Advertisment

ରାଞ୍ଚିରେ ପହଞ୍ଚିଲେ ହେମନ୍ତ ସୋରେନ୍, JMM ବିଧାୟକଙ୍କ ସହ କଲେ ବୈଠକ

ଗତକାଲିଠୁ ହେମନ୍ତ ନିଖୋଜ ଥିବା ନେଇ ଚର୍ଚ୍ଚା ହେଉଥିଲା। ଦିଲ୍ଲୀ ବାସଭବନରେ ଇଡି ତଦନ୍ତ କରିଥିଲା । କିନ୍ତୁ ହେମନ୍ତଙ୍କ ସମ୍ପର୍କରେ କୌଣସି ଖବର ପାଇନଥିଲା। ଆଉ ଏହାରି ଭିତରେ ନାଟକୀୟ ଢଙ୍ଗରେ ଆଜି ରାଞ୍ଚିରେ ପହଞ୍ଚିଛନ୍ତି ହେମନ୍ତ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Jharkhand Chief Minister Hemant Soren

Hemant Soren

ରାଞ୍ଚିରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ତାଙ୍କ ବାସଭବନରେ ପହଞ୍ଚି JMM ବିଧାୟକଙ୍କ ସହ ଆଲୋଚନା କରିଛନ୍ତି। ସବୁଠୁ ବଡ଼ କଥା ହେଲା ଏହି ବୈଠକରେ ହେମନ୍ତଙ୍କ ପତ୍ନୀ ଉପସ୍ଥତି ଥିଲେ। ହେମନ୍ତଙ୍କ ପତ୍ନୀ କଳ୍ପନା ସୋରେନ୍‌ଙ୍କୁ ଝାଡ଼ଖଣ୍ଡର ପରବର୍ତ୍ତି ମୁଖ୍ୟମନ୍ତ୍ରୀ କରିବା ନେଇ ଚର୍ଚ୍ଚା ହେଉଛି। ଏହାପୂର୍ବରୁ ତାଙ୍କୁ ସେ ଏହି ବୈଠକରେ ସାମିଲ ହୋଇଥିବାରୁ ଏନେଇ ଚର୍ଚ୍ଚାକୁ ଅଧିକ ଖୋରକ୍ ଯୋଗାଇଛି। ଏହାପରେ ହେମନ୍ତ ଓ ତାଙ୍କ ପତ୍ନୀ ବାସଭବନ ପରିସରରେ ଥିବା ଗାନ୍ଧି ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି।

Advertisment

ଗତକାଲିଠୁ ହେମନ୍ତ ନିଖୋଜ ଥିବା ନେଇ ଚର୍ଚ୍ଚା ହେଉଥିଲା। ଦିଲ୍ଲୀ ବାସଭବନରେ ଇଡି ତଦନ୍ତ କରିଥିଲା । କିନ୍ତୁ ହେମନ୍ତଙ୍କ ସମ୍ପର୍କରେ କୌଣସି ଖବର ପାଇନଥିଲା। ଆଉ ଏହାରି ଭିତରେ ନାଟକୀୟ ଢଙ୍ଗରେ ଆଜି ରାଞ୍ଚିରେ ପହଞ୍ଚିଛନ୍ତି ହେମନ୍ତ। ଆଉ କିଛି ସମୟ ପରେ JMM ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯିବ। ଆକଳନ କରାଯାଉଛି, ଏହି ସାମ୍ବାଦିକ ସମ୍ମିଳନୀରେ JMM ପକ୍ଷରୁ କିଛି ବଡ଼ ଘୋଷଣା ହୋଇପାରେ।

Jharkhand Hemant Soren JMM
Advertisment
Advertisment