Advertisment

ବୋହୂ ବେଶରେ ସଜେଇ ହୋଇ ଗୀତ ଗାଇଲେ ରାନୁ ମଣ୍ଡଳ, ଭିଡିଓ ଭାଇରାଲ...

ନୂଆ ଲୁକରେ ଇଣ୍ଟରନେଟ ସେନସେସନ ରାନୁ ମଣ୍ଡଳ। ମଥାରେ କୁମକୁମ୍ ଓ ସିନ୍ଥିରେ ସିନ୍ଦୁର ଲଗାଇ ବୋହୂ ବେଳରେ ସଜେଇ ହୋଇ ଗୀତ ଗାଇଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି...

author-image
Prangyan Parimita
ranu

ranu

ଇଣ୍ଟରନେଟ ସେନସେସନ ରାନୁ ମଣ୍ଡଳଙ୍କ ଏହି ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ରାନୁ ମଣ୍ଡଳ ବୋହୂ ବେଶରେ ସଜେଇ ହୋଇଥିବା ଦେଖିବାକୁ ମିଳୁଛି। ଫେସବୁକ, ୟୁଟ୍ୟୁବରେ ଭାଇରାଲ ହେଉଥିବା ଏହି ଭିଡିଓରେ ରାନୁ ମଣ୍ଡଳ ଏକ ଲାଲ୍ ଶାଢ଼ି ଏବଂ ଅଳଙ୍କାର ପିନ୍ଧି ବଙ୍ଗୀୟ ବଧୂ ଭାବେ ସଜେଇ ହୋଇ ନଜରକୁ ଆସୁଛନ୍ତି । ଭିଡିଓଟିରେ ବାଦାମ ବିକ୍ରେତା ଭୁବନ ବାଦ୍ୟକାରଙ୍କ ପପୁଲାର ଗୀତ କାଚ୍ଚା ବାଦାମ ସଙ୍ଗକୁ ରାନୁ ଗାଉଥିବା ଶୁଣିବାକୁ ମିଳୁଛି। କିଛି ଦିନ ପୂର୍ବରୁ ଭୁବନ ବାଦ୍ୟକାରଙ୍କ କାଚ୍ଚା ବାଦାମ ଗୀତ ସୋସିଆଲ ମିଡିଆରେ ଟ୍ରେଣ୍ଡ ହୋଇଥିଲା ।

Advertisment

ଭାଇରାଲ ହେଉଥିବା ରାନୁ ମଣ୍ଡଳଙ୍କ ଏହି ଭିଡିଓକୁ କିଏ ରେକର୍ଡ କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ପ୍ରତ୍ୟେକ ଥର ପରି ରାନୁଙ୍କ ଏହି ଭିଡିଓ ବେଶ ପପୁଲାର ହୋଇଛି। କିଛି ଲୋକ ରାନୁଙ୍କ ଏହି ଭିଡିଓକୁ ଟ୍ରୋଲ ମଧ୍ୟ କରିଛନ୍ତି।

୨୦୧୯ ଅଗଷ୍ଟରେ ୧୯୭୨ ମସିହାର ‘ଏକ ପ୍ୟାର କା ନାଗମା ହୈ’ ଗୀତ ଗାଇ ରାତାରାତି ଷ୍ଟାର ପାଲଟି ଯାଇଥିଲେ ରାନୁ ମଣ୍ଡଳ। ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେସନରେ ରାନୁ ଗୀତ ଗାଉଥିବା ବେଳେ ଯୁବ ଇଞ୍ଜିନିୟର ଅତିନ୍ଦ୍ର ଚକ୍ରବର୍ତ୍ତୀ ଭିଡିଓ କରି ତାହାକୁ ସୋସିଆଲ ମିଡିଆର ସାମ୍ନାକୁ ଆଣିଥିଲେ। ପରେ ରାନୁ ମଣ୍ଡଳଙ୍କୁ ଗୀତ ଗାଇବାର ସୁଯୋଗ ଦେଇଥିଲେ ବଲିଉଡ ଷ୍ଟାର ହିମେଶ ରେଶମିଆ।

Advertisment
Ranu Mondal
Advertisment
Advertisment