Advertisment

ଟିଭି ପରଦାକୁ ଫେରୁଛନ୍ତି ବାଳ କୃଷ୍ଣ ସ୍ୱପ୍ନିଲ୍ ଯୋଶୀ

ଆପଣ ‘ଶ୍ରୀକୃଷ୍ଣ’ ଧାରାବାହିକରେ ଦେଖିଥିବା ବାଳ କୃଷ୍ଣ ଏବେ ୪୪ ବର୍ଷର ହୋଇଯାଇଛନ୍ତି। ନୂଆବର୍ଷରେ ସେ ନୂଆ ଆଶା ନେଇ ଫେରୁଛନ୍ତି। ତାଙ୍କ ହାତରେ ରହିଛି ଅନେକ କାମ। ତେବେ ଟିଭି ଦୁନିଆରୁ ଆରମ୍ଭ କରିଥିବା ନିଜ କ୍ୟାରିୟରକୁ ନେଇ ସେ କ’ଣ କୁହନ୍ତି ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Actor Swapnil Joshi comeback in 2022

Actor Swapnil Joshi comeback in 2022

ନୂଆବର୍ଷ ସମସ୍ତଙ୍କ ପାଇଁ ନୂଆ ସ୍ୱପ୍ନ, ନୂଆ ଚିନ୍ତା ଓ ଆକାଂକ୍ଷା ନେଇ ଆସିଥାଏ। ନୂଆ କିଛି କରିବାର ଆଶାରେ ଅନେକ ନେଇଥାନ୍ତି ଶପଥ। ଟିଭି ଇଣ୍ଡଷ୍ଟ୍ରୀର ପୁରୁଣା ତାରକା ତଥା ‘ଶ୍ରୀକୃଷ୍ଣ’ ଧାରାବାହିକରେ ବାଳ କୃଷ୍ଣ ସ୍ୱପ୍ନିଲ୍ ଯୋଶୀଙ୍କ ପାଖରେ ମଧ୍ୟ ୨୦୨୨ ପାଇଁ ନୂଆ ଆଶା ରହିଛି। ଏହି ଆଶା ମଧ୍ୟରେ ରହିଛି ଥିଏଟର ଓ ଛୋଟ ପରଦାକୁ ପ୍ରତ୍ୟାବର୍ତ୍ତନ। କେବଳ ଏତିକି ଯେ ସେ ଏମିତି ଏକ ବିକଳ୍ପର ଅନୁସନ୍ଧାନରେ ଅଛନ୍ତି ଯେଉଁଥିରେ ସେ ଅଧିକ ଦିନ ଧରି କାମ କରିପାରିବେ।

Advertisment

ସ୍ୱପ୍ନିଲ୍‌ଙ୍କ ସ୍ୱପ୍ନ:

'ଉତ୍ତର ରାମାୟଣ' ଓ 'ଶ୍ରୀକୃଷ୍ଣ' ପରି ସିରିଏଲ୍ ମାଧ୍ୟମରେ ଶିଶୁ କଳାକାର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିବା ସ୍ୱପ୍ନିଲ୍ କୁହନ୍ତି ଯେ “ମୁଁ ଟିଭିକୁ ଭଲ ପାଏ, ଏଥିରେ କାମ କରିବାକୁ ଭଲ ପାଏ ଏବଂ ପିଲାଦିନରୁ ଟିଭି ଇଣ୍ଡଷ୍ଟ୍ରିର ଏକ ଅଂଶ ହୋଇଆସିଛି।”

ସେ କୁହନ୍ତି ଯେ “ଚଳିତ ବର୍ଷ ମୁଁ ପୁଣିଥରେ ମରାଠୀ ଥିଏଟରକୁ ଫେରିବି, କାରଣ ମୁଁ ଭାବୁଛି ଥିଏଟର ଆମର ଦକ୍ଷତା ବୃଦ୍ଧି କରେ। ଗତ ଆଠ ବର୍ଷ ଧରି ମୁଁ ଥିଏଟର୍‌ର ଚେହେରା ମଧ୍ୟ ଦେଖି ନାହିଁ। ଏହି ବର୍ଷ ମୁଁ ଏକ ମରାଠୀ ନାଟକ କିମ୍ବା ୱେବ୍‌ ସିରିଜ୍‌ରେ କାମ କରିବାକୁ ଚାହୁଁଛି। ଟିଭି ହେଉଛି ମୋର ପ୍ରଥମ ପ୍ରେମ ଏବଂ ମୁଁ ପ୍ରତି ତିନି / ଚାରି ବର୍ଷରେ ଏହି ପ୍ଲାଟ୍‌ଫର୍ମକୁ ଫେରିବାକୁ ପସନ୍ଦ କରେ।”

Advertisment
Actor Swapnil Joshi comeback in 2022'ଉତ୍ତର ରାମାୟଣ'ରେ ସ୍ୱପ୍ନିଲ୍ ଯୋଶୀ

ହାତରେ ଅଛି ଅନେକ ପ୍ରକଳ୍ପ:

ସ୍ୱପ୍ନିଲ ଯୋଶୀ କହିଛନ୍ତି, “ମୁଁ ୨୦୨୨ରେ ଅନେକ ପ୍ରକଳ୍ପର ଅପେକ୍ଷାରେ ଅଛି। ମୋର ଚଳିତ ବର୍ଷ ଭିନ୍ନ ଭିନ୍ନ ପ୍ରୋଜେକ୍ଟ ଅଛି, ଦୁଇଟି ୱେବ୍ ଶୋ’ ଅଛି ଯାହା ମୁଁ ବର୍ଷ ଆରମ୍ଭରେ ଶୁଟିଂ କରିବି। ଏହି ସୋ ୨୦୨୨ର ମଧ୍ୟ ଭାଗରେ ମୁକ୍ତିଲାଭ କରିବ। ମୋର ଦୁଇଟି ଚଳଚ୍ଚିତ୍ର ମଧ୍ୟ ରିଲିଜ୍ ପାଇଁ ପ୍ରସ୍ତୁତ ହୋଇଛି। ଏହି ଦୁଇଟି ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ବଡ ହୋଇଥିବା ବେଳେ ଅନ୍ୟଟି ଛୋଟ କିନ୍ତୁ ଉଭୟ ମୋ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର।”

୨୦୨୧ରେ କ’ଣ କରିଛନ୍ତି:

ସ୍ୱପ୍ନିଲ୍‌ଙ୍କୁ ବର୍ତ୍ତମାନ ୪୪ ବର୍ଷ। ତାଙ୍କର ବିଭିନ୍ନ କାର୍ଯ୍ୟ ବିଷୟରେ କହିବାକୁ ଗଲେ, ଗତ ବର୍ଷ ସେ ନିଜର ଓଟିଟି ପ୍ଲାଟ୍‌ଫର୍ମର ଶୁଭାରମ୍ଭ ଘୋଷଣା କରିଥିଲେ। ଗତ ବର୍ଷ ସେ ଦୁଇଟି ଓଟିଟି ପ୍ରୋଜେକ୍ଟ ମଧ୍ୟ କରିଥିଲେ।

Entertainment
Advertisment
Advertisment