ସରକାର ବିରୋଧୀ ହାଓ୍ୱାକୁ ସଫଳତାର ସହ ମୁକାବିଲା କରିବା ସହ ଦେଶର ସବୁଠୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଉତ୍ତରପ୍ରଦେଶରେ ବିଜେପିର ବିଜୟ ବାନା ଉଡାଇଛନ୍ତି ମୋଦି-ଯୋଗୀ ଯୋଡ଼ି।
ଦିନ ଗଡ଼ିବା ସହ ଯୁଦ୍ଧ ବିଭୀଷିକା ବଢ଼ୁଛି, ଲୋକଙ୍କ ଦୁର୍ଦ୍ଦଶା ବି ବଢ଼ୁଛି । ଋଷ, ସାଧାରଣ ୟୁକ୍ରେନୀୟଙ୍କ ବିରୋଧରେ ବି ଦମନଲୀଳା ଚଳାଇଥିବା ଅଭିଯୋଗ ହେଉଥିବା ବେଳେ, ବିବାଦ ଘନେଇଛି ମାରିଉପୋଲ ମ୍ୟାଟର୍ନିଟି ହସ୍ପିଟାଲରେ ।
ରାଜନୀତିରେ ସଫଳତାର କାହାଣୀ ଲେଖୁଛନ୍ତି ଅନେକ ମହିଳା। ଏଥିମଧ୍ୟରୁ ଗୋଟିଏ ନାମ ହେଉଛି ଅପନା ଦଳ (ଏସ୍) ଜାତୀୟ ସଭାପତି ଅନୁପ୍ରିୟା ପଟେଲ। ଅନୁପ୍ରିୟା ପଟେଲ ମୋଦୀ ସରକାରରେ ଜଣେ ମନ୍ତ୍ରୀ। ତେବେ ଆସନ୍ତୁ ଜାଣିବା ଅନୁପ୍ରିୟାଙ୍କ ବିଷୟରେ।
ଋଷ୍-ୟୁକ୍ରେନ୍ ଯୁଦ୍ଧ ପରିଣାମ କେବଳ ଯେ ନିରୀହ ଲୋକଙ୍କୁ ଭୋଗିବାକୁ ପଡିଛି ତାହା ନୁହେଁ, ବରଂ ପଶିପକ୍ଷୀମାନେ ବି ଏହାର ଶୀକାର ହେଉଛନ୍ତି। କ୍ରମାଗତ ଭାବେ ଗୁଳି ବିନିମୟରେ ପଶୁମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥାରେ ଅସୁବିଧା ଦେଖାଦେଇଛି।
ମହିଳାମାନଙ୍କ ପାଇଁ ଆଇପିଏଲ୍ ଅନେକ ଆଲୋଚନାର ଅପେକ୍ଷା ରଖେ। ବିଶ୍ୱ କ୍ରିକେଟରେ ଲିଙ୍ଗ ଭେଦ ପ୍ରବଳ। ପୁରୁଷମାନେ କ୍ରିକେଟ୍ରୁ ଅର୍ଥ ଏବଂ ଖ୍ୟାତି ପାଉଥିବା ବେଳେ ମହିଳାମାନଙ୍କ ଭାଗ୍ୟରେ ଏହାର କାଣିଚାଏ ବି ଯୁଟେ ନାହିଁ। ମହିଳାମାନେ ଏହି ଖେଳରେ ପୁରୁଷଙ୍କଠାରୁ କମ୍ ଅର୍ଥ ପାଆନ୍ତି।
କରୋନା ଔଷଧକୁ ନେଇ ଦୁନିଆରେ ଗୁଜବ ପ୍ରଚାର। କରୋନାରୁ ସୁସ୍ଥ ଥିବା ଲୋକଙ୍କୁ ପାକ୍ସଲୋଭିଡ୍ ଖାଇବାକୁ ପରାମର୍ଶ ଦିଆଯାଉଥିବା ବେଳେ ଅନେକ ଲୋକ ଏହି ଔଷଧରେ ଏକ ବଶ କରିବା ଭଳି ଚିପ୍ ଭର୍ତ୍ତି କରାଯାଇଛି ବୋଲି ଗୁଜବ ପ୍ରଚାର କରୁଛନ୍ତି।
ପ୍ରଥମ ଥର ପାଇଁ ୟୁପିରେ ଜଣେ ୫ ବର୍ଷ ପୂରଣ କରିଥିବା ମୁଖ୍ୟମନ୍ତ୍ରୀଙ୍କୁ ଜନାଦେଶ ହୋଇଛି। ଉତ୍ତରାଖଣ୍ଡରେ ପ୍ରଥମ ଥର ପାଇଁ କୌଣସି ଏକ ଦଳକୁ ପୁଣି ସମର୍ଥନ ମିଳିଛି। ଆମର ବିଜୟରେ ମା ଓ ଭଉଣୀଙ୍କ ଅବଦାନ ବହୁତ ବେଶି ରହିଛି।
ଏକ୍ଜିଟ୍ ପୋଲ ରିପୋର୍ଟ କହିଥିଲା ୪ ରାଜ୍ୟରେ ବିଜେପି କରିବ ଶାସନ । ଆଉ ପଞ୍ଜାବରେ ଆପ୍ ଗଢ଼ିବ ସରକାର । ନିର୍ବାଚନ ଫଳାଫଳ ତାହା ହିଁ ହେଲା ।
