ସ୍ଲାଏମାନ ଦୀର୍ଘବର୍ଷ ଧରି କିଡନୀ ଜନିତ ରୋଗରେ ପୀଡିତ ଅଛନ୍ତି। ଡାୟଲିସିସର ସାତ ବର୍ଷ ପରେ ୨୦୧୮ ରେ ଏହି ଡାକ୍ତରଖାନାରେ ତାଙ୍କର କିଡନୀ ପ୍ରତିରୋପଣ କରାଯାଇଥିଲା। ମାତ୍ର ପାଞ୍ଚ ବର୍ଷ ପରେ ସେହି କିଡନୀ କାମ କରିବା ବନ୍ଦ ହୋଇଯାଇଥିଲା।
ଡିସେମ୍ବର ୨୦୧୧ ରେ ଜାତିସଂଘ ୨୧ ମାର୍ଚ୍ଚକୁ ‘ବିଶ୍ୱ ଡାଉନ୍ ସିଣ୍ଡ୍ରୋମ ଦିବସ’ ଭାବରେ ଘୋଷଣା କଲା। ଏହି ଦିନ ଡାଉନ୍ ସିଣ୍ଡ୍ରୋମ ରୋଗରେ ପୀଡିତ ଲୋକଙ୍କ ପାଇଁ ସଚେତନତା ସୃଷ୍ଟି କରିବା ସହ ସେମାନଙ୍କୁ ସମର୍ଥନ କରିବା ନେଇ ଶପଥ ନିଆଯାଏ। ଏହା ଏକ ବିଶ୍ୱବ୍ୟାପୀ ପଦକ୍ଷେପ।
ଭୋକ ଅନୁଭବ ହେଲେ ଆମେ ସମସ୍ତେ ଖାଦ୍ୟ ଖାଇଥାଉ । ଏହା ଶରୀରକୁ ଶକ୍ତି ଯୋଗାଇଥାଏ । କିନ୍ତୁ ବିନା ଭୋକରେ ଖାଉଛନ୍ତି କି ? ହୋଇପାରେ ଭୟଙ୍କର ରୋଗ ! ଜାଣନ୍ତୁ କେମିତି ରୋକିବେ...
ପଖାଳ ଏବେ ସୋସିଆଲ ମିଡ଼ିଆ ମାଧ୍ୟମରେ ବିଶ୍ୱରେ ଲୋକପ୍ରିୟ ହୋଇପାରିଛି। ଗୁଗୁଲରେ ପଖାଳ ଟାଇପ୍ କଲେ ଏକ ଛୁଙ୍କ ପଡ଼ିଥିବା ପଖାଳ କଂସା ସାଙ୍ଗରେ ସୁସଜ୍ଜିତ ଆଳୁ ଚକଟା, ମାଛ ଭଜା, ବଡ଼ି ଚୁରା, ଶାଗ ଭଜା, ବେସର ଭଜା, ପିଠଉ ଭଜା ଇତ୍ୟାଦି କେତେ କଣ ରଖାଯାଇଥିବା ଛବି ଦେଖିବାକୁ ମିଳୁଛି।
ଅଧିକ ସମୟ ଧରି ଉପାସ ରହିଲେ ବଢିବ ହୃଦରୋଗ । ଅନେକ ଲୋକ ପତଳା ହେବା ପାଇଁ ଅଧିକ ସମୟ ଉପାସ ରହୁଥିବା ଦେଖିବାକୁ ମିଳେ ।
ଦୈନଦିନ ଜୀବନରେ ଫଳ ବା ପନିପରିବାକୁ ତାଜା ରଖିବା ପାଇଁ ଆମେ ଫ୍ରିଜ୍ର ବ୍ୟବହାର କରିଥାଉ । ତେବେ ଅନେକ ସମୟରେ ଫଳ ଓ ପରିବା ଫ୍ରିଜ୍ରେ ରଖି ମଧ୍ୟ ଖରାପ ଓ ନଷ୍ଟ ହୋଇଯାଏ । ତେବେ କିଛି ଘରୋଇ ଉପାୟ ସାହାଯ୍ୟରେ ଆମେ ଫଳକୁ ଦୀର୍ଘଦିନ ଧରି ଫ୍ରିଜ୍ରେ ରଖିପାରିବା । ତେବେ ଚାଲନ୍ତୁ ଜାଣିବା ଏ ନେଇ କିଛି ଟିପ୍ସ ।
