Advertisment

ଆଫଗାନିସ୍ଥାନରେ ରାତି ଅଧରେ ଏୟାର ଷ୍ଟ୍ରାଇକ୍‌ କଲା ପାକିସ୍ତାନ୍‌: ୩୦ ନିହତ

ଆଫଗାନିସ୍ତାନରେ ଏୟାର ଷ୍ଟ୍ରାଇକ୍‌ କରିଛି ପାକିସ୍ତାନ। ଆଫଗାନିସ୍ତାନର ସ୍ଥାନୀୟ ଅଧିକାରୀ ଏନେଇ ସ୍ପଷ୍ଟୀକରଣ କରିଛନ୍ତି । ଆଫଗାନିସ୍ତାନର ଖୋସ୍ତ ପ୍ରଦେଶରେ ପାକିସ୍ତାନ ଏୟାର ଷ୍ଟ୍ରାଇକ କରିଥିବା ନେଇ ସୂଚନା ଦେଇଛନ୍ତି।

author-image
Otv Khabar Bureau
Air Strike

Air Strike

ଆଫଗାନିସ୍ତାନରେ ଏୟାର ଷ୍ଟ୍ରାଇକ୍‌ କରିଛି ପାକିସ୍ତାନ। ଆଫଗାନିସ୍ତାନର ସ୍ଥାନୀୟ ଅଧିକାରୀ ଏନେଇ ସ୍ପଷ୍ଟୀକରଣ କରିଛନ୍ତି । ଆଫଗାନିସ୍ତାନର ଖୋସ୍ତ ପ୍ରଦେଶରେ ପାକିସ୍ତାନ ଏୟାର ଷ୍ଟ୍ରାଇକ କରିଥିବା ନେଇ ସୂଚନା ଦେଇଛନ୍ତି। ଗତକାଲି ରାତିରେ ଅର୍ଥାତ ଏପ୍ରିଲ ୧୫ ତାରିଖରେ ପାକିସ୍ତାନ ପକ୍ଷରୁ ଏହି ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ପ୍ରାୟ ୩୦ ଜଣ ନିହତ ହୋଇଥିବାର ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ କିଛି ମହିଳା ଏବଂ ଶିଶୁ ଥିବା ଜଣାପଡ଼ିଛି। ଖୋଷ୍ଟ ପ୍ରୋଭିଡେନ୍ସର ସ୍ପୁର ଜିଲ୍ଲାରେ ପାକିସ୍ତାନ ଯୁଦ୍ଧ ବିମାନ ଟାର୍ଗେଟ ହିଟ୍‌ କରିଛି।

Advertisment

ଖୋଷ୍ଟ ପ୍ରୋଭିଡେନ୍ସର ସ୍ପୁର ଜିଲ୍ଲାରେ ପାକିସ୍ତାନର ୨୬ଟି ଯୁଦ୍ଧ ବିମାନ ମିରପୁର୍‌, ମାଣ୍ତେ, ସାଇଦି, କାଇ ଗାଁରେ ଆକ୍ରମଣ କରିଥିଲା । ୱାଜିସ୍ତାନ ଅଞ୍ଚଳର ଏକ ବଡ଼ ଧାର୍ମିକ ଗୋଷ୍ଠୀ ‘କିଙ୍ଗ ଜାମସିଦ୍‌’ ଗଣମାଧ୍ୟମକୁ କହିଛନ୍ତି ଯେ, ଏହି ଆକ୍ରମଣରେ ୩୦ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଶୁକ୍ରବାର ରାତି ପ୍ରାୟ ୯ଟାରେ ପାକିସ୍ତାନ ସେନା ଓ ତାଲିବାନ ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା।

ଏହା ପରେ ଶୁକ୍ରବାର ରାତିରେ ପାକିସ୍ତାନ ପକ୍ଷରୁ ଆଫଗାନିସ୍ତାନରେ ଖୋସ୍ତ ପ୍ରଦେଶର ଦୁଇଟି ଏରିଆରେ ଏୟାର ଷ୍ଟ୍ରାଇକ୍ କରିଥିବା ଜଣାପଡ଼ିଛି। ସେପଟେ ଏହି ଏୟାର ଷ୍ଟ୍ରାଇକରେ ବହୁ ସଂଖ୍ୟକ ସରକାର ବିରୋଧୀ ଉଗ୍ରବାଦୀଙ୍କ ମୃତ୍ୟୁ ଘଟିଥିବା ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶ ପାଇଛି । ତେବେ ପାକିସ୍ତାନ ସରକାର କିମ୍ବା ଆଫଗାନିସ୍ତାନ ବୈଦେଶକି ମନ୍ତ୍ରଣଳାୟ ପକ୍ଷରୁ ସରକାରୀ ଭାବେ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ।

Advertisment
Pakistan Air Strike Afganisthan
Advertisment
Advertisment