Advertisment

ଡିହାଇଡ୍ରେସନ୍ କାହିଁକି ହୁଏ, କିପରି ମିଳିବ ମୁକ୍ତି

ଯେତେବେଳେ ଆମ ଶରୀରର ପାଣି ଗ୍ରହଣ କରିବାର ମାତ୍ରା ଶରୀରରୁ ନଷ୍ଟ ହେଉଥିବା ଜଳୀୟ ଅ°ଶଠୁ କମ୍ ହେବା ଦ୍ୱାରା ପରିସ୍ରା ହେବାର ମାତ୍ରାକୁ ପ୍ରଭାବିତ କରେ ସେଇ ଅବସ୍ଥାକୁ ଡିହାଇଡ୍ରେସନ୍ କୁହାଯାଏ। ଅନେକ ଏହାକୁ ଅତି ସାଧାରଣ ସମସ୍ୟା ଭାବିଥାଆନ୍ତି କିନ୍ତୁ ବହୁତ ସମୟରେ ଶିଶୁ ଓ ବୟସ୍କମାନଙ୍କ କ୍ଷେତ୍ରରେ ଏହା ମାରାତ୍ମକ ମଧ୍ୟ ହୋଇପାରେ।

author-image
Ipsita Pradhan
ଅଦ୍ୟତନ ହୋଇଛି
How to relief from Dehydration

How to relief from Dehydration

ଡିହାଇଡ୍ରେସନ୍ ଶବ୍ଦର ଅର୍ଥ ଆପଣମାନେ ସମସ୍ତେ ହିଁ ଜାଣନ୍ତି ଯେ, ଏହା ଦେହରେ ଜଳୀୟ ଅ°ଶ କମିଯିବାକୁ ଦର୍ଶାଏ। କ୍ଲିନିକାଲ୍ ବା ବୈଜ୍ଞାନିକ ଦୃଷ୍ଟିକୋଣରୁ ଡିହାଇଡ୍ରେସନର ଅର୍ଥ ସେଇ ମାତ୍ରାର ଜଳୀୟ ଅ°ଶ କମିବାକୁ ଦର୍ଶାଏ, ଯେଉଁଥିରେ ଜୀବର ସାଧାରଣ ଶାରୀରିକ କାର୍ଯ୍ୟ କରିବା କ୍ଷମତା ବାଧାପ୍ରାପ୍ତ ହୁଏ କିମ୍ବା ଆଉ ଟିକେ ପ୍ରାଞ୍ଜଳ କରି କହିଲେ ଯେତେବେଳେ ଆମ ଶରୀରର ପାଣି ଗ୍ରହଣ କରିବାର ମାତ୍ରା ଶରୀରରୁ ନଷ୍ଟ ହେଉଥିବା ଜଳୀୟ ଅ°ଶଠୁ କମ୍ ହେବା ଦ୍ୱାରା ପରିସ୍ରା ହେବାର ମାତ୍ରାକୁ ପ୍ରଭାବିତ କରେ ବା କମାଇ ଦିଏ ସେଇ ଅବସ୍ଥାକୁ ଡିହାଇଡ୍ରେସନ୍ କୁହାଯାଏ।

Advertisment

ଯଦିଓ ବର୍ଷର ଯେକୌଣସି ସମୟରେ ଡିହାଇଡ୍ରେସନ୍ ହୋଇପାରେ କିନ୍ତୁ ଗ୍ରୀଷ୍ମଋତୁ ବା ଖରାଦିନେ ଏହା ସାଧାରଣ ଭାବେ ଦେଖାଯାଏ। ଅନେକ ଏହାକୁ ଅତି ସାଧାରଣ ସମସ୍ୟା ଭାବିଥା'ନ୍ତି କିନ୍ତୁ ବହୁତ ସମୟରେ ଶିଶୁ ଓ ବୟସ୍କମାନଙ୍କ କ୍ଷେତ୍ରରେ ଏହା ମାରାତ୍ମକ ମଧ୍ୟ ହୋଇପାରେ।

ଡିହାଇଡ୍ରେସନ୍‌ର କାରଣ:

