• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଶ୍ରୀଲଙ୍କାରେ ସୋସିଆଲ୍ ମିଡିଆ ଉପରେ ଲାଗିଲା ରୋକ୍ । ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ୍, ହ୍ୱାଟ୍ସଆପ୍, ଟିକ୍‌ଟକ୍ ଉପରେ ରୋକ୍ । ଆନ୍ଦୋଳନାତ୍ମକ ସ୍ଥିତି ନିୟନ୍ତ୍ରଣ ପାଇଁ ସରକାର ରୋକ୍ ଲଗାଇଛନ୍ତି ।

କେବଳ ଏତିକି ନୁହେଁ, ଶ୍ରୀଲଙ୍କାର କଲମ୍ବୋ ସମେତ ସାରା ଦେଶରେ ତେଜୁଥିବା ସରକାର ବିରୋଧୀ ଆନ୍ଦୋଳନ ଏବଂ ଏହାକୁ ନେଇ ଘଟୁଥିବା ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବାକୁ ଶ୍ରୀଲଙ୍କାରେ ୩୬ ଘଣ୍ଟିଆ ଲକ୍‌ଡାଉନ ମଧ୍ୟ ଘୋଷଣା କରାଯାଇଛି । ଯାହା ଗତକାଲି ସକାଳ ୬ଟାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଅର୍ଥାତ୍ ସୋମବାର ସକାଳ ୬ଟା ଯାଏଁ ଏହା ବଳବତ୍ତର ରହିବ । ଶ୍ରୀଲଙ୍କା ବାସିନ୍ଦା ଘୋର ଅନ୍ଧାରରେ ରହିଥିବାବେଳେ ସାର୍ବଜନୀନ ପରିବହନ ସେବା ମଧ୍ୟ ଠପ୍ ହୋଇଯାଇଛି ।

ସୂଚନା ଅନୁସାରେ, ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଏହି ଚରମ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଆନ୍ଦୋଳନକାରୀଙ୍କୁ ଦମନ ଲାଗି ପୋଲିସକୁ ଅଖଣ୍ଡ କ୍ଷମତା ପ୍ରଦାନ କରାଯାଇଛି ।