Advertisment

ଦେହରେ ଟାଟୁ କରୁଥିଲେ ସାବଧାନ; ହୋଇପାରେ ବ୍ଲଡ କ୍ୟାନସର !

ଟାଟୁରୁ ହୋଇପାରେ ଲିମ୍ଫୋମା ବ୍ଲଡ କ୍ୟାନସର ବା ରକ୍ତ କର୍କଟ। ସ୍ବିଡେନରେ କରାଯାଇଥିବା ଏକ ଷ୍ଟଡିରୁ ସାମ୍ନାକୁ ଆସିଛି ଏଭଳି ସାଂଘାତିକ ତଥ୍ୟ।

author-image
Sujit kumar Swain
ଅଦ୍ୟତନ ହୋଇଛି
Tattoos

Tattoos

ଦେହରେ ଟାଟୁ କରୁଥିଲେ ସାବଧାନ। ଟାଟୁରୁ ହୋଇପାରେ ଲିମ୍ଫୋମା ବ୍ଲଡ କ୍ୟାନସର ବା ରକ୍ତ କର୍କଟ। ସ୍ବିଡେନରେ କରାଯାଇଥିବା ଏକ ଷ୍ଟଡିରୁ ସାମ୍ନାକୁ ଆସିଛି ଏଭଳି ସାଂଘାତିକ ତଥ୍ୟ। ୧୦ ବର୍ଷ ଧରି ଚାଲିଥିବା ଏହି ରିସର୍ଚ୍ଚ ମୁତାବକ, ୨୧ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ଟାଟୁ ଯୋଗୁ ବ୍ଲଡ କ୍ୟାନସର ହେବାର ଆଶଙ୍କା ରହୁଛି। 

Advertisment

ମିଳିଥିବା ତଥ୍ୟ ମୁତାବକ, ଟାଟୁରେ ବ୍ୟବହାର କରାଯାଉଥିବା ସ୍ୟାହି ଓ ରଙ୍ଗରେ ଥିବା କେମିକାଲ ଶରୀର ପାଇଁ କ୍ଷତିକାରକ। ଏହି କେମିକାଲ ସିଧାସଳଖ ଚର୍ମ ଦେଇ ଦେହ ଭିତରକୁ ପଶି ରୋଗ ପ୍ରତିରୋଧକ ପ୍ରକ୍ରିୟା ଉପରେ ପ୍ରଭାବ ପକାଏ। ଆମେ ଜାଣିଛେ, ଶରୀର ଭିତରେ କୌଣସି ବାହ୍ୟ ପଦାର୍ଥ ବା ଫରେନ୍ ବଡି ପ୍ରବେଶ କଲେ ଇମ୍ୟୁନିଟି ବା ରୋଗପ୍ରତିରୋଧକ ସିଷ୍ଟମ ତାକୁ ବାହାର କରିଦେବା ପାଇଁ ଚେଷ୍ଟା କରେ। ଚର୍ମ ଦେଇ ଆସିଥିବା ଏହି କେମିକାଲ ଗୁଡିକୁ ଇମ୍ୟୁନୋ ସିଷ୍ଟମ୍ ଲିମ୍ଫ ନଡ୍‌କୁ ପଠାଇଦିଏ। ଯାହାକି ସେଇଠାରେ ହିଁ ସଂରକ୍ଷିତ ହୋଇ ରହିଯାଏ।

ତେବେ ଗବେଷଣାକାରୀଙ୍କ ମତରେ ଏବେ ଏଦିଗରେ ଆହୁରି ଅଧ୍ୟୟନ ଜାରି ରହିଛି। ଯଦିଓ ଟାଟୁ ସହ କ୍ୟାନସରର ସଂପର୍କ ସିଧାସଳଖ ଭାବେ ପ୍ରମାଣିତ କରାଯାଇପାରିନି, ତେବେବି ପରୋକ୍ଷ ସଂପର୍କକୁ ମନା କରାଯାଇ ନପାରେ।

Advertisment

Tattoo Lymphoma Disease
Advertisment
Advertisment