• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୨ ମସିହା ଅପ୍ରେଲ ତା ୩ ରିଖ ରବିବାର ମୀନ ୨୦ ଦିନ ଚୈତ୍ର ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି,ଅଶ୍ୱିନୀ ନକ୍ଷତ୍ର ମେଷ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ: -ଆଜି ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେଶୁଭ ସମାଚାର ଶୁଣି ଆନନ୍ଦିତ ହୋଇପାରନ୍ତି । ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିପାରେ । ରାଜନୀତି କ୍ଷେତ୍ରରେଥିଲେ ନିଜର ଦକ୍ଷତା ଯୋଗ୍ୟତାକୁ ନେଇ ଜନସମର୍ଥନ ହାସଲ କରିପାରନ୍ତି ।

ବୃଷ: - ଆଜି ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ବିଜୟୀ ହୋଇପାରିବେ । କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ସହାନୁଭୂତି ମିଳିବବ୍ୟବସାୟରେ ଆର୍ଥିକ ଉନ୍ନତି ଦେଖା ଦେଇପାରେ । ଛାତ୍ର-ଛାତ୍ରୀମାନେ ପ୍ରତିଯୋଗିତା ଓ ସାକ୍ଷାତ୍କାରରେ କୃତକାର୍ଯ୍ୟ ହୋଇପାରନ୍ତି ।

ମିଥୁନ: ଆଜି ଆପଣଙ୍କୁ ଶୁଭ ସମାଚାର ମିଳିପାରେ । ପ୍ରତ୍ୟେକ କାର୍ଯ୍ୟରେ ନିଜର ଦକ୍ଷତା ପ୍ରତିପାଦନ କରିବା ସହିତ ବିଜୟୀ ହୋଇପାରିବେ । ତରଭର ହୋଇ କାର୍ୟ୍ୟ କରନ୍ତୁ ନାହିଁ । ପରିବାରରେ ଭାଇ ଭଉଣୀ ମାନଙ୍କ ସହିତ ଆନନ୍ଦ ଉଲ୍ଲାସରେ ସମୟ କାଟିପାରନ୍ତି ।

  • ପ୍ରତିକାର- ଗାଈକୁ ଦୁବଘାସ ଖାଇବାକୁ ଦିଅନ୍ତୁ

କର୍କଟ: ଆଜି ଗୃହରେ ମାଙ୍ଗଳିକ କର୍ମ ସମ୍ପାଦନ କରି ପ୍ରଶଂସିତ ହୋଇପାରନ୍ତି । ଘର ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିପାରେ । ଆୟ ତୁଳନାରେ ବ୍ୟୟ ଅଧିକ ହୋଇପାରେ ।

  • ପ୍ରତିକାର:- ପିତା ମାତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ

ସିଂହ: ଆଜି ପ୍ରତ୍ୟେକ କ୍ଷେତ୍ରରେ ମାନ-ସମ୍ମାନ ବୃଦ୍ଧି ହୋଇପାରେ । ବ୍ୟବସାୟରେ ଉନ୍ନତି କରିବା ସହିତ ଅଶାନୁରୁପ ଲାଭବାନ୍ ହୋଇପାରେ । ଆର୍ଥିକ ସ୍ଥିତି ସୁଦୃ ହେବ, ଋଣ ପରିଶୋଧ କରିବାର ସୁଯୋଗ ପାଇପାରନ୍ତି ।

  • ପ୍ରତିକାର- ଓଁ ଘୃଣିସୂର୍ଯ୍ୟାୟ ନମଃ ଏହି ମନ୍ତ୍ରରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ

କନ୍ୟା: ଆଜି ପୂର୍ବର ଦୁଃଶ୍ଚିନ୍ତା ଦୂର ହୋଇପାରେ । ବ୍ୟବସାୟରେ ଉନ୍ନତି ଓ ଆର୍ଥିକ ସ୍ଥିତିରେ ବୃଦ୍ଧି ଘଟିପାରେ । ପାରିବାରିକ କ୍ଷେତ୍ରରେ ସୁଖଶାନ୍ତି ମିଳିପାରେ ।

  • ପ୍ରତିକାର- ଭଗବାନ ବିଷ୍ଣୁଙ୍କୁ ଦର୍ଶନ କରିବା ସହିତ ପ୍ରଭୁଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ

ତୁଳା: ଅପରାହ୍ନରେ ଶୁଭ ଖବର ଶୁଣି ଖୁସି ହୋଇପାରନ୍ତି । ସାମାଜିକ ଅନୁଷ୍ଠାନରେ ଯୋଗ ଦେବାର ସୁଯୋଗ ମିଳିପାରେ । ପୂର୍ବର ଜମି, ଜମା ବିବାଦର ସମାଧାନ ହୋଇଯିବ ।

