡ । ହାଇଦ୍ରାବାଦରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଭାରତ ହାରିଯାଇଛି । ଭାରତକୁ ୨୮ ରନ୍‌ରେ ପରାସ୍ତ କରି ଇଂଲଣ୍ଡ ବିଜୟ ହାସଲ କରିବା ସହିତ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି । ମ୍ୟାଚ୍‌ର ଚତୁର୍ଥ ଦିନରେ ଇଂଲଣ୍ଡ ତା’ର ଦ୍ୱିତୀୟ ଇନିଂସରେ ୪୨୦ ରନ୍‌ କରି ଅଲ୍‌ଆଉଟ୍ ହୋଇଯାଇଥିଲା । ମ୍ୟାଚ୍ ଜିତିବାକୁ ଭାରତ ଆଗରେ ୨୩୧ ରନର୍‌ ବିଜୟ ଲକ୍ଷ୍ୟ ଥିଲା । ହେଲେ ଟିମ୍ ଇଣ୍ଡିଆର କୌଣସି ବ୍ୟାଟର ଭଲ ଖେଳି ପାରିଲେ ନାହିଁ ।