Advertisment

ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ: ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଲାଗୁ

କରୋନା ସଂକ୍ରମଣ ବଢ଼ି ଚାଲି ଥିବାରୁ ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଲାଗୁ ନେଇ ଘୋଷଣା ହୋଇଛି। ନାଇଟ୍‌ କର୍ଫ୍ୟୁ ସହ  ସପ୍ତାହାନ୍ତ କର୍ଫ୍ୟୁ ମଧ୍ୟ ଲାଗୁ ନେଇ ନିଷ୍ପତ୍ତି ନିଆଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Weekend Curfew In Delhi

Weekend Curfew In Delhi

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢ଼ି ଚାଲି ଥିବାରୁ ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଲାଗୁ ନେଇ ଘୋଷଣା ହୋଇଛି। ନାଇଟ୍‌ କର୍ଫ୍ୟୁ ସହ ସପ୍ତାହାନ୍ତ କର୍ଫ୍ୟୁ ମଧ୍ୟ ଲାଗୁ ନେଇ ନିଷ୍ପତ୍ତି ନିଆଯାଇଛି। 

Advertisment
  • ‘ୱାର୍କ ଫ୍ରମ୍‌ ହୋମ୍‌’ କରିବେ ସରକାରୀ କର୍ମଚାରୀ
  • ୫୦% କର୍ମଚାରୀଙ୍କୁ ନେଇ ଚାଲିବ ବେସରକାରୀ ଅଫିସ୍
  • ବାକି ୫୦% କର୍ମଚାରୀଙ୍କୁ ‘ୱାର୍କ ଫ୍ରମ୍‌ ହୋମ୍‌’ କରିବାକୁ ନିର୍ଦ୍ଦେଶ

ଦିଲ୍ଲୀରେ କରୋନା ସଂକ୍ରମଣ ଏବଂ ଓମିକ୍ରନ୍‌ କେସ୍‌ ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ର ପରେ ଦିଲ୍ଲୀରେ ସର୍ବାଧିକ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ପ୍ରଶାସନଠୁ ଆରମ୍ଭ କରି ସରକାର ଚିନ୍ତାରେ ପଡ଼ି ଯାଇଛନ୍ତି।

Advertisment

ସୂଚନାଥାଉ କି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କରୋନାରେ ସଂକ୍ରମିତ ହୋଇଛନ୍ତି। କରୋନା ପଜିଟିଭ୍ ହୋଇଥିବା ନେଇ ସେ ଟ୍ୱିଟ୍ କରିଛନ୍ତି। ସ୍ୱଳ୍ପ ଲକ୍ଷଣ ଥିବାରୁ ଘରେ ଆଇସୋଲେସନରେ ରହିଛନ୍ତି। ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି। 

ଦେଶରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଦେଶରେ ୩୭ ହଜାର ୩୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଗତକାଲି ୩୩ ହଜାର ୭୫୦ ରହିଥିଲା। ସେହିପରି ଦିନକରେ ଦେଶରେ ୧୨୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଯାହାପରେ ଦେଶରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୨ ହଜାର ୧୭କୁ ବୃଦ୍ଧି ପାଇଛି।

COVID19 New Delhi Night Curfew Weekend Curfew
Advertisment
Advertisment