Advertisment

ଟ୍ରେନ୍ ଲାଇନ୍‌ରେ ବଡ଼ ଫାଟ; ଉପସ୍ଥିତ ବୁଦ୍ଧି ଖଟାଇ ବଞ୍ଚାଇଦେଲେ ଶହଶହ ଜୀବନ

ଟ୍ରେନ ଲାଇନ୍‌ରେ ଥିଲା ବଡ଼ ଫାଟ। କ୍ଷେତକୁ ଯାଉଥିବା ବେଳେ ଦେଖିଦେଇଥିଲେ ମହିଳା। ସାଙ୍ଗେ ସାଙ୍ଗେ ନିଜ ପିନ୍ଧା ନାଲି ଶାଢୀ ଟାଙ୍ଗୀ ଅଟକାଇ ଦେଲେ ଟ୍ରେନ୍‌। ବଞ୍ଚିଗଲା ଶହଶହ ପ୍ରାଣ...ଦେଖନ୍ତୁ ଏହି ଭିଡ଼ିଓ

author-image
Otv Khabar Bureau
Woman Averts Major Mishap

Woman Averts Major Mishap

ନିଜ ଶାଢୀ ଟାଙ୍ଗୀ ବଞ୍ଚାଇ ଦେଲେ ହଜାର ହଜାର ଜୀବନ । ଓମବତୀଙ୍କୁ ନେଇ ସାରା ଦେଶରେ ଚାଲିଛି ଚର୍ଚ୍ଚା । ୭୦ ବର୍ଷିୟ ମହିଳାଙ୍କ ବୁଦ୍ଧି ପାଇଁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ଟ୍ରେନ। ନିଜ ମୁଣ୍ଡ ଖଟାଇ ଅଟକାଇ ଦେଲେ ଟ୍ରେନ ଆକ୍ସିଡେଣ୍ଟ।

Advertisment

ଉତ୍ତରପ୍ରଦେଶ ଏଟାର ଏହି ଖବରକୁ ନେଇ ଏବେ ପୂରା ଦେଶରେ ଚାଲିଛି ଚର୍ଚ୍ଚା। ୭୦ ବର୍ଷିୟ ବୟସ୍କା ବୃଦ୍ଧା ମହିଳା ଓମବତୀଙ୍କୁ ରେଲୱେ ଜଣାଇଲେ ସାବାସି । ସବୁଦିନ ପରି ଆଜି ମଧ୍ୟ ସ୍ୱାଭାବିକ ଚଳାଚଳ କରୁଥିଲା ଟ୍ରେନ। ବ୍ୟସ୍ତବହୁଳ ଷ୍ଟେସନ୍‌ରେ ନିଜର ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ବ୍ୟସ୍ତ ଥାଆନ୍ତି ଶହଶହ ଯାତ୍ରୀ। ଆଉ ସବୁଦିନ ପରେ ନିଜ କ୍ଷେତକୁ କାମ କରିବାକୁ ବାହାରିଥିଲେ ଓମବତୀ। ଆଉ ଏତିକିବେଳେ ସେ ଦେଖିବାକୁ ପାଇଥିଲେ କି ରେଳ ଧାରଣାରେ ଏକ ବଡ଼ ଫାଟ ସୃଷ୍ଟି ହୋଇଛି। କେମିତି ଟ୍ରେନକୁ ଅଟକାଇବେ? କେମିତି ଲୋକଙ୍କ ଜୀବନ ବଂଚାଇବେ ସେନେଇ କଣ କରିବେ କିଛି ଭାବୁପାରୁନଥିଲେ।

ହେଲେ ଏତିକି ବେଳେ ତାଙ୍କ ମୁଣ୍ଡକୁ ଏକ ବୁଦ୍ଧି ଯୋଟିଥିଲା। ଆଉ ନିଜେ ପିନ୍ଧିଥିବା ନାଲିଶାଢୀକୁ ଟ୍ରେନ ଟ୍ରାକ୍‌ରେ ଦୁଇଟି ବାଡ଼ି ସାହାଯ୍ୟରେ ଟଙ୍ଗାଇ ଦେଇଥିଲେ। ଯାହା ଫଳରେ ଟ୍ରେନ ଟ୍ରାକ୍‌ ଫାଟିଥିବା ସ୍ଥାନରୁ ବହୂଦୂରରେ ଅଟକିଯାଇଥିଲା ଏବଂ ବଡଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା।

Advertisment

ମିଳିଥିବା ସୂଚନା ଅନୁସାର, ଗୁରୁବାର ସକାଳ ୮ଟାରେ ଏହି ଘଟଣା ଘଟିଥିଲା। ଏଟା-ଜାଲେସର-ତୁଣ୍ଡଲା ଯାତ୍ରୀବାହୀ ଟ୍ରେନ୍ ଏଟା ଠାରୁ ତୁଣ୍ଡଲା ଅଭିମୁଖେ ଯାଉଥିଲା। ହେଲେ କୁଶୱା ଗ୍ରାମରେ ଟ୍ରାକ ଭାଙ୍ଗି ଯାଇଥିଲା। ଗୁଲାରିଆ ଗାଁର ବାସିନ୍ଦା ଓମବତୀ ସେହି ରାସ୍ତା ଦେଇ କ୍ଷତକୁ ଯାଉଥିବା ବେଳେ ଟ୍ରାକ୍‌ ଫାଟିଥିବା ଦେଖିବା ପରେ ଟ୍ରେନ ଅଟକାଇଥିଲେ ଏବଂ ବଡ଼ ଦୁର୍ଘଟଣାରୁ ଶହ ଶହ ଲୋକଙ୍କ ରକ୍ଷା କରିଥିଲେ । ତେବେ ଓମବତୀଙ୍କ ଏପରି କାର୍ଯ୍ୟ ସତରେ ବେଶ୍‌ ପ୍ରଶଂସନୀୟ ।

Special Story Woman Averts Major Mishap
Advertisment
Advertisment