5-ଟି ଅନ୍ତର୍ଭୁକ୍ତ ଆମ ହସ୍ପିଟାଲର ବିକଳ ଚିତ୍ର l ଉଦଘାଟନର କିଛି ମାସ ନ ପୁରୁଣୁରୁ ଅଦିନିଆ ବର୍ଷାରେ ଅତ୍ୟାଧୁନିକ ହସ୍ପିଟାଲର ଜଳମୟ ସ୍ଥିତି l ଗଞ୍ଜାମ ଜିଲ୍ଲା ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ରୋଷେଇ ପୂର୍ବରୁ ଧୁଆହୋଇଥିବା ଚାଉଳ ପାଣିକୁ ସମସ୍ତେ ଫୋପାଡି ଦେଇଥାନ୍ତି। କିନ୍ତୁ ଏହି ଚାଉଳ ପାଣି ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ତାହା ଆପଣ ଜାଣନ୍ତି କି? କେଉଁ ଶାରୀରିକ ସମସ୍ୟାରେ ଏହା ଉପକାରୀ? ତେବେ ଆସନ୍ତୁ ଜାଣିବା ଆୟୁର୍ବେଦ ବିଶେଷଜ୍ଞଙ୍କ ମତରେ ଚାଉଳ ପାଣିର ଲାଭ କ’ଣ?
ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ କରିଛନ୍ତି ଉଦ୍ଭାବନ । ୨୦୨୪ ଡିସେମ୍ବର ସୁଦ୍ଧା ଟ୍ରାଏଲ ରନ କରିବାକୁ ଯୋଜନା ।
ଆଖୁ ରସ ଲୋକମାନଙ୍କୁ ଏକ ସତେଜ ଅନୁଭବ ଦେଇଥାଏ ଏବଂ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ। ଆଖୁରେ ଅନେକ ପୋଷକ ତତ୍ତ୍ୱ ରହିଥାଏ। ଏନେଇ ଆଖୁକୁ ସ୍ୱାସ୍ଥ୍ୟ ପାଇଁ ଏକ ରାମବାଣ ବୋଲି କୁହାଯାଏ।
ଯଦି ଆପଣ ଜଣେ ମହିଳା ଏବଂ ଆଠ ଘଣ୍ଟା ଶୋଇବା ପରେ ମଧ୍ୟ ଆପଣ ସକାଳେ ଥକି ଯାଉଛନ୍ତି, ତେବେ ଆପଣଙ୍କୁ ଆଉ ଅଧିକ ସମୟ ଶୋଇବା ଆବଶ୍ୟକ । ପୁରୁଷମାନେ ୭ରୁ ୮ ଘଣ୍ଟା ଶୋଇବା ପରେ ଫୁର୍ତ୍ତି ଅନୁଭବ କରନ୍ତି ମାତ୍ର, ମହିଳାମାନେ ଏହାଠାରୁ ଅଧିକ ସମୟ ଶୋଇବା ଆବଶ୍ୟକ କରନ୍ତି।
ଫିରୋଜାବାଦ ସଦର SDM କୃତି ରାଜ ମାର୍ଚ୍ଚ ୧୨ରେ ଗୋପନୀୟ ଭାବେ ଏକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯାଞ୍ଚ କରିବା ପାଇଁ ପହଞ୍ଚିଥିଲେ। ସେ ତାଙ୍କ କାରକୁ ଡାକ୍ତରଖାନଠାରୁ ବହୁ ଦୂରରେ ରଖି ଏକ ରୋଗୀ ବେଶରେ ଆସିଥିଲେ।