  • ପତଳା ଝାଡ଼ା ଓ ବାନ୍ତି
  • ଜ୍ୱର
  • ଅତ୍ୟଧିକ ଝାଳ ବୋହିବା (ଅଧିକ exercise କିମ୍ବା ଅଧିକ ତାପମାତ୍ରା କାରଣରୁ)
  • ଅତ୍ୟଧିକ ପରିସ୍ରା ହେବା (କୌଣସି ରୋଗ ଯେମିତିକି ମଧୁମେହ କାରଣରୁ କିମ୍ବା ଔଷଧ (diuretics) ପ୍ରଭାବରେ)
  • ପାଣି/ ଜଳୀୟ ଦ୍ରବ୍ୟ କମ୍ ଗ୍ରହଣ କରିବା (ବାରମ୍ବାର ଉପବାସ, ବାହାରେ ଦୀର୍ଘ ସମୟ ଧରି କାମ କରିବା, କାର୍ଯ୍ୟବ୍ୟସ୍ଥତା ପାଇଁ ଶୋଷ ଅନୁଭବ ନ କରିବା)
  • ଦୀର୍ଘ ଦିନ ଧରି ଶାରୀରିକ ଅସୁସ୍ଥତା କାରଣରୁ ଖାଦ୍ୟ ଓ ପାନୀୟରେ ଅନିୟମିତତା (ବୃଦ୍ଧାବସ୍ଥା କିମ୍ବା କିଛି ରୋଗ ପାଇଁ ଶଯ୍ୟାଶାୟୀ ହେବା)
  • ଦୀର୍ଘ ସମୟର ଯାତ୍ରା କିମ୍ବା ଖରାରେ ଅଧିକ ସମୟ ବାହାରେ ରହିବା ଦ୍ୱାରା କମ୍ ପାଣି ପିଇବା
Advertisment

ସାମାନ୍ୟ/ ସାଧାରଣ ଡିହାଇଡ୍ରେସନ୍‌ର ଲକ୍ଷଣ:

  • ଅତ୍ୟଧିକ ଓ ବାରମ୍ବାର ଶୋଷ ଲାଗିବା
  • ପାଟି, ଜିଭ ଓ ତଣ୍ଟି ଶୁଖିଲା ଓ ଅଠାଳିଆ ଲାଗିବା
  • ପାଟି ଦୁର୍ଗନ୍ଧ ହେବା
  • ମିଠା ବା ଶର୍କରା ଜାତୀୟ ଦ୍ରବ୍ୟ ଖାଇବା ପାଇଁ ଅତ୍ୟଧିକ ଇଚ୍ଛା ହେବା
  • ଅନ୍ୟଦିନଠାରୁ କମ୍ ପରିସ୍ରା ହେବା
  • ଗାଢ ରଙ୍ଗର ପରିସ୍ରା ହେବା
  • ଗୋଡ଼ହାତ ଘୋଳାବିନ୍ଧା
  • ମାନ୍ଦା ଓ ହାଲିଆ ଲାଗିବା
  • ଚର୍ମ ଓ ଜିଭ ଶୁଷ୍କ ଦେଖାଯିବା

ଅତ୍ୟଧିକ/ ଚିନ୍ତାଜନକ ଡିହାଇଡ୍ରେସନ୍‌ର ଲକ୍ଷଣ:

  • ମୁଣ୍ଡ ବ୍ୟଥା
  • ମଥା ଘୁରାଇବା ଓ ଦୁର୍ବଳ ଲାଗିବା
  • ତନ୍ଦ୍ରାଳୁ ବା ଘୁମାଇବା
  • ବୁଝିବା ଶକ୍ତିରେ ଦ୍ୱନ୍ଦ୍ୱ ଓ ବାଉଳିଚାଉଳି ହେବା
  • ଚର୍ମ ଅତ୍ୟଧିକ ଶୁଷ୍କ ଦେଖାଯାଇ, ଆଖି କୋରଡ଼ରେ ପଶିଗଲା ପରି ଦିଶିବା
  • ମା°ସପେଶୀ ଟାଣିହେବା ଏବଂ ବିନ୍ଧା ଓ କଷ୍ଟ ହେବା
  • ପରିସ୍ରା ବନ୍ଦ ହୋଇଯିବା
  • ହୃତ୍‌ସ୍ପନ୍ଦନ ବଢିଯିବା
  • ନିଶ୍ୱାସ-ପ୍ରଶ୍ୱାସର ଗତି ବଢିଯିବା
  • ଚେତାଶୂନ୍ୟ ହେବା

