• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଜି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଗ୍ନି ପରୀକ୍ଷା ପଦଚ୍ୟୁତ ହେବେ ଇମ୍ରାନ ଖାନ ! ଆଜି ଇମ୍ରାନ ଖାନଙ୍କ ବିରୋଧରେ ଆସିବ ଅନାସ୍ଥା ପ୍ରସ୍ତାବ । ଇମ୍ରାନ୍‌ ସରକାର ବଞ୍ଚିବା ପାଇଁ ଲୋଡ଼ା ମ୍ୟାଜିକ ନମ୍ବର ୧୭୨ । ହେଲେ ବିରୋଧୀ ଗୋଷ୍ଠୀର ସଂଖ୍ୟା ୧୭୭ । ଆଜି ପାର୍ଲାମେଣ୍ଟରେ ଅବିଶ୍ୱାସ ପ୍ରସ୍ତାବର ସାମ୍ନା କରିବେ ଇମ୍ରାନ୍ ।

ତେବେ ଏହାରି ଭିତରେ ହାରିବା ଆଶଙ୍କା କରି ଇମ୍ରାନ୍‌ ଖେଳିଛନ୍ତି ନୂଆ ଚାଲ୍ । ଆସ୍ଥା ଭୋଟ ବିରୋଧରେ ପ୍ରଦର୍ଶନ ପାଇଁ ଲୋକଙ୍କୁ କଲେ ଅନୁରୋଧ । ରାସ୍ତାକୁ ଓହ୍ଲାଇ ସ୍ୱର ଉତ୍ତୋଳନ କରିବାକୁ ଦେଲେ ଆହ୍ୱାନ । ଇମ୍ରାନ୍‌ ଆହୁରି କହିଛନ୍ତି ତାଙ୍କ ଜୀବନ ପ୍ରତି ବିପଦ ଅଛି । ଏହି ଅନାସ୍ଥା ପ୍ରସ୍ତାବ ପଛରେ ବିଦେଶୀ ଶକ୍ତିର ହାତ ରହିଛି । 

ପାକିସ୍ତାନ ଇତିହାସରେ କୌଣସି ପ୍ରଧାନମନ୍ତ୍ରୀ ନିଜର କାର୍ଯ୍ୟକାଳ ସଂପୂର୍ଣ୍ଣ କରିପାରି ନାହାନ୍ତି । ଯାହା ଜଣାପଡୁଛି ଏହି ପରମ୍ପରାକୁ ବଜାୟ ରଖିବ ପାକିସ୍ତାନ ପାର୍ଲାମେଣ୍ଟ । ଇମ୍ରାନ ଖାନଙ୍କ ନିଜ ଦଳର କିଛି ସାଂସଦ ବିରୋଧୀ ଗୋଷ୍ଠୀରେ ସାମିଲ ହୋଇଥିବାରୁ ଆଜି ସରକାର ଭାଙ୍ଗିବା ଏକ ପ୍ରକାର ନିଶ୍ଚିତ ହୋଇଛି । ୩୪୨ ଆସନ ବିଶିଷ୍ଟ ନ୍ୟାସନାଲ ଆସେମ୍ବଲିରେ ବହୁମତ ସାବ୍ୟସ୍ତ ଲାଗି ଇମ୍ରାନଙ୍କୁ ଦରକାର ୧୭୨ ଭୋଟ୍ । ଶାସକ ଦଳ ପାକିସ୍ତାନ ତେହେରିକ-ଇନସାଫ ତଥା PTI ର ଦୁଇ ଡଜନ୍‌ରୁ ଅଧିକ ସାଂସଦ ବିଦ୍ରୋହ ଘୋଷଣା କରିବା ଏବଂ ମୁଖ୍ୟ ସହଯୋଗୀ ଦଳ MQM-P ପାକିସ୍ତାନ ପିପୁଲ୍ସ ପାର୍ଟି ସହ ହାତ ମିଳାଇବା ପରେ ଇମ୍ରାନଙ୍କ ପଦ ଯିବା ନିଶ୍ଚିତ ହୋଇଯାଇଛି ।

