• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ରାଜନୀତିରେ ମହିଳାଙ୍କ ଅଂଶଗ୍ରହଣ ବଢିବାରେ ଲାଗିଛି। କେଉଁଠି ମହିଳାମାନେ କ୍ଷମତା ସମ୍ଭାଳୁଛନ୍ତି ତ କେଉଁଠି ରାଜନୈତିକ ଦଳର ନେତୃତ୍ୱ ନେଉଛନ୍ତି। ଏଥିମଧ୍ୟରୁ ଗୋଟିଏ ନାମ ହେଉଛି ଅପନା ଦଳ (ଏସ୍‌) ଜାତୀୟ ସଭାପତି ଅନୁପ୍ରିୟା ପଟେଲ। ଅନୁପ୍ରିୟା ପଟେଲ ମୋଦୀ ସରକାରରେ ଜଣେ ମନ୍ତ୍ରୀ। ତେବେ ଆସନ୍ତୁ ଜାଣିବା ଅନୁପ୍ରିୟାଙ୍କ ବିଷୟରେ।

ଅନୁପ୍ରିୟା ପଟେଲଙ୍କ ଜୀବନୀ:

ଅନୁପ୍ରିୟା ପଟେଲ ବିଜେପିର ସହଯୋଗୀ ଅପନା ଦଳ (ଏସ୍‌)ର ଜାତୀୟ ସଭାପତି ଏବଂ ମୋଦୀ କ୍ୟାବିନେଟ୍‌ରେ ଜଣେ ମନ୍ତ୍ରୀ। ୨୦୧୪ରେ ଯେତେବେଳେ ମୋଦୀ ସରକାର କେନ୍ଦ୍ରରେ କ୍ଷମତାକୁ ଆସିଲେ, ଅନୁପ୍ରିୟା ପଟେଲଙ୍କୁ କେନ୍ଦ୍ର କ୍ୟାବିନେଟରେ ସ୍ୱାସ୍ଥ୍ୟମନ୍ତ୍ରୀ କରାଯାଇଥିଲା। ଅନୁପ୍ରିୟା ଏକ ରାଜନୈତିକ ପରିବାରରୁ ଆସିଛନ୍ତି।

ଅନୁପ୍ରିୟା ପଟେଲଙ୍କ ପିଲାଦିନ ଓ ପରିବାର:

ମୋଦୀ କ୍ୟାବିନେଟର ମନ୍ତ୍ରୀ ଅନୁପ୍ରିୟା ପଟେଲ ୧୯୮୧ ଏପ୍ରିଲ ୨୮ରେ ଉତ୍ତରପ୍ରଦେଶର କାନପୁର ସହରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ସୋନେ ଲାଲ ପଟେଲ। ସୋନେ ଲାଲ ୟୁପିରେ ଅପନା ଦଳ ରାଜନୈତିକ ଦଳର ପ୍ରତିଷ୍ଠାତା ଥିଲେ। ଅନୁପ୍ରିୟା ସାଇକୋଲୋଜିରେ ମାଷ୍ଟର କରିଛନ୍ତି ଏବଂ ଏମ୍‌ବିଏ ଡିଗ୍ରୀ ହାସଲ କରିଛନ୍ତି। ତାଙ୍କର ଆଉ ତିନି ଭଉଣୀ ଅଛନ୍ତି। ତାଙ୍କ ପିତାଙ୍କ ମୃତ୍ୟୁରେ ଅନୁପ୍ରିୟା ଏବଂ ତାଙ୍କ ତିନି ଭଉଣୀ ସୋନେଲାଲଙ୍କ ଶବକୁ କାନ୍ଧରେ ନେଇଥିଲେ।

ରାଜନୈତିକ ଜୀବନୀ:

ରାଜନୈତିକ ପରିବାରରୁ ଆସିବା ପରେ ମଧ୍ୟ ଅନୁପ୍ରିୟା ପଟେଲ ରାଜନୀତିରେ ଯୋଗଦେବାକୁ ଚାହୁଁ ନଥିଲେ। କିନ୍ତୁ ହଠାତ୍ ତାଙ୍କ ପିତା ସୋନେ ଲାଲ ପଟେଲଙ୍କ ଦେହାନ୍ତ ପରେ ସେ ରାଜନୀତିରେ ପ୍ରବେଶ କରି ତାଙ୍କ ପିତାଙ୍କ ଦଳକୁ ଗ୍ରହଣ କରିଥିଲେ। ସୋନେ ଲାଲ ପଟେଲ ତାଙ୍କ ସମୟର ଜଣେ ପ୍ରମୁଖ ନେତା ଥିଲେ। ତାଙ୍କୁ ବହୁଜନ ସମାଜ ପାର୍ଟିର ପ୍ରତିଷ୍ଠାତାମାନଙ୍କ ମଧ୍ୟରେ ମଧ୍ୟ ଗଣାଯାଏ।

କିନ୍ତୁ ମାୟାବତୀଙ୍କ ସହ ମତଭେଦ ପରେ ସେ ଅପନା ଦଲ୍ ପ୍ରତିଷ୍ଠା କରିଥିଲେ। ଯେତେବେଳେ ୨୮ ବର୍ଷୀୟ ଅନୁପ୍ରିୟା ରାଜନୀତିରେ ପାଦ ଦେଇଥିଲେ, ସେତେବେଳେ ତାଙ୍କୁ ତାଙ୍କ ପିତାଙ୍କ ଦଳରେ ଜାତୀୟ ସାଧାରଣ ସମ୍ପାଦକ କରାଯାଇଥିଲା। ସେତେବେଳେ ଅନୁପ୍ରିୟାଙ୍କ ମାତା କୃଷ୍ଣ ପଟେଲ ପାର୍ଟିର ନେତୃତ୍ୱ ନେଉଥିଲେ। କିନ୍ତୁ ପରେ ପରିବାରରେ କନ୍ଦଳ ଦେଖାଦେଇଥିଲା ଏବଂ ପାର୍ଟି ଦୁଇ ଭାଗରେ ବିଭକ୍ତ ହୋଇଥିଲା। ଅନୁପ୍ରିୟା ନିଜର ଏକ ଦଳ ଗଠନ କରିଥିଲେ।

୨୦୧୨ ବିଧାନସଭା ନିର୍ବାଚନରେ ​​ଅନୁପ୍ରିୟା ପଟେଲ ବାରାଣାସୀ ନିକଟ ରୋହାନିଆ ବିଧାନସଭା ଆସନ ଜିତିଥିଲେ। ୨୦୧୪ ମସିହାରେ ତାଙ୍କ ଦଳ ବିଜେପି ସହ ଗଠବନ୍ଧନ କରିଥିଲା। ଅନୁପ୍ରିୟା ପଟେଲ ମଧ୍ୟ ମିର୍ଜାପୁରର ସାଂସଦ ହୋଇଥିଲେ। ସେ ସାଂସଦ ହେବାପରେ ରୋହନିଆ ସିଟ୍ ଖାଲି ପଡିଥିଲା। ପରେ ତାଙ୍କ ମାଆ ରୋହାନିଆରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ ଅନୁପ୍ରିୟା ଚାହୁଁଥିଲେ ଯେ ତାଙ୍କ ସ୍ୱାମୀ ଏହି ଆସନରୁ ଛିଡା ହୁଅନ୍ତୁ।

OTV is now on Whatsapp

Join and get latest news update delivered to you via whatsapp

Join Now