ଶ୍ରୀଲଙ୍କାରେ ସୋସିଆଲ୍ ମିଡିଆ ଉପରେ ଲାଗିଲା ରୋକ୍ । ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ୍, ହ୍ୱାଟ୍ସଆପ୍, ଟିକ୍ଟକ୍ ଉପରେ ରୋକ୍ । ଆନ୍ଦୋଳନାତ୍ମକ ସ୍ଥିତି ନିୟନ୍ତ୍ରଣ ପାଇଁ ସରକାର ରୋକ୍ ଲଗାଇଛନ୍ତି ।
ସାମାନ୍ୟ ଆକାରର ଲବଙ୍ଗ ଟିଏ ସ୍ୱାସ୍ଥ୍ୟ ସହିତ ମଧ୍ୟ ଭାଗ୍ୟକୁ ବଦଳାଇ ଦେଇଥାଏ । ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ କରିପାରେ କିନ୍ତୁ ଏହା ସତ୍ୟ ଅଟେ । ବାସ୍ତୁ ବିତ୍ ମାନେ ଲବଙ୍ଗ ଦ୍ଵାରା ଭାଗ୍ୟ ବଦଳାଇ ବାର ବିଭିନ୍ନ ପ୍ରକାର ଉପାୟ କହି ଥାଆନ୍ତି ।
ସାମ୍ନାକୁ ଆସିଲା ମହାମାରୀ କରୋନାର ଆଉ ଏକ ମ୍ୟୁଟାଣ୍ଟ । XE ନାମକ କରୋନାର ଏହି ନୂଆ ରୂପ ପୂର୍ବ ମ୍ୟୁଟାଣ୍ଟ ତୁଳନାରେ ଅଧିକ ସଂକ୍ରାମକ ଓମିକ୍ରନର ସବ୍ ଭାରିଏଣ୍ଟ BA.2 ଏଯାଏ ସବୁଠାରୁ ଅଧିକ ସଂକ୍ରାମକ ଭାରିଏଣ୍ଟ ବୋଲି କୁହାଯାଉଥିଲା ।
ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଏକ କାର ଦୁର୍ଘଟଣାରେ ଆହତ ହୋଇଛନ୍ତି। ଶନିବାର ସେ କାର୍ରେ ଯାଉଥିବା ବେଳେ ମୁମ୍ବାଇ ନିକଟସ୍ଥ ପନଭେଲ ଅଞ୍ଚଳରେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ରଣବୀର ଓ ଆଲିଆଙ୍କ ବିବାହକୁ ନେଇ ବେଶ୍ କିଛି ଦିନରୁ ଚର୍ଚ୍ଚା ହେଉଥିଲା । ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଗସିପ୍ ଗଳିରେ ଖୁବ୍ ଆଲୋଚନା ହୋଇଛି ।
ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ ପ୍ରତି ୪୭,୩୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୧,୬୪୦ ଟଙ୍କା ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୬, ୮୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।
ବେଲଗାମ୍ ତୈଳ ଦର । ଗତ ୧୩ ଦିନ ଭିତରେ ୧୧ ଥର ପାଇଁ ଆଜି ପୁଣି ମହଙ୍ଗା ହେଲା ପେଟ୍ରୋଲ,ଡିଜେଲ ଦର।
ଅଧିକାଂଶ ଲୋକ ମିଠା ଏବଂ ଖଟା ଖାଇବାକୁ ପସନ୍ଦ କରନ୍ତି। ସେ ଜୁସ୍ ହେଉ କିମ୍ବା ଚଟନି । ସେହପରି ତେନ୍ତୁଳି ଏକ ପ୍ରକାରର ଖଟା ଯାହାକୁ ସମସ୍ତେ ଖାଇବାକୁ ଇଚ୍ଛା କରନ୍ତି । କୁହାଯାଏ କି ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ।
