• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପାହାଡିଆ ରାଜ୍ୟ ଉତ୍ତରାଖଣ୍ଡରେ ପୁଣି ଉଡିଲା ଗେରୁଆ ବାନା । ରେକର୍ଡ ବିଜୟ ସହ ଏଠାରେ ସରକାର ଗଢିବାକୁ ଯାଉଛି ବିଜେପି । ରାଜ୍ୟର ୭୦ ବିଧାନସଭା ଆସନରୁ ବିଜେପି ୪୮ଟିରେ ବିଜୟୀ ଏବଂ ଆଗୁଆ ରହିଛି । କଂଗ୍ରେସ ୧୮ଟିରେ ଆଗୁଆ ଥିବା ବେଳେ ବିଏସପି ୨ ଏବଂ ଅନ୍ୟାନ୍ୟ ୨ସିଟ୍‌ରେ ଆଗୁଆ ରହିଛନ୍ତି । ଖାତା ଖୋଲିପାରିନାହିଁ ଆମ୍ ଆଦମୀ ପାର୍ଟି ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ରାଜ୍ୟରେ ବିଜେପି ଦ୍ୱିତୀୟ ଥର ପାଇଁ ସରକାର ଗଢିବାକୁ ଯାଉଥିବା ବେଳେ ହାରିଯାଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି । ଖାତିମା ଆସନରୁ କଂଗ୍ରେସର ଭୁବନ ଚନ୍ଦ୍ର କାପ୍ରିଙ୍କ ଠାରୁ ସେ ପରାସ୍ତ ହୋଇଛନ୍ତି । ତୀରଥ ସିଂ ରାୱତଙ୍କ ପରେ ୨୦୨୧ ଜୁଲାଇ ୪ରେ ଧାମି ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏଥର ମଧ୍ୟ ସେ ଥିଲେ ଦଳର ମୁଖ୍ୟମନ୍ତ୍ରୀ ଚେହେରା ।

୨୦୧୭ ତୁଳନାରେ ଅଳ୍ପ କିଛି କମ୍ ଆସନ ହାତେଇଥିଲେ ବି ରାଜ୍ୟରେ ପୁଣିଥରେ ସରକାର ଗଠନ କରିବ ବିଜେପି । ସରକାରୀ ବିରୋଧୀ ହାୱାକୁ ମାତ୍ ଦେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ନେତୃତ୍ୱରେ ଦଳ ପୁଣିଥରେ କ୍ଷମତାକୁ ଫେରିବାକୁ ସମର୍ଥ ହୋଇଛି । ରାଷ୍ଟ୍ରର ସ୍ୱାର୍ଥ, ରାଷ୍ଟ୍ର ସୁରକ୍ଷା, ସୈନ୍ୟଙ୍କ କଲ୍ୟାଣ ଓ ଧାର୍ମିକ ପର୍ଯ୍ୟଟନକୁ ପ୍ରସଙ୍ଗ କରି ଦଳ ମୈଦାନକୁ ଓହ୍ଲାଇଥିଲା, ଯାହା ବିରୋଧୀଙ୍କୁ ଝଟକା ଦେବାରେ ସଫଳ ହୋଇଛି ।

ସେପଟେ ରାଜ୍ୟରେ କଂଗ୍ରେସର ନେତୃତ୍ୱ ନେଇଥିବା ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ମଧ୍ୟ ହାରିଯାଇଛନ୍ତି । ଲାଲକୁଆ ଆସନରେ ବିଜେପିର ମୋହନ ସିଂ ବିସ୍ତ, ରାୱତଙ୍କୁ ମାତ୍ ଦେଇଛନ୍ତି।