ଦିନକୁ ଦିନ କିଡ୍ନୀଜନିତ ସମସ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ସୁସ୍ଥ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସମସ୍ୟାକୁ ଦୂର କରିବା ପାଇଁ ନିଜର ଖାଦ୍ୟରେ କିଛି ଜିନିଷ ସାମିଲ୍ କରିବା ଅତ୍ୟନ୍ତ ଜରୁରୀ। ଏହା ମଧ୍ୟ ବେଶି ଦାମ ନୁହେଁ। ତେବେ ଆସନ୍ତୁ ଜାଣିବା ଏହି ଖାଦ୍ୟ ବିଷୟରେ ଯାହା କିଡ୍ନୀକୁ ସୁସ୍ଥ ରଖେ।
ଔଷଧର ଦାମ ମାତ୍ର ଶହେ ଟଙ୍କା । କିନ୍ତୁ ବିକ୍ରି ହୋଇଛି ଦୁଇ ଲକ୍ଷ ଟଙ୍କାରେ । ସାମାନ୍ୟ ଫଙ୍ଗସ ମେଡିସିନକୁ କ୍ୟାନସର ମେଡିସିନ କହି ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଇଛି । ଏପରି ଏକ ଘଟଣାର ପର୍ଦାଫାସ କରିଛି ଦିଲ୍ଲୀ ପୋଲିସ ।
ଅନ୍ୟ ସମସ୍ତ ଅଙ୍ଗ ସୁସ୍ଥ ଥିବା ସତ୍ତ୍ୱେ ଯଦି ଆଖି ଅକାମୀ ହୋଇପଡ଼େ, ତେବେ ଆପଣଙ୍କର ଦୁନିଆକୁ ଜାଣିବା ମୁସ୍କିଲ ହୋଇପଡ଼ିବ। ତେବେ ଆସନ୍ତୁ ଆଜି କିଛି ଏପରି ଖାଦ୍ୟ ବିଷୟରେ ଜାଣିବା ଯାହା ଆମ ଆଖିର ସ୍ୱାସ୍ଥ୍ୟକୁ ଠିକ୍ ରଖିବ।
ପଶ୍ଚିମ ଓଡ଼ିଶାର ସ୍ୱାସ୍ଥ୍ୟସେବାର ପ୍ରାଣକେନ୍ଦ୍ର, ବୁର୍ଲା ହସପିଟାଲ । ଅସୁମାରୀ ଆଶା ସହ ଭିମସାରରେ ଆରମ୍ଭ ହୋଇଥିଲା ସୁପର ସ୍ପେଶାଲିଟି ହସପିଟାଲ ।
କିଛି ଲୋକ ଅଛନ୍ତି ଯେଉଁମାନେ କ୍ଷୀର ପିଇବାକୁ ପସନ୍ଦ କରନ୍ତି ନାହିଁ। ଏପରି ପରିସ୍ଥିତିରେ, ଯଦି ଆପଣ ଚାହାଁନ୍ତି, ଆପଣଙ୍କ ନିଜ ଖାଦ୍ୟରେ ଏମିତି କିଛି ଖାଦ୍ୟ ପଦାର୍ଥ (କ୍ୟାଲ୍ସିୟମ୍ ରିଚ୍ ଡାଏଟ୍) ଅନ୍ତର୍ଭୁକ୍ତ କରି କ୍ୟାଲ୍ସିୟମ୍ ଅଭାବ ପୂରଣ କରିପାରିବେ। ଆସନ୍ତୁ ଏହିସବୁ ଖାଦ୍ୟ ବିଷୟରେ ଜାଣିବା।
୩୧୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ଏହି ମେଡିକାଲ କଲେଜ୍ ଏବଂ ହସ୍ପିଟାଲ । ଆଉ ଲକ୍ଷ୍ୟ ଥିଲା ବାଲେଶ୍ଵରବାସୀଙ୍କ ସମେତ ପଡ଼ୋଶୀ ଜିଲ୍ଲା ମାନଙ୍କର ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା । ହେଲେ ସବୁକିଛି ଏବେ ଅଧାରେ ରହିଛି ।