ମୁଖ୍ୟମନ୍ତ୍ରୀ ଏନ୍. ବିରେନ ସିଂ, ହେଙ୍ଗାଙ୍ଗ ନିର୍ବାଚନ ମଣ୍ଡଳୀରୁ ୧୮ ହଜାରରୁ ଅଧିକ ଭୋଟ୍ରେ ବିଜୟୀ ହୋଇଛନ୍ତି । ସେପଟେ ୨୨ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ମଣିପୁରରେ ଖାତା ଖୋଲିପାରିଛି ନୀତିଶ କୁମାରଙ୍କ ଜେଡିୟୁ ।
ଗୋଆରେ ପୁଣି ସରକାର ଗଢିବାକୁ ପ୍ରସ୍ତୁତ ହେଲାଣି ବିଜେପି । ୪୦ ବିଧାନସଭା ଆସନରୁ ଏକାକୀ ବିଜେପିକୁ ମିଳିଛି ୨୦ଟି ସିଟ୍ । ତେବେ ମ୍ୟାଜିକ୍ ନମ୍ବରରୁ ଗୋଟିଏ ସିଟ୍ ପଛରେ ରହିଛି ଦଳ ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ରାଜ୍ୟରେ ବିଜେପି ଦ୍ୱିତୀୟ ଥର ପାଇଁ ସରକାର ଗଢିବାକୁ ଯାଉଥିବା ବେଳେ ହାରିଯାଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି । ଖାତିମା ଆସନରୁ କଂଗ୍ରେସର ଭୁବନ ଚନ୍ଦ୍ର କାପ୍ରିଙ୍କ ଠାରୁ ସେ ପରାସ୍ତ ହୋଇଛନ୍ତି ।
୧୧୭ ଆସନ ବିଶିଷ୍ଟ ପଞ୍ଜାବରେ ଆମ୍ ଆଦ୍ମୀ ପାର୍ଟି ଏକାକି ୯୨ ଆସନ ଜିତିଥିବା ବେଳେ କଂଗ୍ରେସ ଚରମ ବିପର୍ଯ୍ୟୟ ସହ ମାତ୍ର ୧୮ଟି ସିଟ୍ ଜିତିପାରିଛି । ସେହିଭଳି ବିଜେପିକୁ ୨ଟି ଓ ଶିରୋମଣି ଅକାଳୀ ଦଳ ସପକ୍ଷରେ ଯାଇଛି ୩ଟି ସିଟ୍ ମିଳିଛି ।
ଉତ୍ତରପ୍ରଦେଶ ସହିତ ବିଜେପି ଉତ୍ତରପ୍ରଦେଶ, ମଣିପୁର ଏବଂ ଗୋଆରେ ଜିତିଛି। ଏହି କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର କର୍ମୀଙ୍କୁ ସମ୍ବୋଧିତ କରିବାବେଳେ କହିଛନ୍ତି ଯେ ଆଜି ହେଉଛି ଭାରତର ଗଣତନ୍ତ୍ରର ପର୍ବ।
ପ୍ରିୟଙ୍କା ଗାନ୍ଧିଙ୍କ ଜୋରଦାର ଉଦ୍ୟମ ସତ୍ତ୍ୱେ କଂଗ୍ରେସ ରାଜ୍ୟ ରାଜନୈତିକ ଦୃଶ୍ୟପଟ୍ଟରୁ ଏକପ୍ରକାର ନିଶ୍ଚିହ୍ନ ହୋଇଯାଇଛି । ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢୁଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରୁ ୮୦ ହଜାରରୁ ଅଧିକ ଭୋଟ୍ରେ ଜିତିଛନ୍ତି ।
ପ୍ରତ୍ୟେକ ନିର୍ବାଚନ ପରେ, ହାରିଯାଉଥିବା ଦଳଗୁଡିକ ଉପରେ ଏପରି କିଛି ପ୍ରଶ୍ନ ଉଠିଥାଏ ଏବଂ ବିଜୟର ଲହରୀ ସାମ୍ନାରେ, ଏପରି କିଛି ଦଳ ପାଇଁ ଅସହାୟ ମନେ ହୋଇଥାଏ। ୟୁପିରେ ବିଜେପିର ବିଜୟ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଏବଂ କଂଗ୍ରେସର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଆପ୍ର ଦବଦବା ବଢି ବଢି ଚାଲିଛି। ଦେଶରେ କଂଗ୍ରେସର ବିକଳ୍ପ ହେବାର ସ୍ୱପ୍ନ ଦେଖୁଛି ଦଳ। ଦଳର ଏହି ସ୍ୱପ୍ନ କ’ଣ ସଫଳ ହେବ? ଜାତୀୟ ଦଳ ହେବା ନେଇ କ’ଣ ସବୁ ସର୍ତ୍ତ ପୂରଣ କରିବାକୁ ହୁଏ। ଦଳ କ’ଣ ଏହା କରିବାରେ ସଫଳ ହେବ?
