Advertisment

ଦେଶରେ ହୁ ହୁ ହୋଇ ମାଡୁଛି କରୋନା: ଦିନକରେ ୩୭,୩୭୯ ଚିହ୍ନଟ

ଦେଶରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି । ଗତ ୨୪ ଘଣ୍ଟାରେ ଦେଶରେ ୩୭ ହଜାର ୩୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
undefined

Covid 19

ଦେଶରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି । ଗତ ୨୪ ଘଣ୍ଟାରେ ଦେଶରେ ୩୭ ହଜାର ୩୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଗତକାଲି ୩୩ ହଜାର ୭୫୦ ରହିଥିଲା । ସେହିପରି ଦିନକରେ ଦେଶରେ ୧୨୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଯାହା ପରେ ଦେଶରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୨ ହଜାର ୧୭କୁ ବୃଦ୍ଧି ପାଇଛି ।

Advertisment

ସେପଟେ ଏବେ ଚିନ୍ତା ବଢ଼ାଇଛି ମେଡିକାଲ୍ କଲେଜ୍ ସଂକ୍ରମଣ । ବିହାର ନାଳନ୍ଦା ମେଡିକାଲ୍ କଲେଜ୍ ପରେ ପଟିଆଲା ମେଡିକାଲ୍ କଲେଜରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ନାଳନ୍ଦା ମେଡିକାଲ କଲେଜରେ ଆଜି ଆଉ ୭୨ ଡାକ୍ତର ପଜିଟିଭ୍ ଚିହ୍ନଟହୋଇଛନ୍ତି । ଗତକାଲି ୮୪ ଡାକ୍ତର ଓ MBBS ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଥିଲେ । ସେପଟେ ପଟିଆଲା ମେଡିକାଲ କଲେଜରେ ଶତାଧିକ ଡାକ୍ତରୀ ଛାତ୍ର ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। କରୋନା ପଜିଟିଭ୍ ହୋଇଥିବା ନେଇ ଟ୍ୱିଟ୍ କରିଛନ୍ତି ଅରବିନ୍ଦ କେଜରିଓ୍ୱାଲ। ସ୍ୱଳ୍ପ ଲକ୍ଷଣ ଥିବାରୁ ଘରେ ଆଇସୋଲେସନରେ ରହିଛନ୍ତି। ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି। ଯେଉଁମାନେ ସମ୍ପର୍କରେ ଆସିଛନ୍ତି କରୋନା ଟେଷ୍ଟ କରିବାକୁ କଲେ ଅପିଲ୍ କରିଛନ୍ତି। ତେବେ ସେ ଓମିକ୍ରନ କି ଡେଲଟା ଭ୍ୟାରିଆଣ୍ଟରେ ଆକ୍ରାନ୍ତ ହୋଇଛନ୍ତି, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ତାଙ୍କ ଛଡ଼ା ପରିବାରର ଅନ୍ୟ କିଏ କରୋନାରେ ସଂକ୍ରମିତ ହୋଇଛନ୍ତି ନା ନାହିଁ, ତାହା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇନାହିଁ।

ଗତ କିଛି ଦିନ ତଳେ କେଜରିୱାଲ୍ ପଞ୍ଚାବରେ ଏକାଧିକ ରାଲିରେ ଯୋଗ ଦେଇଛନ୍ତି। ଏହାସହ ଦିଲ୍ଲୀର ବିଭିନ୍ନ ସଭା ସମିତିରେ ଯୋଗ ଦେଇଛନ୍ତି। କେଜ୍ରିୱାଲ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ନମୁନାକୁ ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି। ସେ ଓମିକ୍ରନ ଭାରିଏଣ୍ଟରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ, ସେକଥା ଜିନୋମ ସିକ୍ୱେନ୍ସିଂ ପରେ ହିଁ ଜଣାପଡ଼ିବ। ଗତବର୍ଷ ଏପ୍ରିଲ ମାସରେ କେଜ୍ରିୱାଲଙ୍କ ପତ୍ନୀ ସୁନିତା କରୋନାରେ ଆକ୍ରାନ୍ତ ହୋଇଥିଲେ। ଏଥିପାଇଁ କେଜ୍ରିୱାଲ କିଛି ଦିନ ଧରି ଆଇସୋଲେସନରେ ରହିଥିଲେ।

COVID19 Omicron
Advertisment
Advertisment