• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାରତ ଗସ୍ତରେ ନେପାଳ ପ୍ରଧାନମନ୍ତ୍ରୀ ଶେର୍ ବାହାଦୁର ଦେଓବା । ନୂଆଦିଲ୍ଲୀରେ ପହଞ୍ଚିବା ପରେ ଆଜି ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ହାଇଦ୍ରାବାଦ ହାଉସରେ ସ୍ୱାଗତ କରିଥିଲେ । ଉଭୟ ଭାରତ ଏବଂ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ଏହି ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି । ନୂଆଦିଲ୍ଲୀରେ ପହଞ୍ଚିବା ପରେ ଦୁଇ ଦେଶର ଶୀର୍ଷ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା ।

ନେପାଳ ପ୍ରଧାନମନ୍ତ୍ରୀଙ୍କ ସହ ଆସିଥିବା ପ୍ରତିନିଧିମଣ୍ଡଳ ସଦସ୍ୟ ଓ ଭାରତ ପ୍ରତିପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଦୁଇ ଦେଶ ପରସ୍ପରର ବିକାଶ ଓ ପ୍ରଗତିରେ ସମପରିମାଣର ସହଯୋଗ ଯୋଗାଇ ଦେବାକୁ ସହମତି ପ୍ରଦାନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶେର୍ ବାହାଦୁର ଦେଉବାଙ୍କ ଭାରତ ଗସ୍ତ ନେପାଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ପରିପ୍ରେକ୍ଷୀର ଭାରତ ଓ ନେପାଳ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଲାଗି ବୁଝାମଣା ସ୍ୱାକ୍ଷରିତ ହୋଇଛି । ଏହା ସହ ଦୁଇ ଦେଶ ମଧ୍ୟରେ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଏବଂ ଶୁଭାରମ୍ଭ ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନେପାଳ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଆଜି ରୁପେ’ କାର୍ଡର ଶୁଭାରମ୍ଭ ହୋଇଛି । ଏହା ଦ୍ୱାରା ନେପାଳବାସୀ ରୁପେ କାର୍ଡର ବ୍ୟବହାର କରିପାରିବେ । ନେପାଳରେ ରୁପେ କାର୍ଡର ପ୍ରଚଳନର ଅର୍ଥ ଆର୍ଥିକ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ନୂଆ ସମ୍ପର୍କ ପ୍ରତିଷ୍ଠା ହେବା ସହ ବିକାଶ ନୂଆ ଶିଖର ଛୁଇଁବ ।

ଅନ୍ୟପଟେ ନେପାଳ ପ୍ରଧାନମନ୍ତ୍ରୀ ଆଜି ରାଜଘାଟ ଗସ୍ତ କରିଥିଲେ । ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସମାଧିସ୍ଥଳରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ସେ ଗାନ୍ଧିଜୀଙ୍କ ଅବଦାନ ଓ ବଳିଦାନର ସ୍ମୃତିଚାରଣ କରିଥିଲେ ।