ସମସ୍ତଙ୍କ ମନରେ ପ୍ରଶ୍ନ, ପଞ୍ଜାବରେ କେଉଁ କାରଣରୁ କଂଗ୍ରେସ ହାରିଲା ଆଉ ଆପ୍ ଜିତିଲା ? ବିଶେଷଜ୍ଞଙ୍କ ମତରେ ୧୦ଟି କାରଣ ହିଁ ମୁଖ୍ୟତଃ ପଞ୍ଜାବରେ ରାଜନୈତିକ ପଟ୍ଟ ପରିବର୍ତ୍ତନ ପାଇଁ ଦାୟୀ ।
ଆଜିକାଲି, ୟୁକ୍ରେନ୍-ଋଷ୍ ଯୁଦ୍ଧରେ ଜେଲେନ୍ସ୍କିକୁ ନେଇ ବେଶ୍ ଚର୍ଚ୍ଚା, ଯିଏ ଜଣେ ହାସ୍ୟ ଅଭିନେତା ଥିଲେ। ଏହାରି ଭିତରେ ୟୁକ୍ରେନ୍ ଠାରୁ ୪,୫୦୦ କିଲୋମିଟର ଦୂର ଭାରତର ପଞ୍ଜାବ ରାଜ୍ୟର କମାଣ ଧରିବାକୁ ଯାଉଛନ୍ତି ଭଗୱନ୍ତ ମାନ। ସିଏ ବି ଥିଲେ ଜଣେ ହାସ୍ୟ ଅଭିନେତା। ତେବେ ଆସନ୍ତୁ ଜାଣିବା ଅଧାରୁ ପାଠ ଛାଡିଥିବା ଭଗୱନ୍ତ କିପରି ଏତେ ବାଟ ଗଲେ…
୨୦୧୭ରେ ଗୋଆରେ ଆଗରେ ଥାଇ ବି ସରକାର ଗଠନ କରିପାରିନଥିଲା କଂଗ୍ରେସ। ୨୦୧୭ରେ ୪୦ଟି ଆସନରୁ କଂଗ୍ରେସକୁ ଏକାକୀ ମିଳିଥିଲା ୧୭ଟି ଆସନ।
ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ନିର୍ବାଚନରେ ହାରିଛନ୍ତି। ଆମ୍ ଆଦମୀ ପାର୍ଟି(ଆପ୍) ପ୍ରାର୍ଥୀ ଅଜିତ୍ ପାଲ୍ ସିଂ କୋହଲିଙ୍କ ଠାରୁ ପାରମ୍ପରିକ ପଟିଆଲା ଅର୍ବାନ ନିର୍ବାଚନମଣ୍ଡଳୀରୁ ସେ ନିର୍ବାଚନ ହାରିଛନ୍ତି।
ପଞ୍ଜାବରେ ଏଥର ଜନାଦେଶ ଅଲଗା ପ୍ରକାରର ହୋଇଛି । ଜଣେ ଅଭିନେତା ବସିବେ ମୁଖ୍ୟମନ୍ତ୍ରୀ ଆସନରେ ।
ଗୋଟିଏ ପଟେ ଆଜି ୫ ରାଜ୍ୟରେ ନିର୍ବାଚନର ଭୋଟ୍ ଗଣତି ଚାଲିଥିବା ବେଳେ ଅନ୍ୟ ପଟେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶରେ ଭୋଟ୍ ଗଣତି ଚାଲି ଥିବାବେଳେ ଜଣେ କାର୍ଯ୍ୟକର୍ତ୍ତାଙ୍କ ହୃଦ୍ଘାତରେ ପରଲୋକ ହୋଇଛି।
ଯୋଗୀ ଆଦିତ୍ୟନାଥ ପୁଣି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ । ବିଜେପି ନେତାମାନେ ପୂର୍ବରୁ କହି ସାରିଥିଲେ, ଦଳ କ୍ଷମତାକୁ ଆସିଲେ ଯୋଗୀ ସରକାର ହିଁ ହେବ । 2017 ମାର୍ଚ୍ଚ ମାସରେ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ ।
ଆସାମ ମ୍ୟୁନିସିପାଲ ବୋର୍ଡ ନିର୍ବାଚନରେ ବିଜେପି କ୍ଲିନ୍ ସୁଇପ୍ କରିଛି ।
ଉତ୍ତରପ୍ରଦେଶରେ ବିଜେପିକୁ ବହୁମତ ମିଳିଥିବା ବେଳେ ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ମଧ୍ୟ ବିଜେପି ଅନ୍ୟ ପାର୍ଟିଠୁ ବହୁ ଆଗରେ ରହିଛି। ତେଣୁ ଏହିସବୁ ରାଜ୍ୟରେ ବିଜେପି ସରକାର ଗଠନ କରିପାରେ ବୋଲି ଜଣାପଡ଼ିଛି।