ଡିହାଇଡ୍ରେସନ୍‌ର ଚିକିତ୍ସା:

  • ଯଦି କୌଣସି ବ୍ୟକ୍ତିଙ୍କ ଠାରେ ଡିହାଇଡ୍ରେସନ୍‌ର ପ୍ରାରମ୍ଭିକ ଲକ୍ଷଣ ଯେପରିକି ବାରମ୍ବାର ଶୋଷ ଲାଗିବା, ପାଟି ଶୁଖିଲା ଓ ଅଠା ଲାଗିବା, ଗାଢ଼ ରଙ୍ଗର ପରିସ୍ରା ହେବା, ଗୋଡ଼ହାତ ଘୋଳାବିନ୍ଧା ହେବା ଦେଖାଦିଏ ତା' ହେଲେ ଘରୋଇ ଉପଚାର ଦ୍ଵାରା ଏହାର ସମାଧାନ ହୋଇଯାଏ। ଏପରି ଲକ୍ଷଣ ଦେଖାଦେଲେ ତୁରନ୍ତ ନିଜର ପାଣି ପିଇବାର ମାତ୍ରା ବଢାନ୍ତୁ। ଏଇ ସ୍ତରରେ ଥିବା ଡିହାଇଡ୍ରେସନ୍ ଅଧିକ ପାଣି, ଆଇସ୍ ପପ୍ସ, ଓଆର୍‌ଏସ୍, ଲେମ୍ବୁ -ଲୁଣ ପାଣି, ତୋରାଣି, ପଇଡ଼ ପାଣି, ପରିବା ସିଝା ପାଣି ଆଦିର ସେବନ ଦ୍ୱାରା ଠିକ୍ ହୋଇଯାଏ।
  • ଡିହାଇଡ୍ରେସନ୍‌ର ଆଶଙ୍କା ଥିଲେ ଚା', କଫି ଓ ସୋଡ଼ା ପରି ପାନୀୟ ଦ୍ରବ୍ୟରୁ ଦୂରେଇ ରୁହନ୍ତୁ। ଏହିସବୁ ଦ୍ରବ୍ୟ ସେବନ ଦ୍ୱାରା ବାରମ୍ବାର ପରିସ୍ରା ଲାଗି, ଦେହରୁ ଜଳୀୟ ଅ°ଶ ନଷ୍ଟ ହୁଏ।
  • କିନ୍ତୁ ଡିହାଇଡ୍ରେସନ୍‌ର ଅଧିକ ଜଟିଳ ଲକ୍ଷଣ ଯେମିତିକି ତନ୍ଦ୍ରାଳୁ ହେବା, ବାଉଳିଚାଉଳି ହେବା, ପରିସ୍ରା ବନ୍ଦ ହୋଇଯିବା, ହୃତ୍‌ସ୍ପନ୍ଦନ ଓ ନିଶ୍ୱାସର ଗତି ବଢିଯିବା କିମ୍ବା ଚେତାଶୂନ୍ୟ ହୋଇଯିବା, ଏସବୁ କ୍ଷେତ୍ରରେ ହସ୍ପିଟାଲ ବା ଡାକ୍ତରଖାନା ଯିବା ଆବଶ୍ୟକ ହୋଇପଡେ। ଏମତି ସମୟରେ ପାଟି ପଟେ ଆବଶ୍ୟକ ମାତ୍ରାର ପାଣି ଗ୍ରହଣ କରିହୁଏ ନାହିଁ, ତେଣୁ Intravenous Fluid ଜରୁରୀ ହୋଇଥାଏ। ଏହି ଅବସ୍ଥାରେ ପ୍ରାରମ୍ଭିକ ସ୍ତରରେ ଚିକିତ୍ସା ନ କଲେ ଗୋଡ଼ହାତ ଅଚଳ ହେବା (ଦେହରୁ ଜରୁରୀ ଲବଣସାର କ୍ଷୟ ହୋଇ ମା°ଶପେଶୀ ଅକାମୀ ବା paresis ଦେଖାଯାଏ), ବୃକକ୍ କାର୍ଯ୍ୟକାରିତା କମିଯିବା ବା renal failure (AKI) ପରି ସମସ୍ୟା ସୃଷ୍ଟି ହୋଇ ICUର ମଧ୍ୟ ଆବଶ୍ୟକତା ପଡିପାରେ।

