Advertisment

ପଞ୍ଜାବରେ ଆପ୍‌ର ଭାଙ୍ଗଡ଼ା, ବିଜୟର ବଲ୍ଲେ ବଲ୍ଲେ ! ଝାଡ଼ୁର ଝଡ଼ରେ ଧ୍ୱସ୍ତବିଧ୍ୱସ୍ତ ବିରୋଧୀଙ୍କ ଗଡ଼

୧୧୭ ଆସନ ବିଶିଷ୍ଟ ପଞ୍ଜାବରେ ଆମ୍ ଆଦ୍‌ମୀ ପାର୍ଟି ଏକାକି ୯୨ ଆସନ ଜିତିଥିବା ବେଳେ କଂଗ୍ରେସ ଚରମ ବିପର୍ଯ୍ୟୟ ସହ ମାତ୍ର ୧୮ଟି ସିଟ୍ ଜିତିପାରିଛି । ସେହିଭଳି ବିଜେପିକୁ ୨ଟି ଓ ଶିରୋମଣି ଅକାଳୀ ଦଳ ସପକ୍ଷରେ ଯାଇଛି ୩ଟି ସିଟ୍ ମିଳିଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Aam Admi Party

Aam Admi Party

ପଞ୍ଜାବରେ ଆପ୍‌ର ଭାଙ୍ଗଡ଼ା । ବିଜୟର ବଲ୍ଲେ ବଲ୍ଲେ । ଗଲାଥର ହେଇ ନଥିଲା-ହେଲେ ଏଥର ଏଠି ପୂରା ଝାଡୁ ମାରିଦେଲା କେଜ୍ରିଓ୍ୱାଲ୍ ପାର୍ଟି । ପ୍ରଚଣ୍ଡ ବହୁମତ । ଜବରଦସ୍ତ ଜିତ୍ । ପଞ୍ଜାବରେ ଆପ୍‌ର ସୁପର ସୋ’ । ଝାଡ଼ୁର ଝଡ଼ରେ ଧ୍ୱସ୍ତବିଧ୍ୱସ୍ତ ସବୁ ବିରୋଧୀଙ୍କ ଗଡ଼ । ପଞ୍ଜାବ ରାଜନୈତିକ ଇତିହାସରେ ପ୍ରଥମଥର ପାଇଁ କଂଗ୍ରେସ-ଅକାଳୀ ପାଳିରାଜ୍‌କୁ ଖତମ୍ କରି ବିପୁଳ ବିଜୟ ସହ କ୍ଷମତାକୁ ଆସିଛି ଆମ୍ ଆଦ୍‌ମୀ ପାର୍ଟି ।

Advertisment

୧୧୭ ଆସନ ବିଶିଷ୍ଟ ପଞ୍ଜାବରେ ଆମ୍ ଆଦ୍‌ମୀ ପାର୍ଟି ଏକାକି ୯୨ ଆସନ ଜିତିଥିବା ବେଳେ କଂଗ୍ରେସ ଚରମ ବିପର୍ଯ୍ୟୟ ସହ ମାତ୍ର ୧୮ଟି ସିଟ୍ ଜିତିପାରିଛି । ସେହିଭଳି ବିଜେପିକୁ ୨ଟି ଓ ଶିରୋମଣି ଅକାଳୀ ଦଳ ସପକ୍ଷରେ ଯାଇଛି ୩ଟି ସିଟ୍ ମିଳିଛି । ଆପ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ୱନ୍ତ ମାନ୍ ୫୭ ହଜାରରୁ ଅଧିକ ଭୋଟ୍‌ରେ ଜିତି କମେଡି କିଙ୍ଗ୍ ସାଂସଦ ରାସ୍ତା ଦେଇ ବନିବାକୁ ଯାଉଛନ୍ତି ପଞ୍ଜାବର ନୂଆ ସିଏମ୍ ।

