• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦର୍ଶକ ବନ୍ଧୁ ଏ ଭିଡ଼ିଓକୁ ଟିକିଏ ଭଲରେ ଦେଖନ୍ତୁ। ଆଉ ଚିନ୍ତା କରନ୍ତୁ କେଡେ ଚାଲାକ୍‌ ଏ କୁନି ପିଲା? ନଇ କୂଳକୁ ଏକ ଅରଟ ନେଇକି ଗଲା। ଆଉ ସାଙ୍ଗରେ ଥିଲା ଅଟାଗୁଳା। ବାସ୍‌ ନଇ କୂଳରେ ଆରମ୍ଭ କରିଦେଲା ନିଜର କାମ। ଦେଖୁନାହାନ୍ତି କଣ କରୁଛି ଏ କୁନି ପିଲା...

 

ପ୍ରଥମେ ସେ ଅରଟ ସୂତାକୁ ଦୁଇଟି ଖୁଂଟ ସାହାଯ୍ୟରେ କୂଳରେ ପୋତି ଦେଲା। ଏହାପରେ ସେହି ସୂତାରେ ବନଚି କଂଟା ଦେଇ ନଦୀ ଭିତରକୁ ପକାଇ ଦେଲା। ବାସ୍‌ ଏହା ପରେ ଦୃଶ୍ୟ ଆପଣଙ୍କ ସାମ୍ନାରେ...

ଖାଲି ପାଂଚ କିଲିଆ ରୋହି ଭାକୁର ମାଛ ଗଦା ହୋଇଗଲେ। ଦେଖୁନାହାନ୍ତି କେମିତି ବିନା କୌଣସି ପରିଶ୍ରମରେ ସେ କେମିତି ଅତି ଚତୁରତାର ସହ ମାଛ ଧରିପକାଇଲା। ବାସ୍‌ ନିଜେ ବସି ଅରଟକୁ ବୁଲାଇ ବୁଲାଇ ନଇ ଭିତରକୁ ଛାଡ଼ିଲା, ଆଉ ବଡ଼ ବଡ଼ ମାଛ ଧରିଲା। ବିଶିଷ୍ଟ ଶିଳ୍ପପତୀ ଆନନ୍ଦ ମହିନ୍ଦ୍ରା ଏହି ଭିଡ଼ିଓ ଟ୍ୱିଟ୍‌ କରିଛନ୍ତି । ଏବେ ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଗୋଟିଏ ମୋବାଇଲକୁ ମୋବାଇଲ ଘୂରି ବୁଲୁଛି।