• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପଶ୍ଚିମବଙ୍ଗରେ ଗୋଟିଏ ଲୋକସଭା ଓ ଗୋଟିଏ ବିଧାନସଭା ନିର୍ବାଚନରେ ଟିଏମସିର ବାଜିମାତ୍ । ବାଲିଗଞ୍ଜ ବିଧାନସଭା ସିଟରେ ବାବୁଲ ସୁପ୍ରିୟୋ ୨୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ବାବୁଲ ସୁପ୍ରିୟୋଙ୍କୁ ୪୮ ପ୍ରତିଶତ ମତ ମିଳିଥିବା ବେଳେ ସିପିଆଇଏମ୍ ସାଇରା ଶାହା ଆଲିମ ୩୬ ପ୍ରତିଶତ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ସେପଟେ ଆସାନସୋଲ ଲୋକସଭା ଆସନରେ ଟିଏମସିର ଶତ୍ରୁଘ୍ନ ସିନ୍ହା ୪ର୍ଥ ରାଉଣ୍ତ କାଉଣ୍ଟିଂ ଶେଷ ସୁଦ୍ଧା ଏକ ଲକ୍ଷ ୯୯ ହଜାର ଭୋଟ ଲିଡରେ ରହିଛନ୍ତି । ଆଜି ଗୋଟିଏ ଲୋକସଭା ଓ ୪ଟି ରାଜ୍ୟର ୪ଟି ବିଧାନସଭା ସିଟ୍ ଲାଗି ଚାଲିଛି ଭୋଟ ଗଣତି । ପଶ୍ଚିମବଙ୍ଗର ଆସାନସୋଲ ଲୋକସଭା ସହ ବାଲେଗୁଞ୍ଜେ ବିଧାନସଭା ନିର୍ବାଚନ ମଣ୍ଡିଳୀ ଲାଗି ହେଉଛି ଭୋଟ ଗଣତି । ସେହିପରି ଛତିଶଗଡ଼ର ଖଇରାଗଡ , ବିହାରର ବୋଚାହା ଏବଂ ମହାରାଷ୍ଟ୍ରର କୋହ୍ଲାପୁର ଉତ୍ତର ବିଧାନସଭା ସିଟ୍ ଲାଗି ବି ଚାଲିଛି ଗଣତି ।