Advertisment

ହଠାତ୍‌ ବଢ଼ିଲା ସଂକ୍ରମଣ: ସ୍କୁଲ୍‌, କଲେଜ ବନ୍ଦ ଘୋଷଣା ସହ କଡ଼ାକଡ଼ି ହେଲା କଟକଣା

ଗତ କିଛିଦିନ ହେବ ପଞ୍ଜାବରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସ୍କୁଲ୍‌, କଲେଜ ବନ୍ଦ ସହ ନାଇଟ୍‌ କର୍ଫ୍ୟୁ ଲାଗୁ ନେଇ ପଞ୍ଜାବ ସରକାର ନିର୍ଦ୍ଦେଶ ଦେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Schools Shut Amid Covid Surge In Punjab

Schools Shut Amid Covid Surge In Punjab

ଅମୃତସର: ଗତ କିଛିଦିନ ହେବ ପଞ୍ଜାବରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସ୍କୁଲ୍‌, କଲେଜ ବନ୍ଦ ସହ ନାଇଟ୍‌ କର୍ଫ୍ୟୁ ଲାଗୁ ନେଇ ପଞ୍ଜାବ ସରକାର ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନୀଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ କୋଭିଡ୍‌ ସ୍ଥିତି ସମୀକ୍ଷା ବୈଠକ କରାଯାଇଥିଲା। ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। 

Advertisment

ଆଜି ଜାରି ହୋଇଥିବା ନୂଆ ନିର୍ଦ୍ଦେଶାନାମା ଅନୁସାରେ, ସ୍କୁଲ୍‌, କଲେଜ ଓ ୟୁନିଭର୍ସିଟି ସମେତ ସମସ୍ତ ଶିକ୍ଷାନୁଷ୍ଠାନରେ ଅଫ୍‌ଲାଇନ୍‌ କ୍ଲାସ୍‌ ବନ୍ଦ ରହିବ। ଭର୍ଚୁଆଲ୍‌ କ୍ଲାସ୍‌ ଜାରି ରହିବ। ପ୍ରତ୍ୟେକ ଦିନ ରାତି ୧୦ଟାରୁ ସକାଳ ୫ଟା ଯାଏ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ। ବାର୍‌, ସିନେମା ହଲ୍‌, ମଲ୍ଟିପ୍ଲେକ୍ସ, ମଲ୍‌, ରେଷ୍ଟୁରାଣ୍ଟ୍‌, ସ୍ପା’, ମ୍ୟୁଜିୟମ୍‌ ଓ ଚିଡ଼ିଆଖାନା ୫୦% କ୍ଷମତା ସହ ଚାଲିବ। ଏହାସହ ସମସ୍ତ କର୍ମଚାରୀ ଟିକାର ୨ଟି ଡୋଜ୍‌ ନେଇଥିବେ। ଜାନୁଆରୀ ୧୫ ଯାଏ ଏହି ନୂଆ କଟକଣା ବଳବତ୍ତର ରହିବ। 

ସେହିପରି ସ୍ପୋର୍ଟସ୍‌ କମ୍ପଲେକ୍ସ, ସୁଇମିଂ ପୁଲ୍‌, ଜିମ୍‌ ବନ୍ଦ ରହିବ। ଜାତୀୟ ଓ ଅନ୍ତର୍ଜାତୀୟ ଇଭେଣ୍ଟ୍‌ ପାଇଁ ଭାଗ ନେଇଥିବା ଖେଳାଳିକୁ ଟ୍ରେନିଂ ପାଇଁ ଅନୁମତି ମିଳିବ। ସରକାରୀ, ଘରୋଇ ଅଫିସ୍‌ର ଟିକାର ୨ଟି ଡୋଜ୍ ନେଇଥିବା କର୍ମଚାରୀଙ୍କୁ ଅଫିସ୍‌ ଆସିବା ଲାଗି  ଅନୁମତି ମିଳିବ। ତେବେ ରାଜନୈତିକ ସଭା କିମ୍ବା ଶୋଭାଯାତ୍ରାକୁ ନେଇ କୌଣସି କଟକଣା ଲାଗୁ କରାଯାଇ ନାହିଁ। 

Advertisment

ପଞ୍ଜାବରେ କୋଭିଡ୍‌ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଡିସେମ୍ବର ୨୮ରେ ପଞ୍ଜାବରେ ୫୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ହଠାତ୍‌ ସଂକ୍ରମଣ ବୃଦ୍ଧି ପାଇ ଗତକାଲି ରାଜ୍ୟରେ ୪୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଯାହାକୁ ନେଇ ପ୍ରଶାସନଠୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି।

COVID19 Punjab
Advertisment
Advertisment