Advertisment

ସଂପର୍କରେ ଫାଟ...ସନ୍ଦେହ ହେବାରୁ ପ୍ରେମିକାକୁ ଗୁଳି କରିଦେଲା ପ୍ରେମିକ

ଦୀର୍ଘ ୧୨ବର୍ଷ ହେବ ଦୁହେଁ ପରସ୍ପରକୁ ଭଲ ପାଉଥିଲେ। ମାତ୍ର ବନ୍ଦନା ଅନ୍ୟ କାହାକୁ ଭଲ ପାଉଥିବା ସନ୍ଦେହ କରିଥିଲେ ଋଷଭ। ଏଥିପାଇଁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା।

author-image
Sonali Ojha
ଅଦ୍ୟତନ ହୋଇଛି
Boy Friend Shot Girlfriend

Boy Friend Shot Girlfriend

ପ୍ରେମିକା ଉପରେ ସନ୍ଦେହ ହେବାରୁ ଗୁଳି ମାରିଦେଲା ପ୍ରେମିକ । ପୁନେର ଏକ ହୋଟେଲ ରୁମରୁ ସଫ୍ଟୱେର ଇଂଜିନିୟରଙ୍କ ମୃତଦେହ ଉଦ୍ଧାର ହେବା ପରେ ଏଭଳି କିଛି ଘଟଣା ସାମନାକୁ ଆସିଛି। ମୃତ ଯୁବତୀ ଆଇଟି ଇଂଜିନିୟର ବନ୍ଦନା ଦ୍ୱିବେଦୀ। ହତ୍ୟା ଅଭିଯୋଗରେ ବନ୍ଦନାଙ୍କ ବୟଫ୍ରେଣ୍ଡ ଋଷଭ ନିଗମଙ୍କୁ ଗିରଫ କରିଛି ପୋଲିସ।

Advertisment

ଦୀର୍ଘ ୧୨ବର୍ଷ ହେବ ଦୁହେଁ ପରସ୍ପରକୁ ଭଲ ପାଉଥିଲେ। ମାତ୍ର ବନ୍ଦନା ଅନ୍ୟ କାହାକୁ ଭଲ ପାଉଥିବା ସନ୍ଦେହ କରିଥିଲେ ଋଷଭ। ଏଥିପାଇଁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଏଥିପାଇଁ ଯୋଜନା ମୁତାବକ ପୁନେର ଲକ୍ଷ୍ମୀ ଛକରେ ଥିବା ଏକ ହୋଟେଲ ରୁମ ବୁକ କରିଥିଲେ। ଶନିବାର ସନ୍ଧ୍ୟାରେ ଉଭୟ ସେହି ରୁମରେ ଥିଲେ। ଯେପରି ସନ୍ଦେହ ନହୁଏ ସେଥିପାଇଁ ତାଙ୍କ ସହ ସମୟ ବିତାଇଥିଲେ। ପରେ ତାଙ୍କୁ ଗୁଳିକରି ଚାଲିଯାଇଥିଲେ।

ଏନେଇ ହୋଟେଲ କର୍ତ୍ତୃପକ୍ଷ ପୋଲିସକୁ ଖବର ଦେଇଥିଲେ। ପୋଲିସ ରୁମ କବାଟ ଭାଙ୍ଗି ବନ୍ଦନାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ଦେଖିବାକୁ ପାଇଲା। ତାଙ୍କ ମୁଣ୍ଡ ଓ ତଳିପେଟରେ ଗୁଳି କରାଯାଇଥିଲା। ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା ପୋଲିସ। ପୋଲିସ ସିସିଟିଭି ଯାଞ୍ଚ ପରେ ଋଷଭ ଏକା ସେହି ରୁମରୁ ବାହାରି ଯାଉଥିବା ଦେଖିବାକୁ ପାଇଥିଲା। ପୋଲିସ ଋଷଭଙ୍କୁ ରବିବାର ସକାଳେ ଉତ୍ତରପ୍ରଦେଶରୁ ଗିରଫ କରିଛି।

Advertisment

ଏନେଇ ନାଭି ମୁମ୍ୱାଇ ଇନ୍ସପେକ୍ଟର ଅବସାହେବ ପାଟିଲ କହିଛନ୍ତି, ଅଭିଯୁକ୍ତ ୧୨ବର୍ଷ ଧରି ମୃତକଙ୍କୁ ଭଲ ପାଉଥିଲେ। ବନ୍ଦନା ଆଉ କାହା ସହ ସଂପର୍କରେ ଥିବା ତାଙ୍କର ସନ୍ଦେହ ହେଲା। ଏଥିପାଇଁ ହୋଟେଲ ରୁମରେ ତାଙ୍କୁ ଗୁଳି କରିଦେଇଥିବା ସ୍ୱୀକାର କରିଛି। ସିସିଟିଭି ଫୁଟେଜ ଯାଞ୍ଚ ବେଳେ ଋଷଭ ଶନିବାର ରାତି ପ୍ରାୟ ୯ଟା ୫୦ରେ ଏକା ରୁମରୁ ବାହାରିଥିଲେ। ଏକ କ୍ୟାବ ବୁକ କରି ମୁମ୍ୱାଇ ପଳାଇଥିଲେ। ସେଠାରୁ ଫେରାର ହେବାକୁ ଯୋଜନା କରିଥିବା ଏସିପି ବିଶାଳ ହିରେ ସୂଚନା ଦେଇଛନ୍ତି। ତେବେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

CCTV Software Engineer Murder
Advertisment
Advertisment