ଆଜି ୨୦୨୨ ମସିହା ଅପ୍ରେଲ ତା ୩ ରିଖ ରବିବାର ମୀନ ୨୦ ଦିନ ଚୈତ୍ର ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି,ଅଶ୍ୱିନୀ ନକ୍ଷତ୍ର ମେଷ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ପାକିସ୍ତାନ ଇତିହାସରେ କୌଣସି ପ୍ରଧାନମନ୍ତ୍ରୀ ନିଜର କାର୍ଯ୍ୟକାଳ ସଂପୂର୍ଣ୍ଣ କରିପାରି ନାହାନ୍ତି । ଯାହା ଜଣାପଡୁଛି ଏହି ପରମ୍ପରାକୁ ବଜାୟ ରଖିବ ପାକିସ୍ତାନ ପାର୍ଲାମେଣ୍ଟ ।
ଶ୍ରୀଲଙ୍କାରେ ୩୬ ଘଣ୍ଟିଆ ଲକ୍ଡାଉନ ଘୋଷଣା । ଗତକାଲି ସକାଳ ୬ଟାରୁ ଲକ୍ଡାଉନ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଅର୍ଥାତ୍ ସୋମବାର ସକାଳ ୬ଟା ଯାଏଁ ଏହା ବଳବତ୍ତର ରହିବ ।
ଆଜିର ମ୍ୟାଚ୍ରେ ରାଜସ୍ଥାନ ରୟାଲସ ପ୍ରଥମେ ବ୍ୟାଟିଂ କରି ୧୯୩ ରନ କରିଥିଲା । ୧୯୪ ରନ୍ର ବିଜୟ ଲକ୍ଷ ନେଇ ମଇଦାନକୁ ଓହ୍ଲାଇଥିଲା ମୁମ୍ବାଇ । ହେଲେ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ମାତ୍ର ୧୭୦ ରନ୍ ହିଁ କରି ପରାଜୟ ସ୍ୱୀକାର କରିଥିଲା ଦଳ ।
ଭାରତକୁ ପ୍ରଥମ ଥର ପାଇଁ ନିଆଁ ଲିଭା ରୋବୋଟ ଆସିଛି । ଯାହାକି ୟୁରୋପ ମହାଦେଶରେ ବେଶ୍ ସଫଳତା ପୂର୍ବକ ନିଆଁ ଲିଭା କାର୍ଯ୍ୟ ସମ୍ପାଦନ କରିଛି । ଏହାକୁ ଫାୟାର ଫାଇଟର ରୋବୋଟ ବୋଲି କୁହାଯାଉଛି ।
ଆପଣ RBI ରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଆର୍ବିଆଇ ପକ୍ଷରୁ ବ୍ୟାଙ୍କରେ ଗ୍ରେଡ୍ ବି ନିଯୁକ୍ତି ପାଇଁ ଅଫିସିଆଲ ବିଜ୍ଞପ୍ତି ଜାରି କରାଯାଇଛି। ?ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏନେଇ ଆବେଦନ କରିପାରିବେ ।
୧୦ ବର୍ଷ ମଧ୍ୟରେ ଭାରତକୁ ଅଷ୍ଟ୍ରେଲିଆ ସାମଗ୍ରୀ ରପ୍ତାନି ପରିମାଣର ୧୨.୬ ବିଲିୟନ୍ ଡଲାର୍ ମୂଲ୍ୟ ପରିମାଣ ବା ପ୍ରାୟ ୯୧% ବୃଦ୍ଧି ପାଇଛି । ଚୁକ୍ତି ସ୍ୱାକ୍ଷରିତ ଅବସରରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଭାଇ ଭାଇର ସମ୍ପର୍କ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲ ।
ନେପାଳ ପ୍ରଧାନମନ୍ତ୍ରୀଙ୍କ ସହ ଆସିଥିବା ପ୍ରତିନିଧିମଣ୍ଡଳ ସଦସ୍ୟ ଓ ଭାରତ ପ୍ରତିପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଦୁଇ ଦେଶ ପରସ୍ପରର ବିକାଶ ଓ ପ୍ରଗତିରେ ସମପରିମାଣର ସହଯୋଗ ଯୋଗାଇ ଦେବାକୁ ସହମତି ପ୍ରଦାନ କରିଛନ୍ତି ।
