/odishatv-khabar/media/post_attachments/uploadimage/library/16_9/16_9_0/Vastu_tips_1648956819.jpg)
Vastu tips
ଅଧିକାଂଶ ସମୟ ଏମିତି ହୋଇଥାଏ ଯେ ଆମେ ଯେତେ ପରିଶ୍ରମ କଲେ ମଧ୍ୟ ନିଜ ପରିଶ୍ରମ ଅନୁସାରେ ଆମେ ଫଳ ଲାଭ କରି ନଥାଉ । ତେଣୁ ବାସ୍ତୁବିତ୍ ଦ୍ଵାରା ଲବଙ୍ଗ ରେ କିଛି ଉପାୟ ବିଷୟରେ ଆସନ୍ତୁ ଜାଣିବା।
Advertisment
ଆର୍ଥିକ ସଙ୍କଟକୁ ଦୂର କରିବା ପାଇଁ:
- ଯଦି ଆପଣ ଆର୍ଥିକ ସଙ୍କଟ ରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ ହନୁମାନଙ୍କ ନିକଟରେ ସୋରିଷ ତେଲ ରେ ଦୁଇଟି ଲବଙ୍ଗ ପକାଇ ଦୀପ ଟିଏ ଜଳାନ୍ତୁ ଓ ହନୁମାନ ଚାଳିଶା ପାଠ କରନ୍ତୁ। ଏହାଦ୍ୱାରା ଆର୍ଥିକ ସଙ୍କଟ ଦୁର ହେବ ।
- ଯଦି କୌଣସି କାମ ଆପଣଙ୍କର ହେବା କୁ ଯାଇ ବିଗିଡି ଯାଉଚି ତେବେ ୪ଟି ଲବଙ୍ଗକୁ ନେଇ ଗୋଟିଏ ଲେମ୍ବୁ ରେ ଗେଞ୍ଜି ଦିଅନ୍ତୁ । ଏହାପରେ ଓଁ ନମଃ ଶିବାୟ ମନ୍ତ୍ର ୨୧ ଥର ଜପ କରନ୍ତୁ । ଯେବେବୀ ଆପଣ ଯେ କୌଣସି କାମ ରେ ଯାଉଛନ୍ତି ତାକୁ ସାଙ୍ଗରେ ନେଇ ଯାଆନ୍ତୁ । ଏହାଦ୍ୱାରା ଆପଣଙ୍କ ଅଟକି ଥିବା କାମ ହୋଇଯିବ ।
- ଯଦି ଆପଣଙ୍କ ସନ୍ତାନ ପାଠ ପଢ଼ାରେ ମନ ଲାଗୁ ନାହିଁ ତେବେ କିଛିଟା ଲବଙ୍ଗ ନେଇ ଗୋଟିଏ ନାଲି କପଡ଼ାରେ ବାନ୍ଧି ନିଅନ୍ତୁ ଏହାପରେ ତାକୁ ପୂଜା ସ୍ଥାନରେ ରଖି ଦିଅନ୍ତୁ ଓ ପ୍ରତିଦିନ ଗାଧୋଇ ସାରି ଓଁ ଗଣପତୟେ ନମଃ ପାଠ କରନ୍ତୁ।
- ଯଦି ଆପଣ ମାନସିକ ଦୁଶ୍ଚିନ୍ତା ଦେଇ ଯାଉଛନ୍ତି ତେବେ ପ୍ରତିଦିନ ଲବଙ୍ଗ କୁ ସନ୍ଧ୍ୟା ସମୟରେ ଆଳତି କରନ୍ତୁ । ଏହାଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂରେଇ ଯିବ।
- ଯଦି ଆପଣ ଧନ ସମ୍ବନ୍ଧୀୟ ସମସ୍ୟା ଦେଇ ଯାଉଛନ୍ତି ତେବେ ଗୁରୁବାର ଦିନ ୫ଟି ଲବଙ୍ଗ ଓ କଉଡ଼ି କୁ ଗୋଟିଏ ନାଲି କପଡ଼ା ରେ ବାନ୍ଧି ମା ଲକ୍ଷ୍ମୀଙ୍କ ନିକଟରେ ଅର୍ପଣ କରନ୍ତୁ। ଏହାଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବ ।
- ଗୁରୁବାର ଦିନ କର୍ପୁର ଓ ଲବଙ୍ଗ ଘରର ମୁଖ୍ୟ ଦ୍ଵାରରେ ଜଳାଇବା ଦ୍ଵାରା ଜୀବନର ସମସ୍ତ ସମସ୍ୟା ଦୂର ହୋଇଥାଏ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)