ରାତିରେ ଶୋଇବା ବେଳେ ଅନେକଙ୍କ ଗୋଡ ଥରିଯାଏ। ଲାଗେ ପଡିଗଲା ଭଳି। ଗୋଡ ହଲିଯିବାର ଏହି ଅଭ୍ୟାସକୁ କମ୍ପନ କୁହାଯାଏ। ଏହାର ଅନେକ କାରଣ ଅଛି, ଯେଉଁମାନଙ୍କ ମଧ୍ୟରୁ କେତେକଙ୍କୁ ଡାକ୍ତରଙ୍କ ଆବଶ୍ୟକତା ଥାଏ, କିନ୍ତୁ ଭିଟାମିନ୍ ସେବନ ସହିତ ଏହାର ସହଜରେ ଚିକିତ୍ସା କରାଯାଇପାରିବ।
ଦିନେ ଏମାନେ ବି ଥିଲେ ସୁସ୍ଥ ସବଳ...ଚାଲି ବୁଲି ପାରିବା ସହ କ୍ଷେତବାଡ଼ିରେ ଖଟୁଥିଲେ ଦିନ ତମାମ। କିନ୍ତୁ, ଏଭଳି ଏକ ଦୁରାରୋଗ୍ୟ କେଉଁଠି ଥିଲା କେଜାଣି, ଆଜି ଧରାଶାୟୀ କରିଦେଇଛି ଏହି ଖଟିଖିଆ ମଣିଷ ମାନଙ୍କୁ।
ଦିନେ ଏମାନେ ବି ଥିଲେ ସୁସ୍ଥ ସବଳ...ଚାଲି ବୁଲି ପାରିବା ସହ କ୍ଷେତବାଡ଼ିରେ ଖଟୁଥିଲେ ଦିନ ତମାମ। କିନ୍ତୁ, ଏଭଳି ଏକ ଦୁରାରୋଗ୍ୟ କେଉଁଠି ଥିଲା କେଜାଣି, ଆଜି ଧରାଶାୟୀ କରିଦେଇଛି ଏହି ଖଟିଖିଆ ମଣିଷ ମାନଙ୍କୁ।
ସମସ୍ତେ ନିଶ୍ଚୟ ଲାଲ୍ ରଙ୍ଗର ମନ୍ଦାର ଫୁଲ ଦେଖିଥିବେ। କିନ୍ତୁ, ଆପଣ ଏହାର ଲାଭ ବିଷୟରେ ଜାଣିଛନ୍ତି କି? ଏହାର ଏପରି ଗୁଣ ଅଛି ଯାହା ମାନବ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଯଦି ଆପଣ ଏହାର ଆୟୁର୍ବେଦିକ ଗୁଣ ବିଷୟରେ ଜାଣି ନାହାଁନ୍ତି ତେବେ ଏହି ସୂଚନା ଆପଣଙ୍କ ପାଇଁ ସ୍ୱତନ୍ତ୍ର ହେବ।
ଏହି ରିସର୍ଚ୍ଚରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଯେଉଁମାନେ ସୁସ୍ଥ ଖାଦ୍ୟ ପ୍ରକ୍ରିୟା ଅନୁସରଣ କରନ୍ତି କିନ୍ତୁ ୬ ଘଣ୍ଟାରୁ କମ୍ ଶୋଇଥାନ୍ତି, ସେମାନେ ବି ଏହି ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ଥାଏ ।
୨୦୨୪ ଆରମ୍ଭ ହେଉ ହେଉ ପାଞ୍ଚ ଜଣଙ୍କ ଜୀବନ ନେଲାଣି ।
ନିତିଦିନିଆ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଆମେ ଖାଦ୍ୟରେ ଦହି ବ୍ୟବହାର କରିଥାଉ । ଆୟୁର୍ବେଦ ଅନୁସାରେ ପ୍ରତିଦିନ ଦହି ଖାଇଲେ ଏହା ଶରୀର ପାଇଁ ବହୁ ଲାଭଦାୟକ ହୋଇଥାଏ ।