Advertisment

ବିଜୟ ଚୌକା ସହ ମାର୍ଚ୍ଚ ୧୦ରୁ ହୋଲି ପାଳନ ଆରମ୍ଭ ହୋଇଛି: ମୋଦି

ପ୍ରଥମ ଥର ପାଇଁ ୟୁପିରେ ଜଣେ ୫ ବର୍ଷ ପୂରଣ କରିଥିବା ମୁଖ୍ୟମନ୍ତ୍ରୀଙ୍କୁ ଜନାଦେଶ ହୋଇଛି। ଉତ୍ତରାଖଣ୍ଡରେ ପ୍ରଥମ ଥର ପାଇଁ କୌଣସି ଏକ ଦଳକୁ ପୁଣି ସମର୍ଥନ ମିଳିଛି। ଆମର ବିଜୟରେ ମା ଓ ଭଉଣୀଙ୍କ ଅବଦାନ ବହୁତ ବେଶି ରହିଛି।

author-image
Otv Khabar Bureau
PM Modi

PM Modi

ୟୁପିରେ ବିଜେପିର ବୃହତ ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ । ବିଜୟ ଉତ୍ସବରେ ଉପସ୍ଥିତ କର୍ମୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ ଜଣାଇଛନ୍ତି । ମୋଦି କହିଛନ୍ତି ଯେ, “ଆଜି ଉତ୍ସବର ଦିନ, ଭାରତୀୟ ଲୋକତନ୍ତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ । ଦଳର ନେତୃତ୍ୱ ଓ କର୍ମୀଙ୍କୁ ଏହି ବିଜୟ ପାଇଁ ବଧାଇ ଜଣାଉଛି। ବିଜୟ ଚୌକା ସହ ମାର୍ଚ୍ଚ ୧୦ରୁ ହୋଲି ପାଳନ ଆରମ୍ଭ ହୋଇଛି । ଦଳୀୟ କର୍ମୀ ରାତି ଦିନ ଏକାଠି କରି ଦଳ ପାଇଁ ସମର୍ଥନ ଆଣିଛନ୍ତି”।

Advertisment

ସେ ଆହୁରି କହିଛନ୍ତି ଯେ, ପ୍ରଥମ ଥର ପାଇଁ ୟୁପିରେ ଜଣେ ୫ ବର୍ଷ ପୂରଣ କରିଥିବା ମୁଖ୍ୟମନ୍ତ୍ରୀଙ୍କୁ ଜନାଦେଶ ହୋଇଛି। ଉତ୍ତରାଖଣ୍ଡରେ ପ୍ରଥମ ଥର ପାଇଁ କୌଣସି ଏକ ଦଳକୁ ପୁଣି ସମର୍ଥନ ମିଳିଛି। ଆମର ବିଜୟରେ ମା ଓ ଭଉଣୀଙ୍କ ଅବଦାନ ବହୁତ ବେଶି ରହିଛି। ଉତ୍ତର ପ୍ରଦେଶକୁ ଅତୀତରେ ଜାତିବାଦ ପାଇଁ ବଦନାମ କରାଯାଇଛି। ମାତ୍ର ଏଥର ୟୁପିର ଲୋକେ ଏହାର ଜବାବ ଦେଇଛନ୍ତି।

ଜାତିବାଦ ନାଁରେ ଫାଇଦା ପାଉଥିବା ବିରୋଧୀ ଏହାର ଦଶା ଭୋଗିଥିବା କଥା ମୋଦି କହିଛନ୍ତି। ୨୦୨୨ର ରେଜଲ୍ଟ ୨୦୨୪ ପାଇଁ ସଂକେତ ଦେଉଛି ବୋଲି ମୋଦି କହିଛନ୍ତି। ପଞ୍ଜାବରେ ବିଜେପି କର୍ମକର୍ତ୍ତାକୁ ପ୍ରଶଂସା କରୁଛି। ଆଗକୁ ବିଜୟ ନିଶ୍ଚିତ ବୋଲି କହିଛନ୍ତି। ସୀମାନ୍ତ ରାଜ୍ୟର ସୁରକ୍ଷା ପାଇଁ ବିଜେପି କର୍ମୀ ଜୋରଦାର ପ୍ରୟାସ କରିବେ । ଏଥର ନିର୍ବାଚନ କରୋନା ପରି ମହାମାରୀ ସମୟରେ ହୋଇଛି। ଡବଲ ଇଞ୍ଜିନ୍ ସରକାର ଥିବା ରାଜ୍ୟରେ ବିକାଶ ତ୍ୱରାନ୍ୱିତ ହୋଇଛି।

Advertisment

ବର୍ତ୍ତମାନର ଯୁଦ୍ଧ ଓ ଭାରତ ଉପରେ ଏହାର ପ୍ରଭାବ ନେଇ ମୋଦି ମତ ରଖିଛନ୍ତି। ଯୁଦ୍ଧରେ ସାମିଲ ଦେଶ ସହ ଆମର ସାମରିକ, ଆର୍ଥିକ, ସୁରକ୍ଷା ଚୁକ୍ତି ରହିଛି। ଖାଇବା ତେଲ ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀର ଦାମ୍ ବଢ଼ିଛି। କେବଳ ଆମ ଦେଶରେ ନୁହେଁ ସାରା ବିଶ୍ୱରେ ଦାମ୍ ବଢ଼ିବା ଆରମ୍ଭ କରିଛି ବୋଲି ସେ କହିଛନ୍ତି। ଏହାରି ଭିତରେ ଆତ୍ମନିର୍ଭର ହେବା ନେଇ ଗୋଟିଏ ପାଦ ପଛକୁ ଫେରିନୁ।

କରୋନା ଟିକାକରଣ ନେଇ ବିରୋଧୀଙ୍କ ସମାଲୋଚନା ପ୍ରସଙ୍ଗ ଉଠାଇଲେ ମୋଦି। ସାରା ବିଶ୍ୱ ଆମକୁ ପ୍ରଶଂସା କରୁଥିଲା ବେଳେ ବିରୋଧୀ ସମାଲୋଚନା କରିଥିବା ସେ କହିଛନ୍ତି। ୟୁକ୍ରେନରୁ ଅପରେସନ ଗଙ୍ଗା ଜରିଆରେ ଶିକ୍ଷାର୍ଥୀଙ୍କୁ ଉଦ୍ଧାର କଥା ଉଠାଇଛନ୍ତି ମୋଦି। ଯୁଦ୍ଧ ଘନଘଟା ଭିତରେ ଛାତ୍ରଙ୍କୁ ଉଦ୍ଧାର ବେଳେ ବି ବିରୋଧୀ ରାଜନୀତି କରିଥିବା କହିଛନ୍ତି।

PM Modi Adresses UP Election 2022
Advertisment
Advertisment