ମାର୍ଚ୍ଚ ମାସରେ ରେକର୍ଡ ପରିମାଣର ଜିଏସଟି ଆଦାୟ ହୋଇଛି। ଗତମାସରେ ଦେଶରେ ଏଯାଏଁ ସର୍ବାଧିକ ୧.୪୨ ଲକ୍ଷ କୋଟି ଟଙ୍କାର ଦ୍ରବ୍ୟ ଓ ସେବା କର ସଂଗ୍ରହ ହୋଇଥିବା ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଟ୍ରେନ ଲାଇନ୍ରେ ଥିଲା ବଡ଼ ଫାଟ। କ୍ଷେତକୁ ଯାଉଥିବା ବେଳେ ଦେଖିଦେଇଥିଲେ ମହିଳା। ସାଙ୍ଗେ ସାଙ୍ଗେ ନିଜ ପିନ୍ଧା ନାଲି ଶାଢୀ ଟାଙ୍ଗୀ ଅଟକାଇ ଦେଲେ ଟ୍ରେନ୍। ବଞ୍ଚିଗଲା ଶହଶହ ପ୍ରାଣ...ଦେଖନ୍ତୁ ଏହି ଭିଡ଼ିଓ
ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୮,୧୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି୪୭,୬୫୦ ଟଙ୍କା ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୭, ୬୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।
ଗତକାଲି କୋଲକାତା ନାଇଟ୍ ରାଇଡର୍ସ ୬ ୱିକେଟ୍ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି । କୋଲକାତା ପକ୍ଷରୁ ରସଲ ୭୦ ରନ୍, ସାମ୍ ବିଲିଙ୍ଗ୍ସ ୨୪ ରନ୍, ଶ୍ରେୟସ ଅୟର ୨୬ ରନ୍ କରିଥିଲେ । ପୁଣିଥରେ କୋଲକାତା ନାଇଟ ରାଇଡର୍ସ ପାଇଁ ଚମକିଛନ୍ତି ଉମେଶ ଯାଦବ।
ରାଷ୍ଟ୍ରପତି ଭବନ ଆଗରେ ହିଂସାକାଣ୍ଡ ପରେ ଜରୁରୀ ପରିସ୍ଥିତି ଜାରି କରାଯାଇଛି। ଉତ୍କଟ ଆର୍ଥିକ ସଂକଟକୁ ବିରୋଧ କରି ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚାଲିଛି । ଅନେକ ସ୍ଥାନରେ ଲୋକେ ସରକାର ବିପକ୍ଷରେ ରାସ୍ତାକୁ ଓହ୍ଲାଇ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିଛନ୍ତି ।
‘ଦ କପିଲ ଶର୍ମା ଶୋ’ର ସୁମୋନାଙ୍କୁ ନେଇ କୁହାଯାଉଛି ସେ ଏବେ ଶୋ’ର ଅଂଶ ନୁହନ୍ତି। ଏହି ଖବର ସୁମୋନାଙ୍କ ଫ୍ୟାନ୍ସମାନଙ୍କୁ ନିରାଶ କରୁଥିବା ବେଳେ ସୁମୋନା ନିଜେ ଏହାର ସ୍ପଷ୍ଟୀକରଣ କରିଛନ୍ତି।
ଦର୍ଶକ ବନ୍ଧୁ ଏ ଭିଡ଼ିଓକୁ ଟିକିଏ ଭଲରେ ଦେଖନ୍ତୁ। ଆଉ ଚିନ୍ତା କରନ୍ତୁ କେଡେ ଚାଲାକ୍ ଏ କୁନି ପିଲା? ନଇ କୂଳକୁ ଏକ ଅରଟ ନେଇକି ଗଲା। ଆଉ ସାଙ୍ଗରେ ଥିଲା ଅଟାଗୁଳା। ବାସ୍ ନଇ କୂଳରେ ଆରମ୍ଭ କରିଦେଲା ନିଜର କାମ। ଦେଖୁନାହାନ୍ତି କଣ କରୁଛି ଏ କୁନି ପିଲା...
କୁହାଯାଉଛି, ୟୁକ୍ରେନ୍ରେ ଯୁଦ୍ଧ ନେଇ ପୁଟିନ୍ଙ୍କୁ ମିସ୍ଲିଡ୍ କରାଯାଉଛି। ଭୟରେ ତାଙ୍କର ପରାମର୍ଶଦାତା ତାଙ୍କୁ ଯୁଦ୍ଧ ସମ୍ବନ୍ଧରେ ଭୁଲ୍ ଖବର ଦେଉଛନ୍ତି।
ସମଗ୍ର ବିଶ୍ୱରେ ଚାଲିଛି ମହାଜନୀ କାରବାର। ଏଠି ଚୀନ୍ ସାଜିଛି ଜମିଦାର। ଛୋଟ ଛୋଟ ଦେଶଗୁଡିକ ଚୀନ୍ଠୁ ଋଣ ନେଇ ପରିଶୋଧ କରି ନପାରି ଶେଷରେ ସେମାନଙ୍କ ରାଷ୍ଟ୍ର ସଂପତ୍ତି ଚୀନ୍ ହାତକୁ ଟେକି ଦେବାକୁ ବାଧ୍ୟ ହେଉଛନ୍ତି ।