/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650118820.jpg)
Covid in Delhi
ଦିଲ୍ଲୀରେ ପୁଣି ବଢ଼ିଲାଣି କରୋନା ଚିନ୍ତା। ବିଶେଷତଃ ସ୍କୁଲରେ କରୋନା ବ୍ୟାପିବା ପରେ ଶିଶୁଙ୍କୁ ନେଇ ଚିନ୍ତା ପ୍ରକାଶ ପାଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଦିଲ୍ଲୀରେ ହସ୍ପିଟାଲରେ ଚିକିତ୍ସାଧିନ ୫୩ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ ଶିଶୁ। ଏଥିସହ ଅଧିକାଂଶ ଶିଶୁ ବହୁବିଧ ରୋଗାକ୍ରାନ୍ତ ବା କୋମର୍ବିଡିଟି ଥିବା ଜଣାପଡ଼ିଛି।
ଶିକ୍ଷକ ଓ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହେବା ପରେ ଗତକାଲି ସ୍କୁଲ୍ ପାଇଁ ଆଡଭାଇଜରି ଜାରି କରିଥିଲେ ଦିଲ୍ଲୀ ସରକାର। ସ୍କୁଲ ବନ୍ଦ କରିବା ଶେଷ ବିକଳ୍ପ ହେବ। ତେବେ ଆବଶ୍ୟକ ପଡ଼ିଲେ ସ୍କୁଲକୁ ଆଂଶିକ ବନ୍ଦ କରାଯିବ ବୋଲି କହିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ।
ଦିଲ୍ଲୀରେ କିଛି ଦିନ ଧରି ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ, ଶୁକ୍ରବାର ୩୬୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପଜିଟିଭିଟି ରେଟ୍ ୩.୯୫କୁ ବଢ଼ିଛି। ଏଭଳି ସ୍ଥିତିରେ ସବୁ ହସ୍ପିଟାଲକୁ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍।
ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, ଦିଲ୍ଲୀ ସରକାର ସ୍ଥିତି ଉପରେ ନଜର ରଖିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ବୁଲେଟିନ୍ ଅନୁସାରେ, ଏବେ ଦିଲ୍ଲୀରେ ଏବେ ୬୮୫ ଜଣ କରୋନା ସଂକ୍ରମିତ ଘରେ ପୃଥକାବାସରେ ଅଛନ୍ତି। କୋଭିଡ୍ ଚିକିତ୍ସା ପାଇଁ ବିଭିନ୍ନ ହସ୍ପିଟାଲରେ ୯ ହଡାର ୭୩୫ ବେଡ୍ ଉପଲବ୍ଧ ଅଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)