• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିଭତ୍ସ...ବର୍ବର...ଭୟଙ୍କର...ଅମାନୁଷିକ । ଯେଉଁ ଶବ୍ଦ ମଧ୍ୟ ବ୍ୟବହାର କରିବେ ତାହା କମ୍ ପଡ଼ିବ । ଛାତିକୁ ଥରାଇ ଦେବା ଭଳି ଏ ଘଟଣା । ଘରେ ପଶିଲା...ଲୁଟ ପାଇଁ ହତ୍ୟା ଉଦ୍ୟମ କଲା । ସୁନା ଚେନ ଲୁଟିବା ପାଇଁ ହତ୍ୟା ଉଦ୍ୟମ । ବେକରେ ଗାମୁଛା ଗୁଡ଼ାଇ ଜଣେ ବୟସ୍କା ମହିଳାଙ୍କୁ ହତ୍ୟା ଉଦ୍ୟମ କରାଯାଇଛି ।

ଏନେଇ ଭିଡ଼ିଓ ମଧ୍ୟ ସିସିଟିଭିରେ କଏଦ ହୋଇଛି । ଭିଡ଼ିଓରେ ଦେଖା ଯାଉଛି ଯେ, ବୟସ୍କା ମହିଳା ଜଣକ ସୋଫାରେ ବସିଛନ୍ତି । ହଠାତ ଜଣେ ବ୍ୟକ୍ତି ପଶି ଆସୁଛି । ପରେ ପରେ କେହି କିଛି ଭାବିବା ଆଗରୁ ଉକ୍ତ ବ୍ୟକ୍ତି ଜଣକ ମହିଳାଙ୍କର ବେକକୁ ଏକ ଗାମୁଛା ଦ୍ୱାରା ଚାପି ଧରୁଛନ୍ତି ।

ଶ୍ୱାସରୁଦ୍ଧ ହୋଇ ମହିଳା ଜଣକ ଛାଟିପିଟି ହେଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଆନ୍ଧ୍ର ପ୍ରଦେଶରେ ଘଟିଛି ଏପରି ବିଭତ୍ସ ତଥା ଭୟଙ୍କର ଘଟଣା । ଜଣେ କେବୁଲ ଟେକ୍ନିସିଆନ ଗତ ସପ୍ତାହରେ ସୁନା ଚେନ ଚୋରି କରିବା ଉଦ୍ଦେଶ୍ୟରେ ବୃଦ୍ଧ ମହିଳାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ ।

ଏନେଇ ଅଭିଯୋଗ ହୋଇଥିବା ବେଳେ ପୋଲିସ ଅଭିଯୁକ୍ତକୁ ଧରିବାକୁ ଚେଷ୍ଟା କରୁଛି । ପୋଲିସ ସୂଚନାନୁସାରେ, ଉକ୍ତ ଟେକ୍ନିସିଆନ ଜଣକ ବାରମ୍ବାର ଘରକୁ ଆସୁଥିଲେ । ଫଳରେ ସେ ମହିଳାଙ୍କର ବିଶ୍ୱସ୍ତ ଥିଲେ । ଏଣୁ ତାଙ୍କୁ ନେଇ ସନ୍ଦେହ କାହା ମନରେ ମଧ୍ୟ ନଥିଲା ।

୨୬ ଜାନୁଆରୀରେ ମଧ୍ୟ ଟେକ୍ନିସିଆନ ଜଣକ ଉକ୍ତ ମହିଳାଙ୍କ ଘରକୁ ଆସିଥିଲେ । ହଠାତ୍ ମହିଳା ବସିଥିବା ବେଳେ, ବ୍ୟକ୍ତି ଜଣକ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲା । ଏହି ଘଟଣା ପରେ ପରିବାରର ଅଭିଯୋଗକୁ ଭିତ୍ତି କରି ପୋଲିସ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୩୦୭, ୩୯୪ ଅନୁଯାୟୀ ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଛି । ତେବେ ଅଭିଯୁକ୍ତ ଜଣକ ବର୍ତ୍ତମାନ ଫେରାର ଥିବା ପୋଲିସ ସୂତ୍ରରୁ ପ୍ରକାଶ ।