Advertisment

କାର୍‌କୁ ଚାପି ଦେଲା ଟ୍ରକ, ଘଟଣାସ୍ଥଳରେ ୫ମୃତ

ଦୁର୍ଘଟଣା ଘଟାଇ ଟ୍ରକ ସହ ଚାଳକ ଫେରାର ହୋଇଯାଇଥିବା ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି।

author-image
Sonali Ojha
ଅଦ୍ୟତନ ହୋଇଛି
Telangana Road Accident

Accident

ତେଲେଙ୍ଗାନା ନାଲଗୋଣ୍ଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କାରକୁ ଚାପିଦେଲା ଟ୍ରକ। କାରରେ ଥିବା ଦୁଇଟି ପରିବାରର ୫ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅଛନ୍ତି ଦୁଇ ଶିଶୁ। ଦୁର୍ଘଟଣାରେ ଜଣେ ମହିଳା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

Advertisment

ପୋଲିସର ସୂଚନା ଅନୁସାରେ, ନାଲଗୋଣ୍ଡା ଜିଲ୍ଲା ମିରିଆଲାଗୁଡାର ଚେରୁପାଲୀ ମହେଶ, ତାଙ୍କ ପତ୍ନୀ ଜ୍ୟୋତି, ଝିଅ ରିଷିତାଙ୍କର ମୃତ୍ୟୁ ହୋଇଛି। ସେହିପରି ଗୋଲନେପାଲି ଯାଦାଦୀ ଭୁବନାଗିରର ଭୁମା ମହେନ୍ଦ୍ର ଓ ତାଙ୍କ ପୁଅର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଭୁମା ମହେନ୍ଦ୍ରଙ୍କ ପତ୍ନୀ ଭୁମା ମାଧବୀ ଗୁରୁତର ଅବସ୍ଥାରେ ଡାକ୍ତଖାନାରେ ଭର୍ତ୍ତି ହୋଇଛନ୍ତି। ପ୍ରଥମେ ତାଙ୍କୁ ମିରିଆଲାଗୁଡା ଡାକ୍ତରଖାନାରେ ଜରୁରୀକାଳୀନ ଚିକିତ୍ସା କରାଯିବା ପରେଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ତେବେ ଦୁର୍ଘଟଣା ଘଟାଇ ଟ୍ରକ ସହ ଚାଳକ ଫେରାର ହୋଇଯାଇଥିବା ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Advertisment
Road Accident
Advertisment
Advertisment