  • ପ୍ରତିକାର:- ପ୍ରବେଶ ଦ୍ୱାରର ଡାହାଣ ପଟେ ପୂର୍ଣ୍ଣ କୁମ୍ଭ ଟିଏ ସ୍ଥାପନ କରି ତାକୁ ଦର୍ଶନ କରି ଯାତ୍ରା କରନ୍ତୁ

ବିଛା: ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ ଯାହା ଫଳରେ ମନ ଆନନ୍ଦିତ ହୋଇପାରେ । ଶାରୀରିକ ମାନସିକ ପାରିବାରିକ ଅଭିବୃଦ୍ଧି ଘଟିପାରେ । ଗାଡି ଚଲେଇବା ବେଳେ ସତର୍କତା ଅବଲମ୍ବନ କରନ୍ତୁ ଯାନ୍ତ୍ରିକ ତ୍ରୁଟି ଦେଖାଦେଇପାରେ ।

  • ପ୍ରତିକାର- ରକ୍ତ ଚନ୍ଦନର ଟିକା ମଥାରେ ଲଗାନ୍ତୁ

ଧନୁ: ଆଜି ଆପଣଙ୍କୁ ସମସ୍ତ ଦିଗରେ ସଫଳତା ମିଳିପାରେ । ଯୋଜନା ଅନୁସାରେ କାର୍ଯ୍ୟ କରି କର୍ମକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି । ଦୀର୍ଘଦିନ ଧରି ଲାଗିରହିଥିବା ସମସ୍ୟାର ସମାଧାନ ହୋଇପାରେ ।

  • ପ୍ରତିକାର-ମା ଦୁର୍ଗାଙ୍କୁ ପାଞ୍ଚୋଟି ଲାଲ ରଙ୍ଗର ମନ୍ଦାର ଫୁଲ ଚଢାନ୍ତୁ

ମକର: ଆଜି କଥା ବାର୍ତ୍ତାରେ ସଞ୍ଜମତା ରକ୍ଷା କରନ୍ତୁ । ବିରୋଧିମାନେ କ୍ଷତି କରିବାକୁ ଚେଷ୍ଟା କରିପାରନ୍ତି ।ରାଜନୀତି କ୍ଷେତ୍ରରେ ଭୁଲ୍ ବୁଝାମଣା ଦେଖାଦେଇପାରେ । ଆୟ ତୁଳନାରେ ବ୍ୟୟ ଅଧିକ ହୋଇପାରେ ।

  • ପ୍ରତିକାର:- ପକ୍ଷୀମାନଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ

କୁମ୍ଭ: ଆଜି ଆପଣଙ୍କର ଆଶା ଆକାଂକ୍ଷା ପୂରଣ ହୋଇପାରେ । ମାନ ସମ୍ମାନ ପ୍ରତିଷ୍ଠା ସୈାଭାଗ୍ୟର ଅଧିକାରୀ ହୋଇପାରନ୍ତି । ପରିବାରରେ ପୂର୍ବରୁ ଲାଗି ରହିଥିବା ଅଶାନ୍ତି ମନୋମାଳିନ ଦୂର ହୋଇଯିବ ।

  • ପ୍ରତିକାର-ମା ଦକ୍ଷିଣ କାଳୀଙ୍କୁ ଆରାଧନା କରନ୍ତୁ ପାଞ୍ଚୋଟି ତ୍ରିଶାଖା ବେଲ ପତ୍ର ଚଢାନ୍ତୁ ।

ମୀନ: ଆଜି ବୁଦ୍ଧି ବିବେକ ଜ୍ଞାନ ବଳରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶେଷ ପର୍ଯ୍ୟାୟରେ ପହ଼଼ଞ୍ଚାଇପାରନ୍ତି । ପ୍ରତ୍ୟେକ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସମର୍ଥ ହୋଇପାରନ୍ତି । ପିତା ମାତାଙ୍କ ସ୍ନେହ ଶ୍ରଦ୍ଧା ସହାନୁଭୂତି ଆର୍ଶ୍ରିବାଦ ଆପଣଙ୍କୁ ମିଳିବ ଯଶ-ମାନ ସମ୍ମାନ ମିଳିପାରେ ।

  • ପ୍ରତିକାର:- କୈାଣସି ଅସହାୟ ବ୍ୟକ୍ତିକୁ କିଛି ଖାଇବାକୁ ଦିଅନ୍ତୁ