ଆଉ ଏହା ଭିତରେ ନୂଆଦିଲ୍ଲୀରେ ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଆଗ ହନୁମାନଙ୍କ ଦର୍ଶନ ପରେ ଦଳୀୟ କାର୍ଯ୍ୟାଳୟ ପହଞ୍ଚିଥିଲେ । ମିଡିଆକୁ ସମ୍ବୋଧିତ କରି କହିଥିଲେ ପ୍ରଥମେ ଦିଲ୍ଲୀ ଆଉ ଏବେ ପଞ୍ଜାବରେ ଇନ୍‌କିଲାବ ହେଲା । ଏବେ ପୂରା ଦେଶରେ ହେବ ଇନ୍କିଲାବ୍ । ମୁଁ ଆତଙ୍କବାଦୀ ନୁହେଁ, ଦେଶର ସଚ୍ଚା ସନ୍ତାନ ।

Advertisment

ଯାହା ଦିଲ୍ଲୀରେ ଦୁଇ ଦୁଇ ଥର ହୋଇଥିଲା (୨୦୧୫ରେ ୬୭ ସିଟ୍‌, ୨୦୨୦ରେ ୬୨ ସିଟ୍‌) । ଏଥର ପଞ୍ଜାବରେ ବି ତାର ପାଖାପାଖି ରିପିଟ୍ ପ୍ରଦର୍ଶନ । ଆପ୍ ଆସୁଛି ମାନେ ବାକି ସବୁ ପାର୍ଟି ସାଫ୍ । ଏକଦମ୍ ଏକପାଖିଆ ବିଜୟ । ଦିଲ୍ଲୀ ଭଳି ଏଠି ବି ଆଖପାଖରେ କେହି ନାହିଁ । ନା କଂଗ୍ରେସ ନା ଅକାଳୀ, ନା ବିଜେପି । କେବଳ ସେତିକି ନୁହେଁ, ପଞ୍ଜାବ ରାଜନୀତିର ସବୁ ବଡ଼ ବଡ଼ ଦ୍ରୁମ ବି ଧରାଶାୟୀ ।

ଆପ୍‌ର ପ୍ରଚଣ୍ଡ ଝଡ଼ରେ ବାଦଲ ଉଡ଼ିଲେ, ତ ପ୍ରବଳ ସୁନାମିରେ ଭାସିଗଲେ ମୁଖ୍ୟମନ୍ତ୍ରୀ ଚନ୍ନି, ସିଦ୍ଧୁ, କ୍ୟାପ୍ଟେନ୍ ଅମ୍ରିନ୍ଦର ସିଂ । ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ଦୁଇ ଦୁଇଟି ଆସନ ଭଦୌର, ଚମକୌର ସାହେବ୍‌ରୁ ହାରିଥିବା ବେଳେ, ପିସିସି ମୁଖିଆ ନବଜୋତ୍ ସିଂ ସିଦ୍ଧୁ ପାରମ୍ପରିକ ଆସନ ଅମୃତସର ଇଷ୍ଟ, କଂଗ୍ରେସ ଛାଡ଼ି ପଞ୍ଜାବ ଲୋକ କଂଗ୍ରେସ ଦଳ ଗଢିଥିବା କ୍ୟାପ୍ଟେନ୍ ଅମ୍ରିନ୍ଦର ସିଂ ପଟିଆଲା ଆସନରୁ ପରାଜୟର ମୁହଁ ଦେଖିଛନ୍ତି ।

ଏପଟେ ଆପ୍‌ର ଏ ବୃହତ ବିଜୟ ପରେ ମୁଖ୍ୟମନ୍ତ୍ରୀ ଚନ୍ନି, କଂଗ୍ରେସ ପ୍ରଭାରୀ ସିଦ୍ଧୁ ଓ ଅକାଳୀ ମୁଖ୍ୟ ସୁଖବିରନ୍ଦର ବାଦଲ ନିଜ ନିଜ ପରାଜୟ ସ୍ୱୀକାର କରିବା ସହ ଭାବି ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ୍‌ଙ୍କୁ ବଧେଇ ଜଣେଇଛନ୍ତି ।

Arvind Kejriwal Punjab Election
Advertisment
Advertisment