Advertisment

ଠାବ ହେଲା ଆଉ ଏକ ମାରାତ୍ମକ ଭାରିଆଣ୍ଟ୍‌ 'IHU', ଓମିକ୍ରନ୍‌ଠାରୁ ବି ଅଧିକ ସଂକ୍ରାମକ

କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌କୁ ନେଇ ମଧ୍ୟ ଚିନ୍ତା ବଢ଼ିଛି। ଏସବୁ ଭିତରେ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ମିକ୍ରନ୍‌(Omicron)ପରେ ବୈଜ୍ଞାନିକମାନେ କରୋନାର ଆଉ ଏକ ଭାରିଏଣ୍ଟ୍‌ ଠାବ କରିଛନ୍ତି।

author-image
Rajalaxmi Sahoo
New Covid-19 variant 'IHU'

New Covid-19 variant 'IHU'

ନୂଆଦିଲ୍ଲୀ: ସାରା ବିଶ୍ୱ ସମେତ ଦେଶରେ କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି। କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌କୁ ନେଇ ମଧ୍ୟ ଚିନ୍ତା ବଢ଼ିଛି। ଏସବୁ ଭିତରେ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଓମିକ୍ରନ୍‌(Omicron)ପରେ ବୈଜ୍ଞାନିକମାନେ କରୋନାର ଆଉ ଏକ ଭାରିଏଣ୍ଟ୍‌ ଠାବ କରିଛନ୍ତି। ଏହି ଭାରିଆଣ୍ଟ୍‌ର ନାଁ ‘IHU’(Variant IHU)। ୪୬ ଥର ଏହା ରୂପ ବଦଳାଇ ସାରିଥିବା ଜଣାପଡ଼ିଛି। କୁହାଯାଉଛି, ଏହା କରୋନା ଭାଇରସ୍‌ଠୁ ଅଧିକ ସଂକ୍ରାମକ ଓ ଟିକା ପ୍ରତିରୋଧୀ ହୋଇପାରେ।

Advertisment

‘ଡେଲି ମେଲ୍‌’ର ଏକ ରିପୋର୍ଟ ଅନୁସାରେ, ଫ୍ରାନ୍ସରେ ଭାରିଆଣ୍ଟ୍‌ ‘IHU’( B.1.640.2)କୁ ଠାବ କରାଯାଇଛି। ଫ୍ରାନ୍ସର ମାର୍‌ସୈଲ୍‌ରେ ନୂଆ ଭାରିଆଣ୍ଟ୍‌ ‘IHU’ର ୧୨ ମାମଲା ସାମ୍ନାକୁ ଆସିଛି। ଆଫ୍ରିକୀୟ ଦେଶ Cameroonରୁ ଫେରିଥିବା ଲୋକଙ୍କ ଠାରେ ଏହି ନୂଆ ଭାରିଆଣ୍ଟ୍‌ ଚିହ୍ନଟ କରାଯାଇଛି। 

ନୂଆ ଭାରିଆଣ୍ଟ୍‌ କେତେ ଭୟଙ୍କର ଓ କେତେ ସଂକ୍ରାମକ ତାହା ଏବେ ସ୍ପଷ୍ଟ ହୋଇନାହିଁ। କାରଣ ଫ୍ରାନ୍ସରେ ଏବେ ଓମିକ୍ରନ୍‌ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ମୋଟ୍‌ କରୋନା କେସ୍‌ର ୬୦% ହେଉଛି ଓମିକ୍ରନ୍‌ କେସ୍‌। ଏହି ଭାରିଏଣ୍ଟ୍‌କୁ ଗତ ଡିସେମ୍ବରରେ Méditerranée Infection Foundation ଠାବ କରିଥିଲା। ଆଶ୍ୱସ୍ତିକର ବିଷୟ, ଭାରିଆଣ୍ଟ୍‌ ‘IHU’ର ସଂକ୍ରମଣ ଏପର୍ଯ୍ୟନ୍ତ ଦ୍ରୁତ ଗତିରେ ବ୍ୟାପି ନାହିଁ। ଅନ୍ୟ କେଉଁ ସବୁ ଦେଶରେ ଏହି ଭାରିଆଣ୍ଟ୍‌ ବ୍ୟାପିଛି ତାହା ମଧ୍ୟ ଜଣାପଡ଼ଇନି। 

Advertisment

ନୂଆ ଭାରିଆଣ୍ଟ୍‌ ‘IHU’କୁ ଠାବ କରିଥିବା ଟିମ୍‌ର ମୁଖ୍ୟ ପ୍ରଫେସର ଫିଲିପ୍‌ କୋଲସନ୍‌ କହିଛନ୍ତି, ‘ପରୀକ୍ଷାକୁ ଜଣାପଡ଼ିଛି ନୂଆ ଭାରିଆଣ୍ଟ୍‌ E484K ମ୍ୟୁଟେସନ୍‌ରୁ ସୃଷ୍ଟି ହୋଇଛି। ଯାହାକି ଟିକା ପ୍ରତିରୋଧୀ। ଅର୍ଥାତ୍‌ ଟିକାର ପ୍ରଭାବ ଏହା ଉପରେ କମ୍‌ କାମ କରୁଛି। 

ଭାରିଆଣ୍ଟ୍‌ ‘IHU’ ପୂର୍ବରୁ ଓମିକ୍ରନ୍‌ ଭାରିଆଣ୍ଟ୍‌ ଠାବ କରାଯାଇଥିଲା। ଆଫ୍ରିକାରୁ ଠାବ ହୋଇଥିବା ଏହି ଭାରିଆଣ୍ଟ୍‌ ଅନେକ ଦେଶକୁ କାୟା ବିସ୍ତାର କରିସାରିଲାଣି। ଭାରତରେ ମଧ୍ୟ ଓମିକ୍ରନ୍‌ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଡେଲ୍‌ଟା କିମ୍ବା ଡେଲ୍‌ଟା ପ୍ଲସ୍‌ ଭଳି ଏହା ଭୟଙ୍କର ନହେଲେ ମଧ୍ୟ ଏହା ଦ୍ରୁତ ଗତିରେ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଭାରତରେ ୧,୮୦୦ରୁ ଅଧିକ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ମହାରାଷ୍ଟ୍ରରେ ସର୍ବାଧିକ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦ୍ୱିତୀୟ ସ୍ଥାନରେ ଦିଲ୍ଲୀ ରହିଛି। 

COVID19 Omicron Covid New Varriant COVID19 Variant IHU
Advertisment
Advertisment