PTI ସହଯୋଗୀ ଜମୁରି ଓ୍ୱତନ୍ ପାର୍ଟି ମଧ୍ୟ ମେଣ୍ଟରୁ ଓହରିଯାଇଛି । ବିରୋଧୀ ମେଣ୍ଟର ସଦସ୍ୟଙ୍କ ସଂଖ୍ୟା ଏବେ ୧୭୭ ହେଲାଣି । ପ୍ରଧାନମନ୍ତ୍ରୀ ପଦରୁ ତଡ଼ା ଖାଇବା ନିଶ୍ଚିତ ହେବା ପରେ ଇମ୍ରାନ ଖାନ ଏବେ ନୂଆ ଚାଲ ଖେଳିଛନ୍ତି । ସାଧାରଣ ଲୋକଙ୍କୁ ସେ ବନାଇଛନ୍ତି ଢାଲ । ଅନାସ୍ଥା ପ୍ରସ୍ତାବକୁ ବିରୋଧ କରି ସାରା ଦେଶରେ ଆନ୍ଦୋଳନ କରିବାକୁ ନିଜ ସମର୍ଥକଙ୍କୁ ଆହ୍ୱାନ ଦେଇଛନ୍ତି । ଏକ ବିଦେଶୀ ଶକ୍ତି ତାଙ୍କୁ ଗାଦିଚ୍ୟୁତ କରିବାକୁ ଚେଷ୍ଟା କରୁଥିବାର ଅଭିଯୋଗ ଆଣିବା ସହିତ ତାଙ୍କ ଜୀବନ ପ୍ରତି ବିପଦ ଥିବା ମଧ୍ୟ କହିଛନ୍ତି ଇମ୍ରାନ ।

କ୍ରିକେଟରରୁ ରାଜନେତା ହୋଇଥିବା ଇମ୍ରାନ ଖାନ ୨୦୧୮ରେ ପ୍ରଧାନମନ୍ତ୍ରୀ ହୋଇଥିଲେ । ଏଥରର ଅନାସ୍ଥା ପ୍ରସ୍ତାବ ତାଙ୍କ ପଲିଟିକାଲ କ୍ୟାରିୟରର ସବୁଠୁ ବଡ଼ ଚ୍ୟାଲେଞ୍ଜ ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦରୁ ଇମ୍ରାନ ଖାନଙ୍କ ହଟିବା ପ୍ରାୟ ନିଶ୍ଚିତ। ପାକିସ୍ତାନ ସଂସଦରେ ଇମ୍ରାନଙ୍କ ସରକାର ସଂଖ୍ୟା ଗରିଷ୍ଠତା ହରାଇଛନ୍ତି। ତେଣୁ ଯେକୌଣସି ମୁହୂର୍ତ୍ତରେ ସେ ଇସ୍ତଫା ଦେଇପାରନ୍ତି ବୋଲି ସୂଚନା ମିଳିଛି ।

ପୂର୍ବରୁ ଇମ୍ରାନ ଖାନ ଦେଶକୁ ସମ୍ବୋଧନ କରିବା ପରେ ନିଜ ପଦରୁ ଇସ୍ତଫା ଦେବେ ବୋଲି କୁହାଯାଉଥିଲା । ହେଲେ ପାକିସ୍ତାନର ସେନାଧ୍ୟକ୍ଷ ଜେନେରାଲ କମର ବାଜଓ୍ୱା ଓ ଆଇଏସଆଇ ମୁଖ୍ୟ ନଦୀମ ଅଞ୍ଜୁମଙ୍କ ସହ ଦୀର୍ଘ ସମୟ ଧରି ରୁଦ୍ଧଦ୍ୱାର ଆଲୋଚନା କରିବା ପରେ ଇମ୍ରାନ ଖାନ ଦେଶକୁ ସମ୍ବୋଧନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ । ଏହାସହ ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ କହିଥିଲେ । 

ଅନ୍ୟପଟେ ପାକିସ୍ତାନ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ କହିଛନ୍ତି, ଇମ୍ରାନ ସରକାର ସଂଖ୍ୟା ଗରିଷ୍ଠତା ହରାଇଥିବାରୁ ଏବେ ବିରୋଧୀ ଦଲ ନେତା ଶେହବାଜ ସରିଫ ହିଁ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ।