• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସାମ୍ନାକୁ ଆସିଲା ମହାମାରୀ କରୋନାର ଆଉ ଏକ ମ୍ୟୁଟାଣ୍ଟ । XE ନାମକ କରୋନାର ଏହି ନୂଆ ରୂପ ପୂର୍ବ ମ୍ୟୁଟାଣ୍ଟ ତୁଳନାରେ ଅଧିକ ସଂକ୍ରାମକ ଓମିକ୍ରନର ସବ୍ ଭାରିଏଣ୍ଟ BA.2 ଏଯାଏ ସବୁଠାରୁ ଅଧିକ ସଂକ୍ରାମକ ଭାରିଏଣ୍ଟ ବୋଲି କୁହାଯାଉଥିଲା । ହେଲେ ଏହାଠାରୁ XE ମ୍ୟୁଟାଣ୍ଟ ୧୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ।

ଏହା ଉପରେ ଅଧିକ ଗବେଷଣା ଚାଲିଛି ଯଦି ନୂଆ ଗବେଷଣା ଏହାକୁ ନିଶ୍ଚିତ କରିବ, ତାହେଲେ XE କରୋନାର ସବୁଠାରୁ ଅଧିକ ସଂକ୍ରାମକ ଭାରିଏଣ୍ଟ ଭାବେ ପରିଗଣତି ହେବ । ବର୍ତ୍ତମାନ ସୁଦ୍ଧା XE ଭାରିଏଣ୍ଟ ବହୁତ କମ ସ୍ଥାନରୁ ଠାବ ହୋଇଛି ।

ସୂଚନା ଅନୁସାରେ, ପ୍ରଥମଥର ପାଇଁ ଏହି କମ୍ବାଇଣ୍ଡ ଭାରିଏଣ୍ଟକୁ ଜାନୁଆରୀ ୧୯ ତାରିଖରେ ବ୍ରିଟେନରୁ ଠାବ କରାଯାଇଥିଲା । ଏବେ ଯାଏଁ ଏଥିରେ ୬୩୭ ଜଣ ସଂକ୍ରମିତ ଥିବା ନେଇ ରିପୋର୍ଟ ମିଳିଛି । ଏହା ଆଗକୁ ବିସ୍ଫୋରକ ରୂପ ଧାରଣ କରିପାରେ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଆଶଙ୍କା କରାଯାଇଛି ।

ଅନ୍ୟପକ୍ଷେ, ଏବେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ସବ୍ ଭାରିଏଣ୍ଟ BA.2 ଚିହ୍ନଟ ହୋଇ ସାରିଲାଣି । ଆମେରିକାରେ ଚିହ୍ନଟ ହେଉଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଶରୀରରୁ ଏହି ଭାରିଏଣ୍ଟ ଠାବ ହେଉଛି । XE ହେଉଛି ଓମିକ୍ରନର BA.1 ଓ BA.2 ଭାରିଏଣ୍ଟରର କମ୍ବିନେସନ ଏହାର ଅର୍ଥ ଓମିକ୍ରନର ଦୁଇଟି ସବ୍ ଭାରିଏଣ୍ଟ ମିଳିତ ଭାବେ ଗୋଟିଏ ନୂଆ ରୂପ ଧାରଣ କରିଛନ୍ତି ।