Advertisment

ନିଆରା ବିବାହ; ଗୋଲାପୀ ରଙ୍ଗକୁ ଜୀବନସାଥୀ କରିନେଲେ ମହିଳା

ନା କୌଣସି ପୁରୁଷ, ନା କୌଣସି ମହିଳା; ଏମିତି କି କୌଣସି ପଶୁଜନ୍ତୁ ମଧ୍ୟ ନୁହେଁ; ଗୋଲାପୀ ରଙ୍ଗକୁ ବିବାହ କରିଛନ୍ତି ଜଣେ ମହିଳା। ଏହା ତାଙ୍କର ପାଗଳାମୀ ନା ପ୍ରେମ ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Unique wedding; woman marries pink colour

Unique wedding; woman marries pink colour

ପ୍ରେମ ଏମିତି ଏକ ଅନୁଭବ ଯାହା ଦୁଇଟି ହୃଦୟକୁ ମିଳନ କରେ। ପ୍ରେମ ନା ଦେଖେ କୌଣସି ବୟସ ନା ବନ୍ଧନ। ପୂର୍ବରୁ ଧର୍ମ ଓ ଜାତିର ଭେଦଭାବ ମହିଳା ଓ ପୁରୁଷଙ୍କୁ ଅଲଗା କରିବା ପାଇଁ ବ୍ୟବହୃତ ହେଉଥିଲା। ଏହା ପରେ ସମଲିଙ୍ଗୀ ବିବାହର ବିରୋଧ ଆରମ୍ଭ ହେଲା। କିନ୍ତୁ ପରେ ଏହାକୁ ଅନେକ ଦେଶ ମଧ୍ୟ ସ୍ୱୀକୃତି ଦେଇଥିଲେ। ଏହା ପରେ ଆପଣ ନିଶ୍ଚୟ ଏପରି ଅନେକ ଖବର ଶୁଣିଥିବେ ଯେ ଲୋକମାନେ ନିଜକୁ ନିଜେ ବିବାହ କରିବାର। ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ବିବାହ ବିଷୟରେ ଜଣେଇବୁ ଯାହା ଜାଣିବା ପରେ ଆପଣଙ୍କର ଆଶ୍ଚର୍ଯ୍ୟର ସୀମା ପାର ହୋଇଯିବ।

Advertisment

ନୂଆବର୍ଷରେ ଲାସ୍ ଭେଗାସରେ ଏମିତି ଏକ ନିଆରା ଘଟଣା ଘଟିଛି। ଏଠାରେ ରହୁଥିବା କିଟେନ୍‌ କେ ସେରା ଏକ ଅଜବ ବିବାହ କରିଛନ୍ତି। ସେ ନା କୌଣସି ପୁରୁଷକୁ ପତି ଭାବେ ଗ୍ରହଣ କରିଛନ୍ତି ନା କୌଣସି ମହିଳାଙ୍କୁ ବିବାହ କରିଛନ୍ତି। ସେ ଗୋଲାପୀ ରଙ୍ଗକୁ ବିବାହ ବିବାହ କରିଛନ୍ତି। କିଟେନ୍‌ ଗୋଲାପୀ ରଙ୍ଗକୁ ଖୁବ ଭଲ ପାଉଥିଲେ। ଏଭଳି ପରିସ୍ଥିତିରେ ସେ ତାଙ୍କ ପ୍ରେମକୁ ସବୁଦିନ ତିଷ୍ଠି ରଖିବା ପାଇଁ ବଡ ଧୂମଧାମରେ ଏହି ରଙ୍ଗକୁ ବିବାହ କରିନେଲେ। କିଟେନ୍ କହିଛନ୍ତି ଯେ ତାଙ୍କର ଗୋଲାପୀ ରଙ୍ଗର ପ୍ରେମ ଦୀର୍ଘ ଚାଳିଶ ବର୍ଷର ପୁରୁଣା। ଚାଳିଶ ବର୍ଷ ଧରି ଏକ ସଂପର୍କରେ ରହିବା ପରେ, ବର୍ତ୍ତମାନ ସେ ବିବାହ କରିବାକୁ ନିଷ୍ପତ୍ତି ନେଇ ଏହି ସମ୍ପର୍କକୁ ଏକ ନୂଆ ନାମ ଦେଇଛନ୍ତି।

ଏହି ବିବାହର ଆଇଡିଆ ଦୁଇ ବର୍ଷ ପୂର୍ବେ ଜଣେ ଛୋଟ ପିଲା କିଟେନକୁ ଦେଇଥିଲା। ସେହି ଘଟଣା ବିଷୟରେ ଉଲ୍ଲେଖ କରି କିଟେନ୍ କହିଛନ୍ତି ଯେ ଦୁଇ ବର୍ଷ ପୂର୍ବେ ଯେତେବେଳେ ଏକ ଛୋଟ ପିଲା ତାଙ୍କୁ ଦେଖିଲା ସେତେବେଳେ ସେ ହଠାତ୍ ପଚାରିଥିଲା ଯେ ସେ ଗୋଲାପୀ ରଙ୍ଗକୁ ଭଲ ପାଆନ୍ତି କି? କେଟେନ ଏହାର ଉତ୍ତରରେ ହଁ କହିଥିଲେ। ଏହାର ଉତ୍ତର ଶୁଣି ସେ ତୁରନ୍ତ କିଟେନ୍‌ଙ୍କୁ ବିବାହ କରିବାର ଆଇଡିଆ ଦେଇଥିଲା। ସେବେଠାରୁ କିଟେନ୍ ଗୋଲାପୀ ରଙ୍ଗକୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ଦୁଇ ବର୍ଷ ପରେ କିଟେନ୍ ୨୦୨୨ର ପ୍ରଥମ ତାରିଖରେ ଗୋଲାପୀ ରଙ୍ଗକୁ ବିବାହ କରିନେଲେ।

Advertisment
Unique wedding; woman marries pink colourବିବାହରେ ସବୁ କିଛି ଗୋଲାପୀ

ତାଙ୍କର ଏହି ମହାନ ଅନନ୍ୟ ବିବାହରେ କିଟେନ୍ ଗୋଲାପୀ ରଙ୍ଗର ଗାଉନ୍ ପିନ୍ଧିଥିଲେ। ଏହା ସହିତ ସେ ଗୋଲାପୀ କୋଟ, ଗୋଲାପୀ ଚୁଟି ଏବଂ ଗୋଲାପୀ ରଙ୍ଗର ଅଳଙ୍କାର ମଧ୍ୟ ପିନ୍ଧିଥିଲେ। ବିବାହ କେକ୍ ମଧ୍ୟ ଗୋଲାପି ରଙ୍ଗର ଥିଲା। ଏହି ବିବାହରେ କିଟେନ୍ ଏକ ଶପଥ ନେଇଥିଲେ। ବିବାହ ପରେ ସାରା ଜୀବନ ସେ ଗୋଲାପୀ ବ୍ୟତୀତ ଅନ୍ୟ କୌଣସି ରଙ୍ଗ ନ ପିନ୍ଧିବାକୁ ଶପଥ ନେଇଥିଲେ। ଏହି ନିଆରା ବିବାହର ଫଟୋ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ବିବାହ ପରେ ଲୋକମାନେ କିଟେନଙ୍କୁ ପାଗଳ ବୋଲି ମଧ୍ୟ କହୁଛନ୍ତି।

Ajab Gajab
Advertisment
Advertisment