ଡିହାଇଡ୍ରେସନ୍‌ରୁ ରକ୍ଷା ପାଇବାର ଉପାୟ:

  • ଉପଯୁକ୍ତ ସମୟ ବ୍ୟବଧାନ ଓ ଉପଯୁକ୍ତ ପରିମାଣର ପାଣି ପିଇବା ହିଁ ଡିହାଇଡ୍ରେସନ୍‌ରୁ ରକ୍ଷା ପାଇବାର ସବୁଠାରୁ ସହଜ ଓ ସଠିକ ଉପାୟ। ଯଦିଓ ନିଜର ଶାରୀରିକ ପରିଶ୍ରମ, ବାତାବରଣର ତାପମାତ୍ରା, ଖରାରେ ବାହାରେ ବୁଲିବାର ସମୟ ଏସବୁ ଶରୀରରେ ପାଣିର ଆବଶ୍ୟକ ମାତ୍ରାକୁ ନିର୍ଧାରିତ କରେ, ତଥାପି ଦିନକୁ ୭-୮ ଗ୍ଲାସ୍ ପାଣି ପିଇବା ଦେହକୁ ସୁସ୍ଥ ରଖେ।
  • କେବଳ ପାଣି ନୁହେଁ ପଇଡ଼ ପାଣି, ଲେମ୍ବୁ-ଲୁଣ ପାଣି, ତୋରାଣି-ଲୁଣ (ଉପକୂଳ ଓ humid climate ପାଇଁ ବିଶେଷ ଉପଯୋଗୀ) ଏସବୁର ସେବନ ମଧ୍ୟ ଦେହର ଜଳୀୟ ଅ°ଶର ଆବଶ୍ୟକତା ପୂରା କରିବା ସହ ଆବଶ୍ୟକୀୟ ଲବଣସାର ମଧ୍ୟ ଯୋଗାଇ ଥାଆନ୍ତି।
  • ଖରାଦିନେ ଚା, କଫି, ସୋଡା ଓ ଆଲ୍‌କହଲର ସେବନ କମ୍ କରନ୍ତୁ।
  • ସିଜ୍‌ନାଲ୍ ଫ୍ରୁଟ୍ସ ବା ଅଧିକ ଜଳୀୟ ଅ°ଶ ଥିବା ଫଳ ଓ ପନିପରିବା ଯେମିତିକି ତରଭୁଜ, ଖରଭୁଜ୍, ଜାମୁରୋଳ, ସପୁରୀ, ପିଚ୍, କାକୁଡି, ଧନିଆପତ୍ର, ଲେଟୁସ୍, ଜୁଚିନୀ/ ତରଡି ଆଦି ଖାଆନ୍ତୁ।
  • ଖରାଦିନେ ଆମିଷ ଅପେକ୍ଷା ନିଜ ଭୋଜନରେ ଅଧିକ ପରିବା, ଫଳ, ସାଲାଡ୍, ଜୁସ୍, ସ୍ମୁଦି ଆଦିର ମାତ୍ରା ବଢାନ୍ତୁ। ଆମ ଜଳବାୟୁ ଅନୁସାରେ ‘ପଖାଳ’ ଆମ ଶରୀର ପାଇଁ ସବୁଠାରୁ ଉତ୍ତମ ଖାଦ୍ୟ।

ସବୁବେଳେ ସାବଧାନତା ହିଁ ମଣିଷକୁ ବିପଦରୁ ରକ୍ଷା କରେ। ତେଣୁ କେବଳ ଯେ ଅଧିକ ପାଣି ପିଇଦେଲେ ଡିହାଇଡ୍ରେସନ୍‌ରୁ ରକ୍ଷା ମିଳିଯିବ ତା' ନୁହେଁ, ତା' ସହ ଅଧିକ ସମୟ ଖରାରେ ବାହାରେ ରହିବା, ଅଯଥା ବୁଲାବୁଲି କରିବା, ବ୍ୟାୟାମ୍ କରିବା ଏସବୁରୁ ମଧ୍ୟ ବଞ୍ଚିକି ରହିବା ଆବଶ୍ୟକ।

How To Relief From Dehydration Dehydration
Advertisment
Advertisment