• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମାର୍ଚ୍ଚ ଆରମ୍ଭରୁ ଦିଲ୍ଲୀରେ ହେଲାଣି ନିଆଁ ବର୍ଷା । ଏବେଠୁ ଏତେ ଗରମ ଯେ, ଘରୁ ବାହାରିବାକୁ ଡର ଲାଗୁଛି । ସତେ ଯେମିତି ସୂର୍ଯ୍ୟ ଏଗ୍‌ଦମ୍‌ ପାଖକୁ ଚାଲି ଆସିଛନ୍ତି । ତେବେ ଏତେ ଗରମ ପରିସ୍ଥିତି ମଧ୍ୟରେ ତଥା ବିଶେଷ ଭାବେ ଖରା ଦିନେ ନିଆଁ ଲାଗିବାର ସମ୍ଭାବନା ରହିଥାଏ । ଆଉ ଏହି ଖରାଦିନେ ଅଗ୍ନିକାଣ୍ଡକୁ ରୋକିବା, ଦଳକଳ ବାହିନୀ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଥାଏ ।

ତେବେ ଏହାରି ଭିତରେ ଭାରତକୁ ପ୍ରଥମ ଥର ପାଇଁ ନିଆଁ ଲିଭା ରୋବୋଟ ଆସିଛି । ଯାହାକି ୟୁରୋପ ମହାଦେଶରେ ବେଶ୍‌ ସଫଳତା ପୂର୍ବକ ନିଆଁ ଲିଭା କାର୍ଯ୍ୟ ସମ୍ପାଦନ କରିଛି । ଏହାକୁ ଫାୟାର ଫାଇଟର ରୋବୋଟ ବୋଲି କୁହାଯାଉଛି । ଦିଲ୍ଲୀ ଅଗ୍ନିଶମ ବାହିନୀରେ ଏଭଳି ଦୁଇଟି ରୋବୋଟ ଏବେ ସାମିଲ ହୋଇଛନ୍ତି । ଯିଏ କି ନୂଆ ଟେକ୍‌ନୋଲୋଜି ମାଧ୍ୟମରେ ନିଆଁ ଲିଭାଇବାର କ୍ଷମତା ରଖୁଛି । ଏବେ ଦମକଳ ବାହିନୀର କୌଣସି କର୍ମଚାରୀଙ୍କୁ ନିଆଁ ଲିଭାଇବା ପାଇଁ ନିଆଁ ପାଖକୁ ଯାଇ ନିଜ ଜୀବନକୁ ବାଜି ଲଗାଇବା ଆବଶ୍ୟକ ନାହିଁ । ଏହାସହ ଦିଲ୍ଲୀର ଯେଉଁ ସବୁ ଗଳିକନ୍ଦିରେ ବା ରାସ୍ତାରେ ଦମକଳଗାଡ଼ି କିମ୍ବା ଦମକଳ ବାହିନୀ ପହଞ୍ଚିପାରିବେ ନାହିଁ, ସେଠାରେ ଏହି ଫାୟାର ଫାଇଟର ରୋବୋଟ ପହଞ୍ଚି ଖୁବ୍‌ ସହଜରେ ନିଆଁକୁ ଆୟତ କରିପାରିବ ।

ଦିଲ୍ଲୀ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଉଦ୍ୟମରେ ହିଁ ଏହି ଫାୟାର ଫାଇଟର ରୋବଟ ଅଗ୍ନିଶମ ବିଭାଗରେ ସାମିଲ ହୋଇଛି । ଯାହା ଦିଲ୍ଲୀରେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହେବ । ଏହି ରୋବଟ୍ ଦିଲ୍ଲୀର ଗଳିକନ୍ଦି, ଗୋଦାମ ଘର, ବେସମେଣ୍ଟ୍, ସିଡ଼ି, ଜଙ୍ଗଲରେ ଅଗ୍ନିକାଣ୍ଡ ତଥା କେମିକାଲ ଫ୍ୟାକ୍ଟ୍ରି ତେଲ ଟାଙ୍କି ଆଦି ବିପଦପୂର୍ଣ୍ଣ ଅଞ୍ଚଳରରେ ଅତି ସହଜରେ ପହଞ୍ଚିପାରିବ । ଏହାସହ ନିଆଁକୁ ଲିଭାଇପାରିବ ।

ଏହାକୁ ରିମୋଟ କଣ୍ଟ୍ରୋଲ ଫାୟାର ଫାଇଟିଂ ରୋବଟ ବୋଲି ମଧ୍ୟ କୁହାଯାଏ । ଏହା ପ୍ରାୟ ୧୦୦ ମିଟର ଅଗ୍ନି ପ୍ରଭାବିତ ଅଞ୍ଚଳକୁ ଆୟତକୁ ଆଣିପାରିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ସ୍ଥାନକୁ ଅଗ୍ନିଶମ କର୍ମଚାରୀ ନିଜ ଜୀବନକୁ ବାଜି ଲଗାଇ ଯିବାକୁ ଚେଷ୍ଟା କରୁଥିଲେ, ସେଭଳି ସ୍ଥାନକୁ ଆଉ ସେମାନେ ଯିବା କିଛି ଆବଶ୍ୟକ ନାହିଁ । ସେହି ସବୁ ସ୍ଥାନ ପାଇଁ ଏବେ ଏହି ରୋବୋଟ ହିଁ କାଫି । ଏହି ରୋବଟ୍ ସେଠାରେ ପହଞ୍ଚି ଘଣ୍ଟା ପ୍ରତି ଶୂନ ରୁ ପାଞ୍ଚ କିଲୋମିଟର ବେଗରେ ନିଆଁ ଉପରେ ପାଣି ପକାଇଥାଏ । କିଛି ମିନିଟରେ ନିଆଁକୁ ନିୟନ୍ତ୍ରଣରେ ରହିଥାଏ ।