Advertisment

‘ଦ କପିଲ ଶର୍ମା ଶୋ’ ଛାଡିବାକୁ ନେଇ ନିଜର ମତ ରଖିଲେ ସୁମୋନା ଚକ୍ରବର୍ତ୍ତୀ

‘ଦ କପିଲ ଶର୍ମା ଶୋ’ର ସୁମୋନାଙ୍କୁ ନେଇ କୁହାଯାଉଛି ସେ ଏବେ ଶୋ’ର ଅଂଶ ନୁହନ୍ତି। ଏହି ଖବର ସୁମୋନାଙ୍କ ଫ୍ୟାନ୍ସମାନଙ୍କୁ ନିରାଶ କରୁଥିବା ବେଳେ ସୁମୋନା ନିଜେ ଏହାର ସ୍ପଷ୍ଟୀକରଣ କରିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Sumona Chakravarti speak about the quitting the kapil Sharma show

Sumona Chakravarti speak about the quitting the kapil Sharma show

ସୁମୋନା ଚକ୍ରବର୍ତ୍ତୀଙ୍କୁ ନେଇ କିଛି ଦିନ ହେବ ଗୁଜବ ଶୁଣାଯାଉଛି। ‘ଦ କପିଲ ଶର୍ମା ଶୋ’ର ଭୂରୀଙ୍କୁ ନେଇ କୁହାଯାଉଛି ସେ ଏବେ ଶୋ’ର ଅଂଶ ନୁହନ୍ତି। ଏହି ଖବର ସୁମୋନାଙ୍କ ଫ୍ୟାନ୍ସମାନଙ୍କୁ ନିରାଶ କରୁଥିବା ବେଳେ ଶୋ’ର ହୋଷ୍ଟ କପିଲ ଶର୍ମାଙ୍କୁ ମଧ୍ୟ ଏହା ବଡ ଝଟକା ବୋଲି କୁହାଯାଉଛି। କିନ୍ତୁ ଏହା ଏବେ ପ୍ରମାଣିତ ହୋଇଯାଇଛି ଯେ ସେ ପୂର୍ବ ଭଳି ଶୋ’ର ଦର୍ଶକଙ୍କୁ ନିଜ କମେଡିରେ ମନୋରଂଜନ କରିବେ।

Advertisment

ଏମିତିରେ ତ ‘ଦ କପିଲ ଶର୍ମା ଶୋ’ର ପ୍ରତ୍ୟେକ କଳାକାର ଖୁବ ଦମଦାର। ସେମାନଙ୍କ କମେଡି ଦର୍ଶକମାନଙ୍କୁ ଖୁବ ହସାଏ, କିନ୍ତୁ ଶୋ’ର ଏକମାତ୍ର ଫିମେଲ୍‌ ଚରିତ୍ର ସୁମୋନାଙ୍କ କମେଡି ସହିତ ଗ୍ଲାମର ତଡ୍‌କା ଦର୍ଶକଙ୍କୁ ମୋହିତ କରିଥାଏ। ଏହି ଶୋ’ରେ ଅନ୍ୟ ପୁରୁଷ କଳାକାର ମାନେ ମହିଳା ଭୂମିକାରେ ଅଭିନୟ କରନ୍ତି, କିନ୍ତୁ ସୁମୋନା ହିଁ ଜଣେ ମହିଳା କଳାକାର।

ତେବେ ସୁମୋନାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସୀ ଖବର ଏହା ଯେ ସେ ଏହି ଶୋ’କୁ ଛାଡି କୁଆଡେ ଯାଉ ନାହାନ୍ତି। ସୂଚନା ମୁତାବକ ସୁମୋନା ବର୍ତ୍ତମାନ ତାଙ୍କର ଏହି ଶୋ’କୁ ନେଇ ବିଜି ଥିବ ଦେଖାଯାଏ।

Advertisment

ସୁମୋନା ଖୁବ୍ ଶିଘ୍ର ଏକ ଟ୍ରାଭେଲ୍ ଶୋ’ରେ ନଜର ଆସିବେ, ଯାହାର ସୁଟିଂ ଏକ ମାସ ଭିତରେ ପୂରା ହୋଇଯିବ। ସୁମୋନା କହିଛନ୍ତି ଯେ “ମୁଁ କପିଲ ଶର୍ମା ଶୋ ଛାଡିନି। ଏମିତି କରିବାରେ ମଧ୍ୟ ମୋର କୌଣସି ଇଛା ନାହିଁ। ଗୋଟିଏ ଶୋ’ର ହୋଷ୍ଟ୍‌ କରିବା ନେଇ ପାଖାପାଖି ଗୋଟିଏ ମାସର କମିଟମେଣ୍ଟ କରିଛି।”

ସୁମୋନା ନିଜର ଏକ ନୂଆ ଶୋନାର ବଙ୍ଗଳା ଶୋ’ ବିଷୟରେ କହିଛନ୍ତି ଯେ “ଜଣେ ବଙ୍ଗାଳୀ ହେବା ନେଇ ଏହି ଶୋ’ ମୋର ପେଶନ ଓ ପ୍ରାଉଡ୍‌କୁ ପୂରା କରୁଛି। ଏହି କାରଣରୁ ମୁଁ ଏହି ଶୋ’କୁ ସାଇନ କଲି।” ଏହି ଶୋ’ ସୋମନାଙ୍କ ସହିତ ବଙ୍ଗଳାର ମଧ୍ୟ ଦର୍ଶନ କରେଇବ।

ଟିଭିର ପ୍ରସିଦ୍ଧ କଳାକାରମାନେ ଏମିତିରେ ତ ଅନେକ ଶୋ’ର ଅଂଶ ହୋଇଛନ୍ତି, କିନ୍ତୁ ହୋଷ୍ଟ୍ ଭାବରେ ସେ ଏକ ଟ୍ରାଭେଲ୍ ଶୋ’ର ପ୍ରଥମ ଏକ୍ସପେରିଏନ୍ସ ହୋଇଛନ୍ତି। ପାଖାପାଖି ୧୦ଟି ଏପିସୋଡ୍‌ର ଏହି ଶୋ’ର ଅଂଶ ହୋ ସୁମୋନା ବହୁତ ଖୁସି ଥିବା ସେ କହିଛନ୍ତି।

ପ୍ରକାଶଥାଉ ଯେ ସୁମୋନା ଚକ୍ରବର୍ତ୍ତୀ ‘ଦ କପିଲ ଶର୍ମା ଶୋ’ର ଆରମ୍ଭରୁ ଜଡିତ ଅଛନ୍ତି। ସେ କେତେବେଳେ କପିଲ ଶର୍ମାର ସ୍ତ୍ରୀ ହୋଇଛନ୍ତି ତ ପୁଣି କେତେବେଳେ ତାଙ୍କ ପ୍ରେମିକା। ଶୋ’ରେ କପିଲ ଓ ସୁମୋନାଙ୍କ ଝଗଡା ଦର୍ଶକମାନଙ୍କୁ ଖୁବ ମଜ୍ଜା ଦେଇଥାଏ ଓ ହସେଇ ଥାଏ।

Entertainment
Advertisment
Advertisment