• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରଣବୀର-ଆଲିଆଙ୍କ ଫ୍ୟାନ୍‌ ମାନଙ୍କ ପାଇଁ ଖୁସି ଖବର । ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ରଣବୀର-ଆଲିଆ । ଚଳିତ ମାସରେ ଏହି ଦୁଇ ବଲିଉଡ୍‌ ତାରକା ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ପ୍ରାୟତଃ ନିଶ୍ଚିତ ହୋଇଛି । ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଉଭୟଙ୍କ ବିବାହ ହେବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ରଣବୀର ଓ ଆଲିଆଙ୍କ ବିବାହକୁ ନେଇ ବେଶ୍ କିଛି ଦିନରୁ ଚର୍ଚ୍ଚା ହେଉଥିଲା । ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଗସିପ୍‌ ଗଳିରେ ଖୁବ୍‌ ଆଲୋଚନା ହୋଇଛି । ତେବେ ଏହି ସବୁ ଚର୍ଚ୍ଚାର ଏବେ ଅନ୍ତ ଘଟିଛି । ସେମାନେ ଆଗାମୀ ସପ୍ତାହରେ କରସ୍ପରକୁ ବିବାହ କରିବେ ।

ତେବେ ପୂର୍ବରୁ କେବେ ବି ରଣବୀର କିମ୍ବା ଆଲିଆ ଖୁଲମଖୁଲା ନିଜ ପ୍ରେମ ସମ୍ପର୍କକୁ ନେଇ କିଛି ବି କହିନାହାନ୍ତି । ସେମାନେ ଏହାକୁ ପ୍ରାଇଭେସି ରଖିବାକୁ ପସନ୍ଦ କରିଥାନ୍ତି । ତେବେ ଖୁଲମଖୁଲା ପ୍ରେମ ସମ୍ପର୍କକୁ ନେଇ କିଛି କହିନଥିଲେ ମଧ୍ୟ ପରୋକ୍ଷରେ ଏହାକୁ ସ୍ୱୀକାର କରିଛନ୍ତି । ଯେତେବେଳେ ବି ଉଭୟଙ୍କୁ ପ୍ରେମ ସମ୍ପର୍କ ବିଷୟରେ ପଚରାଯାଏ ସେମାନେ ଲାଜେଇ ଯାଆନ୍ତି । ଏମିତିକି ଅନେକ ସମୟରେ ସେମାନଙ୍କୁ ଏକାଠି ବୁଲିବାର ଦେଖିବାକୁ ମିଳିଛି । ତେବେ ସେମାନଙ୍କ ବିବାହରେ କେବଳ ପରିବାର ଲୋକ ଏବଂ ଅତି ଘନିଷ୍ଠ ବନ୍ଧୁ ବାନ୍ଧବ ସାମିଲ ହେବେ । ଖୁବ୍‌ କମ୍‌ ଲୋକଙ୍କ ଗହଣରେ ସେମାନେ ବିବାହ କରିବେ ବୋଲି ସ୍ଥିର କରିଛନ୍ତି । ସମସ୍ତଙ୍କୁ ନିମନ୍ତ୍ରଣ ନାହିଁ ।

ଉଭୟ ଉଦୟପୁରରେ ଡେଷ୍ଟିନେସନ୍ ମ୍ୟାରେଜ୍ କରିବେ ବୋଲି ପୂର୍ବରୁ ସ୍ଥିର କରିଥିଲେ । ହେଲେ ଉଦୟପୁର ବଦଳରେ ମୁମ୍ବାଇରେ ହିଁ ଉଭୟଙ୍କ ବିବାହ ହେବ ବୋଲି ଏବେ ଭିତିରି ସୂଚନା ରହିଛି । କପୁରଙ୍କ RK ହାଉସ୍‌ରେ ହିଁ ଏହି ଗ୍ରାଣ୍ଡ ସେଲିବ୍ରେସନ୍ ହେବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ।

କପୁର ଓ ଭଟ୍ଟ ପରିବାର ଏକାଠି ବିଭିନ୍ନ ସପିଂ କରୁଥିବା ଦେଖିବାକୁ ମିଳିଛି । ତାସହ RK ହାଉସ୍‌ରେ ବି ହଲଚଲ ବଢ଼ି ଯାଇଛି । ଗତ କିଛି ବର୍ଷ ଧରି ରଣବୀର ଓ ଆଲିଆ ପରସ୍ପରକୁ ଡେଟ୍ କରୁଛନ୍ତି । ଏବର୍ଷ ଉଭୟଙ୍କ ହାଇବଜେଟ୍ ଫିଲ୍ମ ବହ୍ମାସ୍ତ୍ର ରିଲିଜ୍ ହେବାକୁ ଯାଉଛି । ଏହାର ସୁଟିଂ ଥିବାରୁ ତାପୂର୍ବରୁ ଉଭୟ ବିବାହ କରିବାକୁ ଚାହୁଁଥିବା ଜଣାପଡ଼ିଛି ।