• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମଣିପୁରରେ ସରକାର ଗଢିବ ବିଜେପି । ରାଜ୍ୟର ମୋଟ୍ ୬୦ଟି ଆସନରୁ ବିଜେପି ବର୍ତ୍ତମାନ ୩୨ଟିରେ ବିଜୟୀ ଓ ଆଗୁଆ ରହିଛି । ସେହିପରି ଏନପିପି ୮ ଏବଂ ଜେଡିୟୁ ୬ ଟି ଆସନରେ ଆଗରେ ଅଛନ୍ତି । ତେବେ କଂଗ୍ରେସ ମାତ୍ର ୪ ଟି ଆସନରେ ଆଗୁଆ ରହିଛି । ସରକାର ଗଢିବାକୁ ଏଠାରେ ମ୍ୟାଜିକ୍ ନମ୍ବର ୩୧ ଥିବା ବେଳେ ବିଜେପି ୩୨ଟି ଆସନରେ ଆଗୁଆ ରହିଛି ।

ମୁଖ୍ୟମନ୍ତ୍ରୀ ଏନ୍. ବିରେନ ସିଂ, ହେଙ୍ଗାଙ୍ଗ ନିର୍ବାଚନ ମଣ୍ଡଳୀରୁ ୧୮ ହଜାରରୁ ଅଧିକ ଭୋଟ୍‌ରେ ବିଜୟୀ ହୋଇଛନ୍ତି । ସେପଟେ ୨୨ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ମଣିପୁରରେ ଖାତା ଖୋଲିପାରିଛି ନୀତିଶ କୁମାରଙ୍କ ଜେଡିୟୁ । ୨୦୧୭ରେ ୨୮ଟି ଆସନ ଜିତି ସରକାର ଗଢିଥିବା କଂଗ୍ରେସ ଏଥର ଚତୁର୍ଥ ସ୍ଥାନକୁ ଖସିଆସିଛି ।